ଲଦାଖରେ ଭୂକମ୍ପ : ସାନ୍ଦ୍ରତା ଥିଲା ୪.୫, ମାଟିର ୨୫ କି.ମି ତଳେ ଥିଲା ଭୂକମ୍ପର କେନ୍ଦ୍ର

ନୂଆଦିଲ୍ଲୀ : ଦେଶରେ କିଛି ଦିନ ଧରି ଲଗାତାର ଭୂକମ୍ପ ହେବାର ଦେଖିବାକୁ ମିଳିଛି । ଆଜି ଦିଲ୍ଲୀ ଉତ୍ତର କେନ୍ଦ୍ରାଞ୍ଚଳରେ ଭୂକମ୍ପର ଝଟ୍‌କା ହୋଇଥିବା ବେଳେ ଲଦାଖରେ ମଧ୍ୟ ଭୂକମ୍ପ ହୋଇଥିବା ଜାଣିବାକୁ ମିଳିଛି ।

ଦିଲ୍ଲୀରେ ଭୂକମ୍ପର ସାନ୍ଦ୍ରତା ରିକ୍ଟର ସ୍କେଲ୍‌ ରେ ୨.୮ ଥିବା ବେଳେ ଲଦାଖରେ ରିକ୍ଟର ସ୍କେଲ୍‌ରେ ଭୂକମ୍ପର ସାନ୍ଦ୍ରତା ଥିଲା ୪.୫ । ଭୂକମ୍ପର କେନ୍ଦ୍ର ୨୫ କିଲୋମିଟର ମାଟି ତଳେ ଥିବାରୁ କୈାଣସି ଧନ ଜୀବନ ହାନୀର ଖବର ମିଳିନାହିଁ ।

ଲଦାଖରେ ଯେଉଁ ସ୍ଥାନରେ ଭୂକମ୍ପ ହୋଇଛି ତାହା ଜୁନ୍‌ ୧୫ରେ ଏଠାରେ ଭାରତ-ଚୀନ୍‌ ମଧ୍ୟରେ ସଂଘର୍ଷ ହୋଇଥିଲା ବୋଲି ଜଣାପଡ଼ିଛି । ଏହା ଛଡ଼ା ମେଘାଳୟରେ ମଧ୍ୟ ଭୂକମ୍ପ ହୋଇଥିବା ଖବର ମିଳିଛି ।

ଯାହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୩.୩ ଥିବା ଜଣାଯାଇଛି । ସୂଚନାନୁଯାୟୀ ମେଘାଳୟର ତୁରା ଠାରୁ ୭୯ କି.ମି ଦୂରରେ ଭୂକମ୍ପର ଝଟକା ଅନୁଭବ କରିବାକୁ ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.