Below header

ଚମକିଲାନି ଚାନ୍ଦ: ସମଗ୍ର ଭାରତରେ ମଙ୍ଗଳବାର ପାଳନ କରାଯିବ ଇଦ୍-ଉଲ୍-ଫିତର୍‌

ନୂଆଦିଲ୍ଲୀ : ମେ ୩ ରେ ସମଗ୍ର ଦେଶରେ ପାଳିତ ହେବ ଇଦ୍-ଉଲ୍-ଫିତର୍‌। ୟୁପିର ରାଜଧାନୀ ଲକ୍ଷ୍ନୌ ସମେତ ଦେଶର କୌଣସି ଅଞ୍ଚଳରେ ରବିବାର ଚନ୍ଦ୍ର ଦୃଶ୍ୟମାନ ହୋଇ ନଥିଲା। ଏହା ପରେ ମାର୍କାଜୀ ଚାନ୍ଦ କମିଟିର ସାଦର ମୌଲାନା ଖାଲିଦ ରସିଦ ଫରଙ୍ଗୀ ମହାଲି ଘୋଷଣା କରିଛନ୍ତି ଯେ ଇଦ୍ ପର୍ବ ମଇ ୩ ରେ ପାଳନ କରାଯିବ। ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ମଙ୍ଗଳବାର ଦିନ ସମଗ୍ର ଦେଶରେ ଇଦ୍ ପାଳନ କରାଯିବ।

eid

ସେ କହିଛନ୍ତି, ‘ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, , ମହାରାଷ୍ଟ୍ର, ଗୁଜୁରାଟ ଏବଂ ରାଜସ୍ଥାନ ସମେତ କୌଣସି ରାଜ୍ୟରୁ ଚାନ୍ଦ ଦେଖାଯିବାର ଖବର ଆସିନଥିଲା ଏବେ ଆଜି ୩୦ ତମ ଉପବାସ ପାଳନ କରାଯିବ। ଏବଂ ଇଦ୍-ଉଲ୍-ଫିତର୍‌ ମଙ୍ଗଳବାର ପାଳନ କରାଯିବ। ତେବେ ଗତ ୨ ବର୍ଷ ଧରି କରୋନା ମହାମାରୀ ହେତୁ ଇଦ୍ ପର୍ବ ଫିକା ପଡିଯାଇଥିଲା। ଚଳିତ ବର୍ଷ କରୋନା ମାମଲା କମ୍ ଏବଂ ପ୍ରତିବନ୍ଧକ ମଧ୍ୟ ଗତ ଦୁଇ ବର୍ଷ ତୁଳନାରେ କମ୍ ରହିଛି, ଯେଉଁ କାରଣରୁ ସମସ୍ତ ମୁସଲମାନ ଭାଇ ଭଉଣୀଙ୍କ ମନରେ ଉତ୍ସାହ ଭରି ରହିଛି । ତେବେ ପ୍ରଥମ ଥର ଲୋକେ ବେଶ ସ୍ୱାଚ୍ଛନ୍ଦ୍ୟରେ ରମଜାନ ମାସ ପାଳନ କରିଥିବା ବେଳେ ଇଦ୍ ମଧ୍ୟ ପାଳିବାକୁ ଯାଉଛନ୍ତି। ଏଣୁ ବଜାରରେ କିଣାବିକା ଏବେ ଜୋରଦାର ଚାଲିଛି। ଇଦ ପ୍ରସ୍ତୁତି ଲାଗି ଲୋକେ ବଜାରରେ ଏବେ ଭିଡ ବଢାଉଥିବା ବେଳେ ଚଳିତବର୍ଷ ଧୂମଧାମରେ ଇଦପାଳନ କରିବେ।

ରମଜାନ ମାସ ୨୯ ଦିନ କିମ୍ବା ୩୦ ଦିନ ହୋଇଥାଏ। ଯଦି ସୋମବାର ଦିନ ଇଦ୍ ହେବ ତେବେ ଭାରତରେ ରମଜାନ ମାସ ୨୯ ଦିନ ହେବ ଏବଂ ଯଦି ଇଦ୍ ମଙ୍ଗଳବାର ଦିନ ହେବ ତେବେ ଭାରତରେ ରମଜାନ ମାସ ୩୦ ଦିନ ହେବ। କୁହାଯାଏ ରମଜାନ ଦାନପୂଣ୍ୟର ମାସ। ଏହି ମାସରେ ଉପାସନା ଓ ଧାର୍ମିକ ପାଳନର ଫଳ ୭୦ ଗୁଣା ମିଳିଥାଏ। ଏଣୁ ରୋଜାଦାରମାନେ ଅଧିକରୁ ଅଧିକ ଧାର୍ମିକ ଅବଲମ୍ବନ କରିବାକୁ ଉଦ୍ୟମ କରିଥାନ୍ତି। ରମଜାନ ମାସକୁ ୧୦- ୧୦ ଦିନ କରି ତିନି ଭାଗରେ ବିଭକ୍ତ କରାଯାଏ ଏବଂ ଏହାକୁ ଅଶରା କୁହାଯାଏ। ପ୍ରଥମ ଅଶରା ବିଶ୍ୱାସ କରାଯାଏ ଯେ ଆଲ୍ଲାଙ୍କର ରହମତ ଅଛି ଏବଂ ଦ୍ୱିତୀୟ ଅଶରା ପାପ କ୍ଷମା କରାଯାଇଥାଏ । ସେହିପରି ତୃତୀୟ ଅଶରା ଜହନ୍ନମର ନିଆଁରୁ ନିଜକୁ ରକ୍ଷା କରିବା ପାଇଁ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.