ସିରିଆ ମାର୍କେଟକୁ ଛାରଖାର କରିଦେଲା କାର ବୋମା ବିସ୍ଫୋରଣ, ୮ ମୃତ ୨୦ରୁ ଅଧିକ ଆହତ

ରବିବାର ସକାଳେ ତୁର୍କୀ ସମର୍ଥକ ବାହିନୀ ଦ୍ୱାରା ଦଖଲ ହୋଇଥିବା ଉତ୍ତର ସିରିଆର ଏକ ବଜାରରେ କାର୍ ବୋମା ବିସ୍ଫୋରଣ ହୋଇଛି। ଯାହାଫଳରେ ଆଠ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣେ ଓ୍ଵାର ମନିଟର ଏହି ସୂଚନା ଦେଇଛନ୍ତି।

ସିରିଆରେ ପୁଣି ଥରେ ଏକ ବଡ ଧରଣର ବିସ୍ଫୋରଣ ହୋଇଛି । ରବିବାର ସକାଳେ ତୁର୍କୀ ସମର୍ଥକ ବାହିନୀ ଦ୍ୱାରା ଦଖଲ ହୋଇଥିବା ଉତ୍ତର ସିରିଆର ଏକ ବଜାରରେ କାର୍ ବୋମା ବିସ୍ଫୋରଣ ହୋଇଛି। ଯାହାଫଳରେ ଆଠ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣେ ଓ୍ଵାର ମନିଟର ଏହି ସୂଚନା ଦେଇଛନ୍ତି।

ସିରିଆର ଅବଜରଭେଟୋରୀ ମାନବ ଅଧିକାର କହିଛି ଯେ ଆଲେପ୍ପୋ ପ୍ରଦେଶର ଅଜାଜର ଏକ ଜନଗହଳିପୂର୍ଣ୍ଣ ବଜାରର କେନ୍ଦ୍ର ସ୍ଥଳରେ ଏକ କାର ବୋମା ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ଆଠ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୩ ଜଣ ଆହତ ହୋଇଛନ୍ତି। ତେବେ କୁହାଯାଉଛି ଯେ ମୃତାହତଙ୍କ ସଂଖ୍ୟା ଆହୁରି ବଢ଼ିପାରେ ।

ସିରିଆରେ ନେଟୱାର୍କ ଥିବା ବ୍ରିଟେନ ସ୍ଥିତ ଅବଜରଭେଟୋରୀ ,ସମ୍ପର୍କରେ ସୂଚନା ଦେଇଛି। ବିସ୍ଫୋରଣ ସ୍ଥଳରେ ଉଦ୍ଧାର କାର୍ଯ୍ୟରେ ଆମ୍ବୁଲାନ୍ସ ଏବଂ ଉଦ୍ଧାରକାରୀ ଦଳଙ୍କୁ ନିୟୋଜିତ କରାଯାଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ୨୦୧୧ରେ ସରକାର ଶାନ୍ତିପୂର୍ଣ୍ଣ ବିରୋଧକୁ ଦମନ କରିବା ପରେ ସିରିଆର ଗୃହଯୁଦ୍ଧ ଆରମ୍ଭ ହୋଇଥିଲା। ଜିହାଦୀ ତଥା ବିଦେଶୀ ବାହିନୀ ଏଥିରେ ସାମିଲ ହୋଇଥିଲେ। ଫଳରେ ଗୃହଯୁଦ୍ଧ ଏକ ବିପଜ୍ଜନକ ବିବାଦରେ ପରିଣତ ହୋଇଥିଲା। ଏହି ଗୃହଯୁଦ୍ଧରେ ଅନେକ ଲୋକ ପ୍ରାଣ ହରାଇଛନ୍ତି, ଲକ୍ଷ ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି ଏବଂ ଦେଶର ଭିତ୍ତିଭୂମି ଏବଂ ଶିଳ୍ପକୁ ବ୍ୟାହତ କରିଛନ୍ତି। ତୁର୍କୀ ସିରିଆରେ କ୍ରମାଗତ ସାମରିକ ଆକ୍ରମଣ ଜାରି ରଖିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.