ପାକିସ୍ତାନ ଟିମ୍‌ରେ ବଡ଼ ପରିବର୍ତ୍ତନ…ବାବର ଆଜମ୍‌ ପୁଣି ହେଲେ ଅଧିନାୟକ

ପାକିସ୍ତାନ କ୍ରିକେଟରେ ବଡ଼ ପରିବର୍ତ୍ତନ ହୋଇଛି । ବାବର ଆଜମ ପୁଣିଥରେ ଦଳର ଅଧିନାୟକ ଭାବରେ ନିଯୁକ୍ତ ହୋଇଛନ୍ତି ।

ପାକିସ୍ତାନ କ୍ରିକେଟରେ ବଡ଼ ପରିବର୍ତ୍ତନ ହୋଇଛି । ବାବର ଆଜମ ପୁଣିଥରେ ଦଳର ଅଧିନାୟକ ଭାବରେ ନିଯୁକ୍ତ ହୋଇଛନ୍ତି । ବାବର ଟି-୨୦ ଏବଂ ଦିନିକିଆ ଫର୍ମାଟରେ ପାକିସ୍ତାନ ଟିମ୍‌ର ଅଧିନାୟକ ରହିବେ । ଚୟନ କମିଟିର ସୁପାରିଶ ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଅଧ୍ୟକ୍ଷ ମୋହସିନ୍ ନକଭି ବାବରଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି । ଶାନ ମସୁଦ ଟେଷ୍ଟ ଦଳର ଅଧିନାୟକ ରହିବେ ।

କହି ରଖୁଛୁ, ଭାରତର ଆୟୋଜନରେ ଖେଳା ଯାଇଥିବା ଦିନିକିଆ ବିଶ୍ୱକପ ୨୦୨୩ରେ ଦଳ ଖରାପ ପ୍ରଦର୍ଶନ କରିଥିଲା । ଏହାପରେ ବାବର ଆଜମ ତିନୋଟି ଫର୍ମାଟର ଅଧିନାୟକତ୍ୱ ଛାଡିଥିଲେ । ପରେ ଟି-୨୦ରେ ଶାହିନ୍ ଶାହା ଆଫ୍ରିଦିଙ୍କୁ ଅଧିନାୟକ କରାଯାଇଥିଲା । ଯେତେବେଳେ କି, ଟେଷ୍ଟରେ ଶାନ ମସୁଦଙ୍କୁ ଦାୟିତ୍ୱ ଦିଆଯାଇଥିଲା । ତେବେ ଅଧିନାୟକ ବଦଳିବା ପରେ ମଧ୍ୟ ଦଳର ପ୍ରଦର୍ଶନ ଖାସ୍‌ ନ ଥିଲା ।

ବିଶ୍ୱକପ ୨୦୨୩ରେ ପାକିସ୍ତାନ ଦଳ ଗ୍ରୁପ୍ ପର୍ଯ୍ୟାୟରୁ ହିଁ ବାହାରି ଯାଇଥିଲା । ଦଳ ୯ଟି ମ୍ୟାଚ ମଧ୍ୟରୁ ମାତ୍ର ୪ଟି ଜିତିଥିଲା ଏବଂ ପଏଣ୍ଟ ଟେବୁଲରେ ପଞ୍ଚମ ସ୍ଥାନରେ ରହିଥିଲା । ଏଭଳି ପରିସ୍ଥିତିରେ ବାବର ୨୦୨୩ ନଭେମ୍ବର ୧୫ରେ ପାକିସ୍ତାନ ଦଳର ଅଧିନାୟକତ୍ୱ ଛାଡି ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.