Below header

ଟାଣ ଖରାରେ ଡ୍ୟୁଟି କରୁଥିବା ପୋଲିସକୁ ଖାଦ୍ୟ ଓ ପାଣି ଯୋଗାଉଛନ୍ତି ଏହି ବୃଦ୍ଧ ବ୍ୟକ୍ତି, ସ୍ୱଳ୍ପ ରୋଜଗାରରୁ ଅଧା ଅଂଶ କରୁଛନ୍ତି ଖର୍ଚ୍ଚ

କରୋନା ଭାଇରସକୁ ଦୂର କରିବା ପାଇଁ ଗତ 28 ଦିନ ହେବ ଦେଶରେ ଲକଡାଉନ ଜାରି ରହିଛି। ଏହି ସମୟରେ ରାସ୍ତାରେ ଲୋକଙ୍କ ଗହଳିକୁ ଏଡ଼ାଇବା ପାଇଁ ପୋଲିସ କର୍ମୀମାନେ ଟାଣ ଖରାରେ ଛିଡ଼ାହୋଇ ନିଜ ଡ୍ୟୁଟି କରୁଛନ୍ତି। କେରଳରେ ଏମିତି କରୋନା ଯୋଦ୍ଧା ପୋଲିସ କର୍ମୀମାନଙ୍କୁ ସାହାଯ୍ୟ କରିବା ପାଇଁ ଜଣେ ବୃଦ୍ଧ ବ୍ୟକ୍ତି ଆଗେଇ ଆସିଛନ୍ତି। ବ୍ୟକ୍ତି ଜଣକ ପ୍ରତ୍ୟେକ ଦିନ ପୋଲିସମାନଙ୍କୁ ଖାଦ୍ୟ ଏବଂ ପାଣି ଯୋଗାଇ ଦେଉଛନ୍ତି।

8

କେରଳର ଅଲାପୁଝାର କଲାବୁରରେ ରହୁଥିବା ଗିରିଶ ନାମକ ଏହି ବ୍ୟକ୍ତି ଜଣେ ନଡ଼ିଆ ଗଛ ଚଢାଳି। ସେ କୁହନ୍ତି, ‘ମୁଁ ଅଧିକ ରୋଜଗାର କରୁନାହିଁ। କିନ୍ତୁ ଚେଷ୍ଟା କରୁଛି, ଯେପରି ଖରାରେ ଲୋକଙ୍କ ସେବା କରୁଥିବା କିଛି ପୋଲିସ କର୍ମୀଙ୍କୁ ସାହାଯ୍ୟ କରିବାକୁ। ନିଜ ରୋଜଗାରର ଏକ ଅଂଶ ପୋଲିସମାନଙ୍କ ପାଇଁ ଖର୍ଚ୍ଚ କରୁଛି, ଯିଏ ଆମର ସେବା କରୁଛନ୍ତି। ମୋର ଅଧିକ ରୋଜଗାର ନ ଥିବାରୁ ସେମାନଙ୍କୁ କେବଳ କଦଳୀ ଏବଂ ସୋଡ଼ାର ଗୋଟିଏ ବୋତଲ ଦେଉଛି’।

ତେବେ ଗିରିଶଙ୍କର ଏଭଳି ସେବା ମନୋବୃତ୍ତି ଦେଖି ଯେ କେହି ତାଙ୍କୁ ନେଇ ଗର୍ବ ଅନୁଭବ କରୁଛନ୍ତି। କଲାବୁରର ସବ ଇନ୍ସପେକ୍ଟର ଟଲସନ ଜୋସେଫ କହିଛନ୍ତି, ‘ମୁଁ ପ୍ରତିଦିନ ଏହି ବ୍ୟକ୍ତିଙ୍କୁ ତାଙ୍କ ଦୁଇଚାକିଆ ଯାନରେ ଯାତ୍ରା କରୁଥିବାର ଦେଖୁଛି। ଯେତେବେଳେ ମୁଁ ତାଙ୍କ ବିଷୟରେ ପଚରା ଉଚରା କରିଥିଲି, ପୋଲିସ କର୍ମୀମାନେ ମୋତେ କହିଥିଲେ କି, ଏହି ବ୍ୟକ୍ତି ପ୍ରତିଦିନ ସେମାନଙ୍କୁ ପାଣି ଓ ଜଳଖିଆ ଦେଉଛି। ଆମକୁ ଏଭଳି ଲୋକମାନଙ୍କ ଉପରେ ପୂରା ଗର୍ବ ଏବଂ ଆମେ ସମସ୍ତେ ଏହି ଲୋକମାନଙ୍କ ପାଇଁ ନିଜ ଡ୍ୟୁଟିକୁ ପୂରା ଦାୟିତ୍ୱର ସହ ସମ୍ପାଦନ କରୁଛୁ’।

ତେବେ ସୋସିଆଲ ମିଡିଆରେ ମଧ୍ୟ ଏହି ଖବରକୁ ନେଇ ଲୋକେ ଖୁବ ପ୍ରଶଂସା କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ଆପଣଙ୍କୁ ପ୍ରଶଂସା କରିବା ପାଇଁ ଆମ ପାଖରେ ଶବ୍ଦ ନାହିଁ’। ଏହାପୂର୍ବରୁ ଆନ୍ଧ୍ର ପ୍ରଦେଶରେ ଠିକ ସମାନ ଘଟଣା ଦେଖିବାକୁ ମିଳିଥିଲା। ଏଠାରେ ଜଣେ ମହିଳା ପ୍ରତ୍ୟେକ ଦିନ କୋଲଡ ଡ୍ରିଙ୍କସ ବୋତଲ ନେଇ ପହଞ୍ଚୁଥିଲେ ଏବଂ ଡ୍ୟୁଟିରେ ମୁତୟନ ଥିବା ପୋଲିସ କର୍ମୀଙ୍କୁ ଦେଉଥିଲେ। ସୋସିଆଲ ମିଡିଆରେ ଭାଇରଲ ହୋଇଥିବା ଏହି ମହିଳାଙ୍କ ବିଷୟରେ ଜଣାପଡିବା ପରେ ଔରାରପୁର ପୋଲିସ ମହାନିର୍ଦ୍ଦେଶକ ଗୌତମ ସମ୍ବାଗ ତାଙ୍କୁ ଧନ୍ୟବାଦ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.