Below header

whatsappର ସବୁଠାରୁ ଜବରଦସ୍ତ ଫିଚର ଲଞ୍ଚ, ଏବେ ଏକାସାଙ୍ଗରେ ୮ ଜଣକୁ କରିପାରିବେ ଭିଡିଓ କଲ୍‍

ହ୍ୱାଟସଆପ୍‍ ୟୁଜର୍ସଙ୍କ ପାଇଁ ଖୁସି ଖବର । ହ୍ୱାଟସ୍‍ଅପ୍‍ ୟୁଜରଙ୍କ ପାଇଁ ଏକ ଧମାକାଦାର ଫିଚର ଆଣିଛି । ଆଣ୍ଡ୍ରଏଡ ଏବଂ ଆଇଓଏସ୍‍ ୟୁଜର ଏବେ ଗ୍ରୁପରେ ଏକସାଙ୍ଗରେ ୮ ଜଣଙ୍କ ସହିତ ଭଏସ କିମ୍ବା ଭିଡିଓ କଲ କରିପାରିବେ । ଏହି ଫିଚର ଆସିବା ପୂର୍ବରୁ ହ୍ୱାଟସଆପ୍‍ରେ ଏକାସାଙ୍ଗରେ ମାତ୍ର ୪ ଜଣଙ୍କ ସହିତ ଭିଡିଓ କିମ୍ବା ଭଏସ କଲିଂର ସୁବିଧା ଥିଲା । ଏପରି କରିବା ଦ୍ୱାରା ଏବେ ହ୍ୱାଟସଆପ୍‍ ଗୁଗଲ ମିଟ ଏବଂ ଜୁମ୍‍ ଭଳି କନଫରେନ୍ସି ଆପକୁ କଡା ଟକ୍କର ଦେବାକୁ ଯାଉଛି ।

e

ହ୍ୱାଟସଆପର ଲାଟେଷ୍ଟ ଭର୍ସନରେ ହିଁ କେବଳ ଏହି ଫିଚର ମିଳିବ । ଏହି ଫିଚରର ଫାଇଦା କେବଳ ବିଟା ଭର୍ସନ ୨.୩୦.୧୩୨ ଏବଂ ଆଇଓଏସ ବିଟା ଭର୍ସନ ୨.୨୦.୫୦.୨୫ରେ ମିଳିବ । କମ୍ପାନୀ ଏହି ଫିଚରକୁ ଫେଜ ୱାଇଜ ଅଲଗା ଅଲଗା ଡିଭାଇସ ପାଇଁ ରୋଲଆଉଟ କରିବ ।
ହ୍ୱାଟସଆପର ଏହି ଫିଚର ଜରିଆରେ ଶ୍ରେଷ୍ଠ କନଫରେନ୍ସିଂ କଲିଂର ସୁବିଧା ମିଳିବ । ଲକଡାଉନ ଯୋଗୁଁ ଆଜିକାଲି ଅନେକ ୟୁଜର ଘରେ ରହି କାମ କରୁଛନ୍ତି । ଏମିତିରେ ମିଟିଂ ପାଇଁ ଭିଡିଓ କିମ୍ବା ଅଡିଓ କଲର ବ୍ୟବହାର କରିବାକୁ ପଡୁଛି । ଏଥିପାଇଁ ହ୍ୱାଟସଆପର ଏହି ଫିଚର ୟୁଜର୍ସଙ୍କୁ ବହୁତ ଫାଇଦା ପହଞ୍ଚାଇବ ବୋଲି କମ୍ପାନୀ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.