ଜନ୍ମ ହୋଇନଥିବା ଶିଶୁକୁ ଫେସବୁକ ଜରିଆରେ ବିକ୍ରି କରିବା ପାଇଁ ଉଦ୍ୟମ କରୁଥିଲେ ବ୍ୟକ୍ତି ଆଉ ତାପରେ… ପଢନ୍ତୁ ସମ୍ପୂର୍ଣ୍ଣ ମାମଲା

ମହାରାଷ୍ଟ୍ରରେ ଜଣେ ୩୦ ବର୍ଷ ବୟସ୍କ ବ୍ୟକ୍ତି ନିଜ ସମ୍ପର୍କୀୟଙ୍କ ଜନ୍ମ ହୋଇନଥିବା ଏକ ସନ୍ତାନକୁ ବିକ୍ରୟ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ ମହିଳା ଜଣକ ସାତ ମାସ ଗର୍ଭବତୀ ଅଛନ୍ତି ଏବଂ କିଛି ଦିନ ପୂର୍ବରୁ ସେ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହୋଇଯାଇଥିଲେ । ଅଭିଯୁକ୍ତ ଶିବଶଙ୍କର ତଙ୍ଗାଡେ ନାମକ ଏହି ବ୍ୟକ୍ତି ସେନପୁଞ୍ଜିର ବାସିନ୍ଦା ଏବଂ ସେ ମହିଳାଙ୍କୁ ଅନ୍ୟ କାହା ସହିତ ବିବାହ କରାଇବାକୁ ଚାହୁଁଥିଲେ । ତେବେ ଏଥିରେ ପୂର୍ବ ସ୍ୱାମୀଙ୍କ ଦ୍ୱାରା ଥିବା ଗର୍ଭସ୍ଥ ଶିଶୁ ବାଧାପ୍ରାପ୍ତ ହେଉଥିଲା । ତେଣୁ ମହିଳା ଏବଂ ଅଭିଯୁକ୍ତ, ଜନ୍ମ ପରେ ଶିଶୁକୁ ବିକ୍ରୟ କରିବାକୁ ନିଷ୍ପତ୍ତି ନେଇଥିଲେ ।

Is Facebook about to invest $1bn in India's Reliance Jio? | News ...

ପୋଲିସ ଅଧିକାରୀମାନଙ୍କ କହିବା ଅନୁଯାୟୀ ଅଭିଯୁକ୍ତମାନେ ଫେସବୁକ୍ ମାଧ୍ୟମରେ ପିଲା ଚାହୁଁଥିବା ଲୋକଙ୍କ ସହ ମଧ୍ୟ ଯୋଗାଯୋଗ କରିଥିଲେ । ତେବେ ମହିଳା ଓ ଶିଶୁ କଲ୍ୟାଣ ବିଭାଗକୁ ଏ ସମ୍ପର୍କରେ ସୂଚନା ମିଳିଥିଲା । ​​ଯାହା ପରେ ପୋଲିସକୁ ସୂଚନା ଦିଆଯାଇଥିଲା । ରବିବାର ଦିନ ପୋଲିସ ଗର୍ଭସ୍ଥ ଶିଶୁକୁ ବିକ୍ରୟ କରିବାକୁ ଉଦ୍ୟମ କରୁଥିବା ଲୋକଙ୍କୁ ଗିରଫ କରିବା ସହ ଶିଶୁର ସୁରକ୍ଷା ଦାୟିତ୍ୱ ନେଇଥିଲା । ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ଏବଂ ବର୍ତ୍ତମାନ ମାମଲାର ତଦନ୍ତ ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.