Below header

ଲକ ଡାଉନକୁ ନେଇ ରାଜନୀତି କରୁଛନ୍ତି କି ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ?

ସାରା ଦେଶ ଏବେ ପ୍ରତିପକ୍ଷ କରୋନା ଭାଇରସ ସହ ଏକ ପ୍ରକାର ଯୁଦ୍ଧ କରୁଛି । ଏପରି ଏକ ଜଟୀଳ ପରିସ୍ଥିତିରେ ଦେଶର ପ୍ରାୟ ସମସ୍ତ ରାଜ୍ୟ ଏକାଠି ଥିବା ବେଳେ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କିନ୍ତୁ କିଛିଟା ଦୂରତା ଅବଲମ୍ବନ କରୁଥିବା ଦେଖା ଦେଉଛି । ପ୍ରଶ୍ନ ଉଠୁଛି ଜୀବନ ମରଣର ଜଟିଳ ସ୍ଥିତିରେ ମମତା କାହିଁକି ଏପରି ଏକ ମାନସିକତାକୁ ଧରି ବସିଛନ୍ତି ? ଗୋଟେ ପଟେ ପୂରା ଦେଶ ଜାତି, ଧର୍ମ, ବର୍ଣ୍ଣ, ସୀମା ଆଦିକୁ ଭୁଲି ସାମାଜିକ ଦୂରତା ରକ୍ଷା ସହ ଜରୁରୀ ନିୟମ ଗୁଡିକର ପାଳନ କରୁଥିବା ବେଳେ କିନ୍ତୁ ମମତା ନିଜ ପୁରୁଣା ରାଗ ଗୁଡିକୁ ଯେମିତି ଶୁଝେଇବାରେ ବ୍ୟସ୍ତ ଅଛନ୍ତି । ଏମିତିକି କରୋନା ନେଇ କେନ୍ଦ୍ର ସରକାରଙ୍କ ପଦକ୍ଷେପ ଗୁଡିକରେ ସହମତି ମଧ୍ୟ କରୁ ନାହାନ୍ତି । ପ୍ରଥମେ ମମତା ବାନାର୍ଜୀଙ୍କ ସରକାର ଉପରେ କରୋନା ଭାଇରସରେ ମୃତ୍ୟୁର ପ୍ରକୃତ ସଂଖ୍ୟା ଲୁଚେଇବାର ଆରୋପ ଲାଗିଥିଲା ।

mamata

ଖାଲି ସେତିକି ନୁହେଁ ମମତାଙ୍କ ଶାସିତ ରାଜ୍ୟରେ ଲକଡ଼ାଉନ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯାଉ ନଥିବା ମଧ୍ୟ ଦେଖାଦେଇଥିଲା । ଗୋଟେ ପଟେ କେନ୍ଦ୍ର ସରକାର “ଇଣ୍ଟର ମିନିଷ୍ଟରିଆଲ ସେଣ୍ଟାଲ ଟିମ” ପଠାଇବାକୁ ନିଷ୍ପତ୍ତି ନେଇଥିବା ବେଳେ, ଅନ୍ୟ ପଟେ ମମତା କିନ୍ତୁ ଏଥିରେ ସହମତି ପ୍ରକାଶ କରି ବାକୁ ରାଜି ନୁହନ୍ତି । ତାଙ୍କ ଅନୁଯାୟୀ, ଏହା ସମ୍ବିଧାନ ବିରୋଧୀ । ତେବେ କଣ ମମତା ବାନାର୍ଜୀ ଲକ ଡାଉନକୁ ନେଇ ରାଜନୀତି କରୁଛନ୍ତି, ନା ଏହାକୁ ତାଙ୍କର ବାଚାଳାମି ବୋଲି କୁହାଯିବ । କହି ରଖିବା ଉଚିତ ହେବକି ପଶ୍ଚିମ ବଙ୍ଗ ବ୍ୟତୀତ ମହାରାଷ୍ଟ୍ରର ମୁମ୍ବାଇ- ପୁନେ, ମଧ୍ୟ ପ୍ରଦେଶର ଇନ୍ଦୋର, ରାଜସ୍ଥାନର ଜୟପୁର ପାଇଁ ବି କେନ୍ଦ୍ର ସରକାର ସମାନ ନିୟମ ଜାରି କରିଛନ୍ତି । କିନ୍ତୁ ମମତାଙ୍କ ବ୍ୟତୀତ ଅନ୍ୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିର ବିରୋଧ କରିବା ବଦଳରେ ମାନି ନେଇଛନ୍ତି । ମଧ୍ୟ ପ୍ରଦେଶ ବ୍ୟତୀତ ସମସ୍ତ ରାଜ୍ୟ ଅଣ ବିଜେପି ଶାସିତ ହୋଇଥିବା ବେଳେ ସେମାନେ ସରକାରଙ୍କ ନିଷ୍ପତିରେ ନିଜ ସହମତି ପ୍ରକାଶ କରିଛନ୍ତି ।

NBT

ତେବେ କଣ ଏହାକୁ ମମତାଙ୍କ କରୋନା ରାଜନୀତି ବୋଲି କହିବା ଭୁଲ ହେବ । ଅନ୍ୟପକ୍ଷରେ ତାଙ୍କ ହାବଭାବରୁ ଏଗୁଡ଼ିକୁ ମମତାଙ୍କ ଦୋହରା ନୀତି ବୋଲି ଧରାଯାଉଛି । କିଛି ଦିନ ତଳେ ନିଜେ ମମତା କେନ୍ଦ୍ର ସରକାରଙ୍କୁ ୨୫ ହଜାର କୋଟି ଟଙ୍କାର ସହାୟତା ରାଶି ପାଇଁ ଦାବି କରିଥିଲେ । ଆଉ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି କେନ୍ଦ୍ରୀୟ ଟିମ ଆସିବାକୁ ବିରୋଧ କରିଛନ୍ତି । ସବୁଠୁ ଜରୁରୀ କଥା ହେଉଛି, ମାରାତ୍ମକ କରୋନା ଭାଇରସ ବିରୋଧରେ ଲଢେଇ କେବଳ ଯେ ଗୋଟିଏ ରାଜ୍ୟର ବା ସହରର ନୁହେଁ । ପୁରା ଦେଶ ଏକାଠି ହୋଇ ଏହାର ସାମ୍ନା କରୁଛି । ଏପରି ଏକ ସମୟରେ ମମତାଙ୍କ କେନ୍ଦ୍ର ବିରୋଧୀ ମନ୍ତବ୍ୟକୁ କିପରି ମାନି ନିଆ ଯାଇପାରିବ ।

ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛିକି, ଗୋଟେ ପଟେ ନିଜେ ମମତା ମାନିଛନ୍ତି କି, ଯଦି ଲକ ଡାଉନ ନିୟମର ପାଳନ ଠିକ ଭାବେ କରାନଯାଏ ତେବେ ପରିସ୍ଥିତି ଜଟୀଳ ହେବା ସହ କମ୍ୟୁନିଟି ଟ୍ରାନ୍ସମିଶନ ବ୍ୟାପିବାର ଅଧିକ ସମ୍ଭାବନା ଅଛି । ପଶ୍ଚିମ ବଙ୍ଗ ରାଜ୍ୟର ୯୦ ପ୍ରତିଶତ ମାମଲା କେବଳ କୋଲକାତା ଓ ହାୱଡାର ହୋଇଥିବା ଜଣାଯାଇଛି ।

ତେବେ ମମତା ବାନାର୍ଜୀଙ୍କ ଏହି ଆଭିମୁଖ୍ୟ ଯୋଗୁଁ ଆଜି ସମସ୍ୟାରେ ପଡ଼ିଛି ଓଡ଼ିଶା । ଏଠାରେ ରହୁଥିବା ଓଡ଼ିଆମାନଙ୍କ ପାଇଁ ସଠିକ୍‌ ବ୍ୟବସ୍ଥା କରାଯାଇ ନାହିଁ କିମ୍ବା ସେମାନଙ୍କୁ ନିଜ ଗାଗା ନଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇ ନାହିଁ । ତେଣୁ ସେମାନେ କରୋନା ଭାଇରସ୍‌କୁ ସାଥୀରେ ଧରି ଓଡ଼ିଶା ଫେରିଛନ୍ତି । ଯେତେବେଳେ କି ବାହାର ରାଜ୍ୟର ଶ୍ରମିକମାନଙ୍କ ଥଇଥାନ ସହ ଖାଦ୍ୟପେୟର ବ୍ୟବସ୍ଥା କରିଛନ୍ତି ଓଡ଼ିଶା ସରକାର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.