ଆଜି ରାତି ୧୦ଟାରୁ ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର ବନ୍ଦ, ହିଂସାକାଣ୍ଡ ପରେ କଟକଣା ଲାଗୁ କଲେ ନିର୍ବାଚନ କମିଶନ

କୋଲକାତା(କେନ୍ୟୁଜ୍) : କୋଲକାତା ହିଂସା ପରେ ନିର୍ବାଚନ କମିସନଙ୍କ ଦୃଢ କାର୍ଯ୍ୟାନୁଷ୍ଠାନ । ୧୯ତାରିଖରେ ହେବାକୁ ଥିବା ନିର୍ବାଚନ ପାଇଁ ଆଜି ରାତି ୧୦ଟାରେ ବନ୍ଦ ହେବ ପ୍ରଚାର । ଦମ୍‌ଦମ୍‌, ବସିରହାଟ, ବାରାସାତ, ଜୟନଗର, ମଥୁରାପୁର, ଡାଇମଣ୍ଡ ହାର୍ବଲ, ସାଉଥ ଓ ନର୍ଥ କୋଲକାତା ଆସନ ପାଇଁ ଆଜି ରାତିରେ ପ୍ରଚାର ସାରିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ନିର୍ବାଚନ ପ୍ରଚାର ସମୟ କମାଇବା ସହ ବହୁ ବରିଷ୍ଠ ଅଧିକାରୀଙ୍କୁ ଛୁଟିରେ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମାଜ ସଂସ୍କାରକ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାକୁ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି କମିଶନ । ପ୍ରଥମ ଥର ପାଇଁ ଧାରା ୩୨୪ର ବ୍ୟବହାର କରିଛନ୍ତି କମିଶନ । ବାରମ୍ବାର ଆଇନଶୃଙ୍ଖଳାର ଅବନତି ଓ ହିଂସା ପାଇଁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ମୁଖ୍ୟ ଶାସନ ସଚିବ, ଗୃହ ଓ ସ୍ୱାସ୍ଥ୍ୟ ବିଭାଗ ସଚିବଙ୍କୁ ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଛି । କ୍ରାଇମବ୍ରାଞ୍ଚ ଏଡିଜି ରାଜୀବ କୁମାରଙ୍କୁ ଗୃହ ମନ୍ତ୍ରାଳୟକୁ ବଦଳି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.