୫ ରାଜ୍ୟରେ ନିର୍ବାଚନ ପାଇଁ କଟକଣା ଅବଧି ବଢ଼ାଇଲେ ନିର୍ବାଚନ କମିଶନ

କେନ୍ୟୁଜ୍(ବ୍ୟୁରୋ): ୫ ରାଜ୍ୟ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ମଣିପୁର ଓ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ କଟକଣା ଅବଧି ବଢ଼ିଛି । କଟକଣା ଅବଧି ବଢ଼ାଇଛନ୍ତି ନିର୍ବାଚନ କମିଶନ । ରାଲି, ଶୋଭାଯାତ୍ରା, ରୋଡ୍‌ ସୋ’, ମିଟିଂ ଉପରେ ଜାନୁଆରୀ ୧୫ ବା ଆଜି ପର୍ଯ୍ୟନ୍ତ କଟକଣା ଲଗାଇଥିଲେ ନିର୍ବାଚନ କମିଶନ । ଏହି ଅବଧିକୁ ଆସନ୍ତା ୨୨ ପର୍ଯ୍ୟନ୍ତ ବଢ଼ାଯାଇଛି । କୋଭିଡ୍‌ ସଂକ୍ରମଣ ସ୍ଥିତି ସୁଧୁରିନଥିବାରୁ ପୁଣି ଥରେ କଟକଣା ଅବଧି ବଢ଼ାଇଛନ୍ତି ନିର୍ବାଚନ କମିଶନ ।

କଟକଣା ଏବେ କୋହଳ କରାଯିବା ଠିକ୍‌ ହେବ ନାହିଁ ବୋଲି ନିର୍ବାଚନ କମିଶନ କହିଛନ୍ତି । ବିଶେଷଜ୍ଞ, ଅଧିକାରୀ ଓ ରାଜନୈତିକ ଦଳଙ୍କ ସହ ଆଲୋଚନା ପରେ କଟକଣା ଅବଧି ବଢ଼ାଛନ୍ତି ନିର୍ବାଚନ ଆୟୋଗ । ତେତେ ଇନଡୋର ମିଟିଂ କ୍ଷେତ୍ରରେ କଟଣା କୋହଳ କରାଯାଇଛି । ଇନଡୋର ମିଟିଂରେ ସର୍ବାଧିକ ୩୦୦ ବ୍ୟକ୍ତି ବା ୫୦ ପ୍ରତିଶତ କ୍ଷମତାରେ ଆୟୋଜନ ହୋଇପାରିବ ।

ରାଜନୈତିକ ଦଳମାନେ କୋଭିଡ ଅନୁରୁପ ବ୍ୟବହାର ଓ ଗାଇଡଲାଇନ୍‌ ପାଳନ କରି ମିଟିଂ କରିପାରିବେ । ଜାନୁଆରୀ ୮ରେ ଜାରି ହୋଇଥିବା ଅନ୍ୟ ସବୁ କଟକଣା ବଳବତ୍ତର ରହିବ । ଆସନ୍ତା ମାସ ୧୦ ରେ ଆରମ୍ଭ ହେବ ଭୋଟ ଗ୍ରହଣ । ପ୍ରଥମ ପର୍ଯ୍ୟାୟରେ ଉତ୍ତର ପ୍ରଦେଶରେ ଭୋଟ ଗ୍ରହଣ ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.