ନିର୍ବାଚନ ସଂସ୍କାର ପ୍ରସଙ୍ଗରେ ରାଜ୍ୟସଭାରେ ହେବ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ନୂଆଦିଲ୍ଲୀ(କେନ୍ୟୁଜ୍) : ନିର୍ବାଚନ ସଂସ୍କାର ପ୍ରସଙ୍ଗରେ ଆଜି ରାଜ୍ୟସଭାରେ ହେବ ଗୁରୁତ୍ୱପୂର୍ଣ୍ଣ ଆଲୋଚନା। ଧାରା ୧୭୬ ଅଧିନରେ ଦେଶରେ ନିର୍ବାଚନ ସଂସ୍କାର ପାଇଁର ଆବଶ୍ୟକତା ନେଇ ୧୪ଟି ରାଜନୈତିକ ଦଳ ଆଲୋଚନା ପାଇଁ ନୋଟିସ ଦେଇଛନ୍ତି। ଏଥିରେ ନିର୍ବାଚନ ବଣ୍ଡ, ଗୋଟିଏ ଦେଶ ଗୋଟିଏ ନିର୍ବାଚନ ଓ ଇଭିଏମର ଟାମ୍ପରିଂ ଆଦି ପ୍ରସଙ୍ଗରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଆଲୋଚନା ପାଇଁ କଂଗ୍ରେସ ସହ ତୃଣମୂଳ କଂଗ୍ରେସ, ଏନସିପି, ଆପ୍‌ ଓ ସିପିଆଇ ଆଦି ଦଳ ପ୍ରସ୍ତାବ ଦେଇଥିଲେ। ଜୁନ ୧୯ ତାରିଖରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପରିକଳ୍ପନା ବହୁ ରାଜନୈତିକ ଦଳ ମାନଙ୍କ ଦ୍ୱାରା ସମର୍ଥନ ଲାଭ କରିଥିବା ସରକାର ଘୋଷଣା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.