Below header

ଭୁବନେଶ୍ୱରରେ ୭୦ତମ ବନ ମହୋତ୍ସବ ପାଳିତ, ଏ ବର୍ଷ ୨ଲକ୍ଷ ୯୮ ହଜାର ହେକ୍ଟର ଅଞ୍ଚଳରେ ବନୀକରଣ, ୬କୋଟି ୨୫ଲକ୍ଷ ଚାରା ରୋପଣର ଲକ୍ଷ୍ୟ

ଭୁବନେଶ୍ୱର(କେନ୍ୟୁଜ୍) : ଭୁବନେଶ୍ୱରରେ ୭୦ତମ ବନ ମହୋତ୍ସବ ପାଳିତ। ଭୁବନେଶ୍ୱରର ୟୁନିଟ ୮ସ୍ଥିତ ରାଜଭବନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ବନ ମହୋତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାରା ରୋପଣ କରିଛନ୍ତି। ଏହା ସହ ୭୦ତମ ବନ ମହୋତ୍ସବ ପୁସ୍ତିକା ମଧ୍ୟ ଉନ୍ମୋଚନ କରିଛନ୍ତି। ଚଳିତ ଆର୍ଥିକ ବର୍ଷରେ ୨ଲକ୍ଷ ୯୮ହଜାର ହେକ୍ଟର ଅଞ୍ଚଳକୁ ବିଭିନ୍ନ ଯୋଜନାରେ ବନୀକରଣ କରିବାକୁ ୬କୋଟି ୨୫ଲକ୍ଷ ଚାରା ରୋପଣ କରିବାକୁ ଲକ୍ଷ୍ୟ ରହିଛି। ଏଥିରେ ପଥପାର୍ଶ୍ୱ ବନୀକରଣ ପାଇଁ ମଧ୍ୟ ଯୋଜନା ରହିଛି। ସହରାଞ୍ଚଳ ବନୀକରଣ ପାଇଁ ୩୩ ଲକ୍ଷ ୨୮ହଜାର ଚାରା ରୋପଣ କରାଯିବ। ଜନସାଧାରଣ ଓ ବେସରକାରୀ ସଂସ୍ଥାମାନଙ୍କୁ ସ୍ୱଳ୍ପ ମୂଲ୍ୟରେ ୪କୋଟି ୭୬ ଲକ୍ଷ ଚାରା ଯୋଗାଇ ଦିଆଯିବାକୁ ଲକ୍ଷ୍ୟ ରହିଛି। ଫନି ପ୍ରଭାବିତ ଅଞ୍ଚଳ ସବୁଜ ମହାନଦୀ ମିଶନ ଅନ୍ତର୍ଭୁକ୍ତ ଅଞ୍ଚଳରେ ବିନାମୂଲ୍ୟରେ ଚାରା ବିତରଣ ପାଇଁ ପଦକ୍ଷେପ ନିଆଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.