ଚାର୍ଜ ବସିଥିବା ବେଳେ ଇଲେକ୍ଟ୍ରିକ କାରରେ ଲାଗିଲା ନିଆଁ, ସିସିଟିଭିରେ ରେକର୍ଡ ହେଲା ସମ୍ପୂର୍ଣ୍ଣ ଦୃଶ୍ୟ, ଦେଖନ୍ତୁ ଭିଡିଓ

ପୁଣିଥରେ ଇଲେକ୍ଟ୍ରିକ କାରର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ନିକଟରେ ଚାଇନାରେ ଏକ ଇଲେକ୍ଟ୍ରିକ କାର ଚାର୍ଜରେ ବସିଥିବା ସମୟରେ ଏଥିରେ ନିଆଁ ଲାଗିଯାଇ ବିସ୍ଫୋରଣ ଘଟିଛି । ତେବେ କାରର ବ୍ୟାଟେରି ଖରାପ ଥିବା ଯୋଗୁଁ ଏହି ବିସ୍ଫୋରଣ ଘଟିଛି ବୋଲି କୁହାଯାଉଛି । ମିଳିଥିବା ସୂଚନା ଅନୁଯାୟୀ ଏହି ଘଟଣାଟି ଘଟିଛି ଦକ୍ଷିଣ ଚୀନର ସନମିଙ୍ଗ ଅଂଚଳରେ ଏବଂ ଏହି ଘଟଣାରେ କେହି ଆହତ ହୋଇନଥିବା ସ୍ପଷ୍ଟ ହୋଇଛି ।

ସାଧାରଣତଃ ଚୀନରେ ଇଲେକ୍ଟ୍ରିକ କାର ବହୁତ ଲୋକପ୍ରିୟ ହୋଇଥାଏ । ଏହାସହିତ ଟେସଲା ଏବଂ ସ୍ଥାନୀୟ ଇଲକ୍ଟ୍ରିକ ଭେଇକିଲ ବା ଇଭି କମ୍ପାନୀଗୁଡିକର ମଧ୍ୟ ଅନ୍ତରାଷ୍ଟ୍ରୀୟ ବଜାରରେ ପ୍ରତିଯୋଗିତା ଚାଲିଥାଏ । ରିପୋର୍ଟ ଅନୁଯାୟୀ ଇଲେକ୍ଟ୍ରିକ କାରଟି ଚାର୍ଜରେ ବସିଥିବା ସମୟରେ ସେଥିରେ କିଛି ସମସ୍ୟା ଦେଖାଦେଇଥିଲା ଏବଂ କିଛି ସମୟ ପରେ ସେଥିରୁ ଧୂଆଁ ବାହାରିବାରେ ଲାଗିଥିଲା । ଶେଷରେ କାରରେ ନିଆଁ ଲାଗିଯାଇଥିଲା । ପରେ ଅଗ୍ନିଶମ କର୍ମଚାରୀ ମାନେ ଆସି ପାଣି ଦ୍ୱାରା ଏହି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ତେବେ ପାଣି ପକାଇ ନିଆଁ ଲିଭାଇବା ସମୟରେ ମଧ୍ୟ କାରଟି ଚାର୍ଜରେ ଲାଗିଥିଲା । ଯଦିଓ ବ୍ୟାଟେରୀ ସହ ଜଡିତ କୌଣସି ଜିନିଷରେ ନିଆଁ ଲାଗିଥିବା ସମୟରେ ସେଥିରେ ପାଣି ପକାଇବା ଉଚିତ ନୁହେଁ । କାରଣ ଗ୍ୟାସୋଲିନ ନିଆଁରେ ପାଣି ଢ଼ାଳିବା ଦ୍ୱାରା ନିଆଁ ଭୀଷଣ ରୂପ ନେଇଥାଏ । ଏହା ଏଥିପାଇଁ କାରଣ ସେହି ସମୟରେ ପାଣିରେ ଥିବା ହାଇଡ୍ରୋଜେନ ଏବଂ ଅକ୍ସିଜେନ ଜଳିବାରେ ଲାଗିଥାଏ ।

video courtesy ‘newsflare’
ତେବେ ଏହା ପ୍ରଥମ ଥର ନୁହେଁ ଚୀନରେ ପୂର୍ବରୁ ମଧ୍ୟ ଏହିପରି ଅନେକ ଘଟଣା ଦେଖିବାକୁ ମିଳିଛି । କିଛିଦିନ ତଳେ ଗୋଟିଏ ଇଲେକ୍ଟ୍ରିକ କାର ପାର୍କ ହୋଇଥିବା ସମୟରେ ସେଥିରେ ନିଆଁ ଲାଗିଯାଇଥିଲା ଏବଂ ଅତି କଷ୍ଟରେ ନିଆଁକୁ ଆୟତ୍ତ କରାଯାଇଥିଲା ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.