ହଠାତ ମୋବାଇଲରେ ଦେଖିବାକୁ ମିଳିଲା ‘ପାକିସ୍ତାନ ଜିନ୍ଦାବାଦ’ ନାଁରେ ୱାଇଫାଇ ନେଟୱାର୍କ, ତା’ ପରେ କ’ଣ ହେଲା ଜାଣନ୍ତୁ

କାନପୁରର ନଜିରାବାଦ ସର୍କଲରେ କେହି ଜଣେ ୱାଇଫାଇ ନେଟୱର୍କରେ ‘ପାକିସ୍ତାନ ଜିନ୍ଦାବାଦ’ ଲେଖିବା ନେଇ ଏକ ମାମଲା ସାମ୍ନାକୁ ଆସିଛି। ଏହାପରେ ପୋଲିସ ସେହି ବ୍ୟକ୍ତିଙ୍କୁ ଖୋଜିବାରେ ଲାଗିପଡିଛି। ଡିଆଇଜି ଡ. ପ୍ରୀତିନ୍ଦର ସିଂ କହିଛନ୍ତି, କବାଡି ମାର୍କେଟ ନିବାସୀ ଜଣେ ଯୁବକ ବୁଧବାର ବିଳମ୍ବିତ ରାତିରେ ଅଫିସରୁ ଘରକୁ ଫେରିବା ପରେ ଘରେ ଲାଗିଥିବା ୱାଇଫାଇ ଅନ କରିଥିଲେ। ତାକୁ ଖୋଲିବା କ୍ଷଣି ତାଙ୍କ ମୋବାଇଲରେ ପାକିସ୍ତାନ ଜିନ୍ଦାବାଦ ନେଟୱାର୍କ ଦେଖାଯାଇଥିଲା।

ds

ଏହାପରେ ଯୁବକ ଭୟଭୀତ ହୋଇପଡି ଏ ନେଇ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ନେଟୱାର୍କର ନାଁ ବଦଳାଇଥିଲା। ତେବେ ପୋଲିସ ଏ ନେଇ ଅଧିକ ତଦନ୍ତ ଜାରି ରଖିଥିବା ବେଳେ କାହାରିକୁ ଗିରଫ କରାଯାଇନାହିଁ।

x

ନଜିରାବାଦ ଥାନା ଅନ୍ତର୍ଗତ କବାଡି ମାର୍କେଟରେ କୌଣସି ଅଜ୍ଞାତ ବ୍ୟକ୍ତି ନିଜ ବ୍ୟକ୍ତିଗତ ୱାଇଫାଇରେ ପାକିସ୍ତାନ ଜିନ୍ଦାବାଦ ଲେଖିଦେଇଥିଲେ। ପାକିସ୍ତାନୀ ହ୍ୟାକର୍ସମାନେ ୱାଇଫାଇ ହ୍ୟାକ କରିବାକୁ ଚେଷ୍ଟା କରୁଥିବା ନେଇ ସ୍ଥାନୀୟ ଲୋକେ ଆଶଙ୍କା ପ୍ରକାଶ କରିଥିଲେ। ଏହାପରେ ପୋଲିସକୁ ଖବର ଦେଇଥିଲେ। ସାଇବର ସେଲ ଏବେ ଏହି ମାମଲାର ଯାଞ୍ଚ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.