ଏଲଆଇସିର ଏହି ପଲିସିରେ ନିବେଶ କରି ମାସକୁ ପାଆନ୍ତୁ ୯୯ ହଜାର ଟଙ୍କା ପେନସନ୍‌, ସାରା ଜୀବନ ମିଳିବ ଟଙ୍କା

ଲାଇଫ ଇନସୁରାନ୍ସ କର୍ପୋରେସନ ଅଫ୍‌ ଇଣ୍ଡିଆ (LIC) ଦେଶର ସବୁଠାରୁ ଭରଷାଯୋଗ୍ୟ ବୀମା କମ୍ପାନୀ। ଏହି କମ୍ପାନୀରେ ଅଲଗା ଅଲଗା ପଲିସିରେ ଲୋକ କୋଟି କୋଟି ନିବେଶ କରିଛନ୍ତି। LIC ଟର୍ମ ପଲିସି, ଲାଇଫ ଇନସୁରାନ୍ସ, ପେନସନ, ଏଣ୍ଡାଓମେଣ୍ଟ ଆଦି ପ୍ଲାନ ସେଲ କରିଥାଏ କମ୍ପାନୀ। ଗ୍ରାହକ LICର କିଛି ପ୍ଲାନକୁ ଅନଲାଇନ ନେଇପାରିବେ ତ ଆଉ କିଛି ପ୍ଲାନକୁ ଅଫଲାଇନ ନେଇପାରିବେ। LIC ସରକାରଙ୍କ ଦ୍ୱାରା ସଞ୍ଚାଳିତ କମ୍ପାନୀ ଅଟେ ଏବଂ ଏଥିରେ ନିବେଶ କରିବାରେ ଆପଣଙ୍କ ଟଙ୍କା ସୁରକ୍ଷିତ ରହିଥାଏ।

ଏଲଆଇସିରେ ତ ଏମିତି ଅନେକ ପଲିସି ରହିଛି, କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଖାସ୍‌ ପଲିସି ବିଷୟରେ କହିବାକୁ ଯାଉଛୁ। ଯାହାର ନାମ ‘ଜୀବନ ଶାନ୍ତି’ ପଲିସି। ଏହା ଏକ ପେନସନ୍‌ ପଲିସି ଅଟେ ଏବଂ ଏଥିରେ ଗ୍ରାହକଙ୍କୁ ତୁରନ୍ତ ପେନସନର ଲାଭ ମିଳିଥାଏ। ଯେଉଁ ଲୋକ ଭବିଷ୍ୟତକୁ ନେଇ ପେନସନ ପ୍ଲାନିଙ୍ଗ୍‌ କରିବାକୁ ଚାହୁଁଛନ୍ତି ତାଙ୍କ ପାଇଁ ଏହି ପଲିସି ଏକଦମ୍‌ ବେଷ୍ଟ ହୋଇପାରେ।

licଏହାଛଡା ସବୁଠୁ ଭଲ କଥା ହେଉଛି ଆପଣ ଏଥିରେ ନିବେଶ କରିବା ପରେ ହିଁ ଏଥିରେ ତୁରନ୍ତ ପେନସନ ମିଳିପାରିବ। ଅର୍ଥାତ ପ୍ରିମିୟମ ଭରିବାର ତୁରନ୍ତ ପରେ ଆପଣଙ୍କ ପେନସନ୍‌ ଷ୍ଟାର୍ଟ ହେଇଯିବ। ଏଥିରେ ନିବେଶ ପାଇଁ ଅତିକମରେ ୩୦ ବର୍ଷ ବୟସ ହେବା ବାଧ୍ୟତାମୂଳକ। ସେହିପରି ତୁରନ୍ତ ପେନସନ ପାଇବା ପାଇଁ ପଲିସିଧାରକଙ୍କ ଅଧିକତମ ବୟସ ୮୫ ବର୍ଷ ହେବା ଦରକାର।

ପଲିସି ଅନୁଯାୟୀ ଇମିଡିଏଟ ଏବଂ ଡେଫର୍ଡ ଏନ୍ୟୁଟୀ ବିକଳ୍ପ ଜରିଆରେ ପେନସନ ବାଛିବାକୁ ହେବ। ଇମିଡିଏଟର ଅର୍ଥ ପଲିସି ନେବାର ତୁରନ୍ତ ପରେ ପେନସନ, ଆଉ ଡେଫର୍ଡ ଏନ୍ୟୁଟିର ଅର୍ଥ ପଲିସି ନେବାର କିଛି ସମୟ ପରେ ପେନସନ ପେମେଣ୍ଟ କରିବା। ଯଦି ଆପଣ ଏହି ପଲିସିରେ ୨ କୋଟି ଟଙ୍କା ନିବେଶ କରିବାକୁ ଚାହୁଁଛନ୍ତି ତାହେଲେ ଇମିଡିଏଟ ଅପସନକୁ ବାଛିବାକୁ ପଡିବ। ତେବେ ଆପଣଙ୍କୁ ପ୍ରତି ମାସ ୯୯ ହଜାର ୫୦୦ ଟଙ୍କା ପେନସନ ମିଳିବାକୁ ଲାଗିବ।

money fineପଲିସି ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ କଥା

ବୟସ – ୩୩ ବର୍ଷ

ସମ୍‌ ଆସ୍ୟୁର୍ଡ – ୨୦,୦୦୦,୦୦୦

ଏକମୁସ୍ତ ପ୍ରିମିୟମ – ୨୦୩୬୦୦୦୦

ପେନସନ୍‌ 

ବାର୍ଷିକ – ୧୨୩୨୦୦୦, ଅର୍ଧବାର୍ଷିକ – ୬୦୬୦୦୦, ତ୍ରିମାସିକ – ୩୦୦୨୫୦, ମାସିକ – ୯୯୫୦୦

ଧରିନିଆଯାଉ ଯଦି କୌଣସି ବ୍ୟକ୍ତି ୩୩ ବର୍ଷ ବୟସରେ ‘A’ ଅର୍ଥାତ ପ୍ରତି ମାସ ପେନସନକୁ ଚୟନ କରନ୍ତି। ତାହେଲେ ଏହାସହିତ ସେ ୨୦୦୦୦୦୦୦ ଟଙ୍କା ସମ ଆସ୍ୟୁର୍ଡ ଅପସନକୁ ବାଛିବେ। ସେହିପରି ତାଙ୍କୁ ୨୦୩୬୦୦୦୦ ଟଙ୍କା ପ୍ରିମିୟମବ ଭରିବାକୁ ପଡିବ। ଏହି ନିବେଶ ପରେ ତାଙ୍କୁ ପ୍ରତି ମାସ ୯୯,୫୦୦ ଟଙ୍କା ପେନସନ ମିଳିବ। ଏହି ପେନସନ ବର୍ଷକୁ ୧୨୩୨୦୦୦, ଅର୍ଧବାର୍ଷିକ ୬୦୬୦୦୦ ଏବଂ ତ୍ରିମାସିକ ହିସାବରେ ୩୦୦୨୫୦ ଟଙ୍କା ହେବ। ଏହି ପେନସନ ଯେତେବେ ପର୍ଯ୍ୟନ୍ତ ପଲିସିଧାରକ ଜୀବିତ ରହିଥିବେ ସେବେ ପର୍ଯ୍ୟନ୍ତ ମିଳିବ। ମୃତ୍ୟୁ ପରେ ଏହି ପେନସନ ମିଳିବା ବନ୍ଦ ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.