Below header

ରାଜଧାନୀ ବାସୀଙ୍କ ଶରୀରରେ ଆଣ୍ଟିବଡ଼ି ପରିମାଣ କମ: ବିଏମସି କମିସିନର

ଭୁବନେଶ୍ୱର(କେ ନ୍ୟୁଜ): ଭୁବନେଶ୍ୱରରେ କମ୍‌ ଲୋକଙ୍କ ଠାରେ ଅଛି ଆଣ୍ଟିବଡ଼ି । ସହରର ମାତ୍ର ୫.୧୫ ପ୍ରତିଶତ ବ୍ୟକ୍ତିଙ୍କ ଠାରେ ଆଣ୍ଟିବଡି ରହିଥିବା ଜଣାଯାଇଛି । ଏହି ପରିମାଣ କିନ୍ତୁ ସନ୍ତୋଷଜନକ ନୁହେଁ। ଏହାବାଦ ହାଇ ରିସ୍କ ଗୃପରେ ମଧ୍ୟ ଅନେକ ଲୋକ ରହିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ହୋଇଥିବା ସେରୋ ସର୍ଭେ ରିପୋର୍ଟରୁ ଏହା ସ୍ପଷ୍ଚ ହୋଇଥିବା ନେଇ କହିଛନ୍ତି ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ। କହିରଖିବା ଉଚିତ ହେବଯେ, ୧୫ଶହରୁ ୧୬ଶହ ଜଣ ବ୍ୟକ୍ତିଙ୍କୁ ନେଇ ଏକ ସେରୋ ସର୍ଭେ ହୋଇଥିଲା।

ଆଗାମୀ ଦିନରେ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ଅଧିକ ବୋଲି ବିଏମସି କମିସନର କହିଛନ୍ତି। ତେଣୁ ଲୋକଙ୍କୁ ସାମାଜିକ ଦୂରତା କଡ଼ାକଡ଼ି ପାଳନ କରିବା ସହ ମାସ୍କ ପିନ୍ଧିବାକୁ ସେ ନିବେଦନ କରିଛନ୍ତି । ଯଦି ଏବେଠୁ ସତର୍କ ନ ରୁହନ୍ତି ତେବେ ପରିସ୍ଥିତି ଆଗକୁ ଜଟିଳ ହୋଇଯାଇପାରେ ବୋଲି କହିଛନ୍ତି ବିଏମସି କମିସିନର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.