ରୋବଟ୍‌ଠୁ ଆରମ୍ଭ କରି ସାଟେଲାଇଟ୍‌ ଜାମର ପର୍ଯ୍ୟନ୍ତ, ମହାକାଶରୁ ଶତ୍ରୁଙ୍କ ସବୁ ଗତିବିଧି ଉପରେ ନଜର ରଖିଛି ଚୀନ୍‌

ଭାରତ ସହ ଯୁଦ୍ଧ କରିବାକୁ ପୂରା ପ୍ରସ୍ତୁତ ଅଛି ଚୀନ୍‌। ଏବେ ଚୀନ୍‌ର ନଜର ଭାରତର ସୈନ୍ୟ ସମେତ ଅସ୍ତ୍ରଶସ୍ତ୍ର ଉପରେ। ଭାରତର ସୈନ୍ୟବଳକୁ ପରଖିସାରିବା ପରେ ଅଚାନକ ଆକ୍ରମଣ କରିବା ପାରନ୍ତି ଚୀନୀ ସେନା। ପିପୁଲ୍ସ ଲିବରେସନ୍‌ ଆର୍ମି(ପିଏଲ୍‌ଏ)ର ଦିଗ୍‌ଦର୍ଶନରେ ଚୀନ୍‌ ନିଜ ଶତ୍ରୁ ଦେଶର ସମସ୍ତ ପ୍ରସ୍ତୁତି ଓ ସଂସାଧନ ଉପରେ ନଜର ରଖିବା ପାଇଁ ମହାକାଶକୁ ବ୍ୟବହାର କରୁଛି। ରୋବଟ୍‌ ଠାରୁ ଆରମ୍ଭ କରି ସାଟେଲାଇଟ୍‌ ଜାମର ପର୍ଯ୍ୟନ୍ତ ସବୁ କିଛି ବ୍ୟବହାର କରି ଚୀନ୍‌ ମହାକାଶରୁ ନିଜ ଶତ୍ରୁଙ୍କ ଉପରେ ନଜର ରଖିଛି। ଏନେଇ ଆମେରିକାର ରିପୋର୍ଟରେ ଦାବି କରାଯାଇଛି।

ଆମେରିକା ପ୍ରତିରକ୍ଷା ବିଭାଗର ୨୦୦ ପୃଷ୍ଠାର ରିପୋର୍ଟରେ କୁହାଯାଇଛି ଚୀନ୍‌ ଉପଗ୍ରହ ଲେଜର, ଜାମର ତଥା ଉଚ୍ଚକ୍ଷମତାସମ୍ପନ୍ନ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ନିଜ ଶକ୍ତି ବିକଶିତ କରୁଛି। ଏବେ ଆଧୁନିକ ଜ୍ଞାନ କୌଶଳ ଓ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଯୁଦ୍ଧ କରିବା ଉପରେ ଚୀନ୍‌ ଗୁରୁତ୍ୱ ଦେଉଛି। ଏଣୁ ଶତ୍ରୁମାନଙ୍କ ସବୁ ଗତିବିଧି ଉପରେ ରୀତିମତ ନଜର ରଖିଛି। କେଉଁ ଦେଶ ପାଖରେ କି କି ଅସ୍ତ୍ର ଅଛି ତାର ଖବର ଚୀନ୍‌ ରଖୁଛି। ସେହି ଅନୁଯାୟୀ ସେ ତା’ଠାରୁ ଉଚ୍ଚକ୍ଷମତାଯୁକ୍ତ ଅସ୍ତ୍ର ଯୋଗାଡ଼ କରିବାରେ ଲାଗିପଡ଼ିଛି।

china2

ରିପୋର୍ଟ ମୁତାବକ ମହାକାଶରେ ଥିବା ଚୀନ୍‌ର ସାଟେଲାଇଟ୍‌ ଲେଜର ଓ ରୋବଟ୍‌ ସହାୟତାରେ ଏସବୁ ତଥ୍ୟ ସଂଗ୍ରହ କରୁଛି। ଏହି ଜ୍ଞାନକୌଶଳକୁ ଅଧିକ ଉନ୍ନତ କରିବା ପାଇଁ ଚୀନ୍‌ ଏବେ ଲାଗିପଡ଼ିଛି। ମିଳିଥିବା ସୂଚନା ମୁତାବକ ଚୀନ୍‌ ଏକ ଏଭଳି ରୋବଟ୍‌ ପ୍ରସ୍ତୁତ କରୁଛି ଯାହା ଯୁଦ୍ଧ ଭୂମିରେ ଯୁଦ୍ଧ କରିବ କିମ୍ବା ମାଲ ପରିବହନ କରିବ। ତେବେ ଚୀନ୍‌ର ଏହି ସେନା ଓ ଭାରତ ମଧ୍ୟରେ ଆକାଶ ପାତାଳ ତଫାତ୍‌ ଥିବା ଦେଖିବାକୁ ମିଳିଛି। ଭାରତ କୌଣସି ଗୁଣରେ ମଧ୍ୟ ଚୀନ୍‌ ସହ ଯୁଦ୍ଧ କରିବାକୁ ସମର୍ଥ ନୁହେଁ ବୋଲି ପ୍ରତୀୟମାନ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.