ମହଙ୍ଗା ପଡିଲା ଦରମା ନଦେବା, ମାଲିକକୁ ଅପହରଣ କରି ଉତ୍ତମ ମଧ୍ୟମ ଦେଲେ କର୍ମଚାରୀ

କଣ ଆପଣ ବି ଜଣେ ଘରୋଇ ସଂସ୍ଥାର ମାଲିକ ? ଯଦି ନିଜ କର୍ମଚାରୀଙ୍କୁ ଦରମା ଦେଇ ନାହାଁନ୍ତି ତେବେ ତୁରନ୍ତ ଦେଇଦିଅନ୍ତୁ । ନଚେତ୍ ଆପଣଙ୍କ ଅବସ୍ଥା ବି ଏହି ବ୍ୟକ୍ତିଙ୍କ ପରି ହୋଇପାରେ । ୭ ମାସର ଦରମା ବାକି ରଖିଥିବାରୁ ମାଲିକକୁ ଅପହରଣ କରିନେଲେ କର୍ମଚାରୀ । ଆଉ ଦେଲେ ଅକଥନୀୟ ନିର୍ଯ୍ୟାତନା । ଘଟଣାଟି ହୋଇଛି ବେଙ୍ଗାଲୁରୁରେ ।

ସୂଚନା ମୂତାବକ, ୨୩ ବର୍ଷୀୟ ସୁଜୟ ହଲାସୁରୁରେ ଗୋଟିଏ କମ୍ପାନୀ ଖୋଲିଥିଲେ । ହେଲେ ଦୀର୍ଘ ୭ ମାସ ହେବ ନିଜ କର୍ମଚାରୀଙ୍କୁ ବେତନ ଦେଇନଥିଲେ । ଯେଉଁଥିରେ ବିରକ୍ତ ହୋଇ କାର୍ଯ୍ୟରତ ୭ ଜଣ କର୍ମଚାରୀ ସୁଜୟଙ୍କର ଅପହରଣ ପ୍ଲାନ୍ କରିଥିଲେ । ଆଉ ତାଙ୍କୁ ବକେୟା ଦରମା ମାଗିଥିଲେ । ଏପରିକି ସୁଜୟଙ୍କୁ ନିର୍ଯ୍ୟାତନା ମଧ୍ୟ ଦେଇଥିଲେ ।

ତେବେ ସୁଜୟ ବକେୟା ବେତନ ଦେବା ପାଇଁ କଥା ଦେବା ପରେ ସେମାନେ ତାଙ୍କୁ ଛାଡିଦେଇଥିଲେ । ହେଲେ ସେଠାରୁ ଆସିବା ପରେ ପୋଲିସ୍ ଷ୍ଟେସନରେ ମାମଲା ରୁଜୁ କରିଥିଲେ ସୁଜୟ । ଏବେ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଅନ୍ୟମାନଙ୍କୁ ଖୋଜୁଛି ପୋଲିସ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.