୨୪ ଘଣ୍ଟା ମଧ୍ୟରେ ଜମ୍ମୁ-କାଶ୍ମୀରରେ ତୃତୀୟ ଏନ୍‌କାଉଣ୍ଟର : ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡିଲେ ୨ ଆତଙ୍କବାଦୀ, ୫ ଜଣ ଯବାନ ଆହତ

ଶ୍ରୀନଗର : ୨୪ ଘଣ୍ଟା ମଧ୍ୟରେ ଜମ୍ମୁ-କାଶ୍ମୀରରେ ତୃତୀୟ ଏନ୍‌କାଉଣ୍ଟର । ବଡଗାଓଁରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡିଲେ ୨ ଆତଙ୍କବାଦୀ । ଆତଙ୍କବାଦୀଙ୍କ ଗୁଳିରେ ୫ ଜଣ ଯବାନ ଆହତ ହୋଇଛନ୍ତି । ଜିଲ୍ଲାର ସୁତଶୁ ଗାଁ ନିକଟରେ ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ପାଇ ସୁରକ୍ଷାକର୍ମୀ, ଏସ୍‌ଓଜି ଓ ସିଆର୍‌ପିଏଫ୍‌ ପକ୍ଷରୁ ମିଳିତ ଭାବେ ଏନକାଉଣ୍ଟର କରାଯାଇଥିଲା । ମୃତ ଆତଙ୍କବାଦୀ ଦୁଇ ଜଣ ଜୈଶ-ଏ-ମହମ୍ମଦ ଆତଙ୍କୀ ସଙ୍ଗଠନର ବୋଲି ଜଣାପଡ଼ିଛି । ଏବେ ବି ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ୍‌ ଜାରି ରହିଛି । ଗତକାଲି ଜମ୍ମୁ-କାଶ୍ମୀରର ଦୁଇଟି ସ୍ଥାନରେ ଏନ୍‌କାଉଣ୍ଟରରେ ୪ଜଣ ଆତଙ୍କବାଦୀ ନିହତ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.