ଏବେ ସବୁ ପିଲାଙ୍କର ରହିବ ଆଧାରକାର୍ଡ, ସ୍କୁଲରେ ଆଡମିସନ୍ ପାଇଁ ବାଧ୍ୟତାମୂଳକ
କେବଳ ଶିଶୁଙ୍କ ଆଧାର କାର୍ଡ ତିଆରି ପାଇଁ ଜିଲ୍ଲାରେ ୪୬ଟି କେନ୍ଦ୍ରକୁ ଚୟନ କରାଯାଇଛି । ଏଥିରେ ୨୭ଟି କେନ୍ଦ୍ରରେ ଆଧାର କାର୍ଡ ତିଆରି ଏବଂ ସଂଶୋଧନ କାର୍ଯ୍ୟ ଜାରି ରହିଛି । ସେହିପରି ଜିଲ୍ଲାର ପ୍ରତ୍ୟେକ ପ୍ରଖଣ୍ଡରେ ଦୁଇଟି ଆଧାର କେନ୍ଦ୍ର ନିର୍ଦ୍ଧାରିତ କରିବାର ଲକ୍ଷ ରହିଛି ।

ଜିଲ୍ଲାର ସମସ୍ତ ସରକାରୀ ବା ବେସରକାରୀ ବିଦ୍ୟାଳୟରେ ପଢୁଥିବା ପ୍ରଥମରୁ ଦ୍ୱାଦଶ ଶ୍ରେଣୀର ପିଲାଙ୍କ ପାଇଁ ଆଧାର କାର୍ଡ ଏଣିକି ବାଧ୍ୟତାମୂଳକ କରାଯାଇଛି । ସ୍କୁଲରେ ନାମାଙ୍କନ ପାଇଁ ପିଲାଙ୍କର ଆଧାର କାର୍ଡ ତିଆରି କରିବା କାମ ଆରମ୍ଭ ହୋଇଛି ।
ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟଙ୍କ ରିପୋର୍ଟ ମୁତାବକ ଗତ ଏକ ମାସରେ ଜିଲ୍କାର ୧୬ ହଜାର ୧୩୪ ପିଲାଙ୍କ ଆଧାର କାର୍ଡ ତିଆରି କରାଯାଇଛି । କେବଳ ଶିଶୁଙ୍କ ଆଧାର କାର୍ଡ ତିଆରି ପାଇଁ ଜିଲ୍ଲାରେ ୪୬ଟି କେନ୍ଦ୍ରକୁ ଚୟନ କରାଯାଇଛି । ଏଥିରେ ୨୭ଟି କେନ୍ଦ୍ରରେ ଆଧାର କାର୍ଡ ତିଆରି ଏବଂ ସଂଶୋଧନ କାର୍ଯ୍ୟ ଜାରି ରହିଛି । ସେହିପରି ଜିଲ୍ଲାର ପ୍ରତ୍ୟେକ ପ୍ରଖଣ୍ଡରେ ଦୁଇଟି ଆଧାର କେନ୍ଦ୍ର ନିର୍ଦ୍ଧାରିତ କରିବାର ଲକ୍ଷ ରହିଛି ।
ତେବେ କହିବାକୁ ଚାହିଁବୁ ଯେ ସରକାରୀ ସ୍କୁଲରେ ପଢ଼ୁଥିବା ପିଲାଙ୍କୁ ବିଭିନ୍ନ ଯୋଜନାର ଲାଭ ମିଳିବା ପାଇଁ ମଧ୍ୟ ଆଧାର କାର୍ଡକୁ ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ୍ କରିବା ବାଧ୍ୟତାମୂଳକ କରାଯାଇଛି ।
ଯେଉଁ ପିଲାଙ୍କ ପାଖରେ ଆଧାର କାର୍ଡ ନାହିଁ ତାଙ୍କର ଆଧାର କାର୍ଡ ନିଶୁଳ୍କରେ ତିଆରି କରାଯିବ । ଆଉ ଯେଉଁମାନଙ୍କ ପାଖରେ ଆଧାର କାର୍ଡ ଅଛି ଏବଂ ସେଥିରେ କୌଣସି ଭୁଲ ରହିଛି ତେବେ ତାକୁ ସଂଶୋଧନ କରିବା ଲାଗି ଅଭିଭାବକଙ୍କୁ ୫୦ ରୁ ୧୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।
ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଜଣାଇଛି ଯେ ଆଧାର କାର୍ଡ ତିଆରି ପାଇଁ ଅପରେଟର ଦ୍ୱାରା ଅଭିଭାବକଙ୍କ ଠାରୁ ଟଙ୍କା ନେଉଥିବାର ଅଭିଯୋଗ ରହିଛି । ସମ୍ବନ୍ଧିତ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କୁ କୁହାଯାଇଛି ଯେ, ସେ ତଦାରଖ କରି ପିଲାଙ୍କ ଆଧାରକାର୍ଡ ତିଆରି କରିବେ ଏବଂ ଏହାକୁ ବନାଇବାକୁ କିମ୍ବା ସଂଶୋଧିତ କରିବାକୁ ଯଦି କିଏ ଟଙ୍କା ମାଗିବ ତାହେଲେ ଅଭିଯୋଗ କରନ୍ତୁ ।
ଗୋଟିଏକେନ୍ଦ୍ରରେ ଲାଗିବ ଦୁଇଟି ମେସିନ୍
ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟଙ୍କ ପକ୍ଷରୁ ନିର୍ଦ୍ଧାରିତ ଆଧାର କାର୍ଡ କେନ୍ଦ୍ରରେ ଦୁଇଟି ମେସିନ୍ ଲଗାଯାଇଛି । ଯାହାଦ୍ୱାରା ପିଲା ଓ ଅଭିଭାବକଙ୍କୁ ଅସୁବିଧା ନହେବ ।