‘ଡାଇବେଟିସ୍‌ ସତ୍ତ୍ୱେ ତିହାରରେ ପ୍ରତିଦିନ ମିଠା ଖାଉଛନ୍ତି କେଜ୍ରିଓ୍ଵାଲ, ଏହା ଜାମିନ୍‌ ପାଇବାର ଉପାୟ’: ED

ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତିହାର ଜେଲରେ ଅଛନ୍ତି । ଏହାରି ଭିତରେ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରେ କେଜ୍ରିୱାଲଙ୍କ ଆବେଦନ ଉପରେ ଶୁଣାଣି ବେଳେ ଇଡି ଦାବି କରିଛି ଯେ କେଜ୍ରିଓ୍ଵାଲ ଜାଣିଶୁଣି ମିଠା ଖାଉଛନ୍ତି ।

ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତିହାର ଜେଲରେ ଅଛନ୍ତି । ଏହାରି ଭିତରେ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରେ କେଜ୍ରିୱାଲଙ୍କ ଆବେଦନ ଉପରେ ଶୁଣାଣି ବେଳେ ଇଡି ଦାବି କରିଛି ଯେ କେଜ୍ରିଓ୍ଵାଲ ଜାଣିଶୁଣି ମିଠା ଖାଉଛନ୍ତି । ମେଡିକାଲ ଆଧାରରେ ଜାମିନ ପାଇବା ପାଇଁ ସେ ଜାଣିଶୁଣି ଏପରି କରୁଛନ୍ତି । ଯାହାଫଳରେ ତାଙ୍କର ସୁଗାର ଲେବଲ୍‌ ବଢ଼ିବ ଏବଂ ମେଡିକାଲ ଆଧାରରେ ତାଙ୍କୁ ଜାମିନ ମିଳିବ ।

କୋର୍ଟରେ ଇଡି କହିଛି, କେଜ୍ରିୱାଲଙ୍କୁ ଟାଇପ୍‌-୨ ଡାଇବେଟିସ୍‌, କିନ୍ତୁ ସେ ଜେଲରେ ଆଳୁ ପୁରୀ, ଆମ୍ବ ଓ ମିଠା ଖାଉଛନ୍ତି । ସେ ଜାଣିଶୁଣି ଏହା କରୁଛନ୍ତି । ମେଡିକାଲ ଆଧାରରେ ଜାମିନ ପାଇବାର ଏହା ଏକ ପ୍ରକାରର ଉପାୟ ।

ଇଡିର କହିବା ହେଲା, କୋର୍ଟ ତାଙ୍କୁ ଘର ଖାଦ୍ୟ ଖାଇବାକୁ ଅନୁମତି ଦେଇଛନ୍ତି । ଜେଲ୍ ଡିଜି ଆମକୁ କେଜ୍ରିୱାଲଙ୍କ ଡାଏଟ୍ ପଠାଇଛନ୍ତି । ତାଙ୍କର ବିପି ସମସ୍ୟା ରହିଛି । କିନ୍ତୁ ଦେଖନ୍ତୁ ସେ କ’ଣ ଖାଉଛନ୍ତି, ଆଳୁ ପୁରୀ, କଦଳୀ, ଆମ୍ବ ଏବଂ ଅତ୍ୟଧିକ ମିଠା ଜିନିଷ ।

ଇଡି କହିଛି କି, ଆମେ କେବେ ଶୁଣିନୁ ଯେ ଟାଇପ୍-୨ ଡାଇବେଟିସ୍‌ରେ ପୀଡିତ ବ୍ୟକ୍ତି ଏହି ପ୍ରକାରର ଜିନିଷ ଖାଆନ୍ତି । କିନ୍ତୁ ପ୍ରତିଦିନ ସେ ଆଳୁ, ପୁରୀ, ଆମ୍ବ ଏବଂ ମିଠା ଜିନିଷ ଖାଉଛନ୍ତି । ଏ ସବୁ ଏଥିପାଇଁ କରାଯାଉଛି, ଯେମିତି ତାଙ୍କୁ ଜାମିନ ମିଳିଯିବ । ସେପଟେ କୋର୍ଟ କହିଛନ୍ତି, ଆମେ ଜେଲରୁ ଏହା ଉପରେ ରିପୋର୍ଟ ମାଗିବୁ ଏବଂ ଆପଣ ମୋତେ ତାଙ୍କର ସମ୍ପୂର୍ଣ୍ଣ ଡାଏଟ୍ ପ୍ଲାନ୍‌ ଦିଅନ୍ତୁ । ବର୍ତ୍ତମାନ ଏହି ମାମଲାର ଶୁଣାଣି ଶୁକ୍ରବାର ହେବ ।

ସୂଚନାଥାଉ କି, ଅରବିନ୍ଦ କେଜ୍ରିୱାଲ ଜଣେ ଡାଇବେଟିସ୍‌ ରୋଗୀ । ଏମିତିରେ ତାଙ୍କ ଓକିଲ ପ୍ରଥମେ ରାଉସ୍ ଆଭେନ୍ୟୁ କୋର୍ଟରେ ଆବେଦନ ଦାଖଲ କରି ଭିଡିଓ କନଫରେନ୍ସିଂ ମାଧ୍ୟମରେ କେଜ୍ରିୱାଲଙ୍କୁ ଡାକ୍ତରଙ୍କ ସହ ନିୟମିତ ପରାମର୍ଶ ଦେବାକୁ କହିଥିଲେ । କିନ୍ତୁ ବର୍ତ୍ତମାନ ତାଙ୍କ ଓକିଲମାନେ ଏହି ଆବେଦନ ପ୍ରତ୍ୟାହାର କରିଛନ୍ତି, ଯାହାକୁ ବିରୋଧ କରି ଇଡି କୋର୍ଟରେ ଏହିସବୁ କଥା କହିଛି । କହି ରଖୁଛୁ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଇଡି ମାର୍ଚ୍ଚ ୨୧ରେ ଗିରଫ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.