ପିଲାଙ୍କ ସ୍ୱାସ୍ଥ୍ୟ ସହିତ ଖେଳୁଛି Nestle, ଭାରତରେ ବିକ୍ରି କରୁଥିବା cerelac ରେ ମିଶାଉଛି ଚିନି

ଭାରତ, ଲାଟିନ ଆମେରିକା ଏବଂ ଆଫ୍ରିକା ଦେଶରେ ବିକ୍ରି ହେଉଥିବା cerelac ପ୍ରଡକ୍ଟରେ ଅଧିକ ପରିମାଣରେ ଚିନି ରହିଛି । ନବଜାତ ଶିଶୁଙ୍କୁ ଦିଆଯାଉଥିବା ସେରେଲାକ ଭଳି ପ୍ରଡକ୍ଟରେ ପ୍ରତି ଚାମଚରେ ୪ ଗ୍ରାମ ସୁଗାର ମିଳିଛି । ନ୍ୟାସନାଲ ବେବି ଫୁଡ ଆକ୍ସନ ନେଟଓ୍ଵାର୍କ (IBFAN) ଏବଂ ପବ୍ଲିକ ଆଇ (Public Eye) ଭଳି ଗ୍ଲୋବାଲ ସଂସ୍ଥା ଏହି ରିପୋର୍ଟ ଜାରି କରିଛି ।

ମ୍ୟାଗି ପ୍ରସ୍ତୁତ କରୁଥିବା କମ୍ପାନୀ ନେସଲେ(Nestle) ଅଧିକ ବ୍ୟବହୃତ ହେଉଥିବା ବେବି ଫୁଡ ସେରେଲାକରେ ଚିନି ମିଶ୍ରଣ କରୁଥିବା ତଥ୍ୟ ସାମ୍ନାକୁ ଆସିଛି । ଏହି କମ୍ପାନୀ ୟୁରୋପୀୟ ଦେଶରେ କ୍ୱାଲିଟି ପ୍ରଡକ୍ଟ ବିକ୍ରି କୁଥିବା ବେଳେ ଭାରତ ଭଳି ବିକାଶଶୀଳ ଦେଶରେ ନିମ୍ନମାନର ଉତ୍ପାଦ ବିକ୍ରି କରୁଛି ବୋଲି ସର୍ଭେରୁ ଜଣାପଡିଛି ।

ନ୍ୟାସନାଲ ବେବି ଫୁଡ ଆକ୍ସନ ନେଟଓ୍ଵାର୍କ (IBFAN) ଏବଂ ପବ୍ଲିକ ଆଇ (Public Eye) ଭଳି ଗ୍ଲୋବାଲ ସଂସ୍ଥା ନେସଲେ ବେବି ଫୁଡ ପ୍ରଡକ୍ଟ ସେରେଲାକ ଏବଂ କ୍ଷୀର ଜାତୀୟ ପ୍ରଡକ୍ଟ (Nido) କୁ ଲାବରେ ଟେଷ୍ଟିଂ ପରେ ଏହି ରିପୋର୍ଟ ଜାରି କରିଛି । ଏଥିରୁ କୁହାଯାଇଛି କି, ଭାରତ, ଲାଟିନ ଆମେରିକା ଏବଂ ଆଫ୍ରିକା ଦେଶରେ ବିକ୍ରି ହେଉଥିବା ପ୍ରଡକ୍ଟରେ ଅଧିକ ପରିମାଣରେ ଚିନି ରହିଛି । କମ୍ପାନୀ ଏମିତି କରିବା ଦ୍ୱାରା ପିଲାଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡୁଛି ।

ଏହି ଦୁଇଟି ସଂସ୍ଥା କମ୍ପାନୀର ୧୫୦ରୁ ଅଧିକ ପ୍ରଡକ୍ଟ ଯାଞ୍ଚ ପାଇଁ ପଠାଇଥିଲା । ଏଥିରେ ନବଜାତ ଶିଶୁଙ୍କୁ ଦିଆଯାଉଥିବା ସେରେଲାକ ଭଳି ପ୍ରଡକ୍ଟରେ ପ୍ରତି ଚାମଚରେ ୪ ଗ୍ରାମ ସୁଗାର ମିଳିଛି । ସେହିପରି ଫିଲିପିନ୍ସରେ ବିକ୍ରି ହେଉଥିବା ପ୍ରଡକ୍ଟରେ ୬ ମାସର ଶିଶୁକୁ ଥରକେ ଖୁଆଯାଉଥିବା ସେରେଲାକରେ ୭.୫ ଗ୍ରାମ ଚିନି ମିଳିଛି ।

ନେସଲେ ସ୍ୱିଜରଲାଣ୍ଡ ଏବଂ ୟୁରୋପ ଭଳି ଅନ୍ୟ ପ୍ରମୁଖ ବଜାରରେ କମ୍ପାନୀ ଏହି ପ୍ରଡକ୍ଟକୁ ବିନା ସୁଗାର ମିଶାଇ ବିକ୍ରି କରୁଛି । ଯାହା ଏହାର ଗ୍ଲୋବାଲ ଷ୍ଟାଣ୍ଡାର୍ଡ । କିନ୍ତୁ କମ୍ପାନୀ ଏହି ପ୍ରଡକ୍ଟକୁ ଭାରତ, ଆଫ୍ରିକା, ଲାଟିନ ଆମେରିକା ଭଳି ଦେଶରେ ଚିନି ମିଶାଇ ବିକ୍ରି କରୁଛି ।

ଶିଶୁ ରୋଗ ବିଶେଷଜ୍ଞ ଏବଂ ନ୍ୟୁଟ୍ରିନିସ ଏକ୍ସପର୍ଟଙ୍କ କହିବା ମୁତାବକ, ନେସଲେ ଏଭଳି କାମ ପାଇଁ ସ୍ୱାସ୍ଥ୍ୟ ସହିତ ମାର୍କେଟ ସହିତ ମଧ୍ୟ ଖେଳ ଖେଳୁଛି । WHO କହିବା ମୁତାବକ, ଯଦି ପିଲାଙ୍କୁ ହାଇ ସୁଗାର ପ୍ରଡକ୍ଟ ଦିଆଯାଉଛି, ତେବେ ମୋଟାପଣ ସହିତ ଅନ୍ୟ ରୋଗ ମଧ୍ୟ ହୋଇପାରେ । ଏହାପୂର୍ବରୁ ୨୦୨୨ରେ ଦୁବାଇର ଏକ ଏଜେନ୍ସୀର ପ୍ରଡକ୍ଟରେ ସୁଗାର ମିଳିବା ଯୋଗୁଁ ରୋକ୍‌ ଲଗାଯାଇଥିଲା । ନେସଲେ ୨୦୨୨ରେ ଭାରତରେ ୨୦,୦୦୦ କୋଟିରୁ ଅଧିକ ମୂଲ୍ୟର ସେରେଲାକ ଉତ୍ପାଦ ବିକ୍ରି କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.