ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ସହର, ଦିନ ୨ଟା ୩୦ ସୁଦ୍ଧା ୪୩.୦୬ ଡିଗ୍ରୀ ତାପମାତ୍ରା ରେକର୍ଡ଼

ସାରା ରାଜ୍ୟରେ ଅସମ୍ଭାଳ ତାତି । ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା । ୪୩.୦୬ ଡିଗ୍ରୀ ସହ ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ସହର । ଝାରସୁଗୁଡ଼ାର ତାପମାତ୍ରା ୪୨.୬ ଡିଗ୍ରୀ ଥିବା ବେଳେ ବାଲେଶ୍ୱରର ତାପମାତ୍ରା ୪୨.୦୨ ଡିଗ୍ରୀ ସେଲସିୟସ ରହିଛି । ସେହିପରି ସମ୍ୱଲପୁରରେ ପାରଦ ୪୧.୦୭ ଡିଗ୍ରୀ ଥିବା ବେଳେ ହୀରାକୁଦରେ ତାପମାତ୍ରା ୪୧.୦୪ ଡିଗ୍ରୀ ସେଲସିୟସ ରହିଛି ।

ଭୁବନେଶ୍ୱର(କେନ୍ୟୁଜ୍‌): ସାରା ରାଜ୍ୟରେ ଅସମ୍ଭାଳ ତାତି । ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା । ୪୩.୦୬ ଡିଗ୍ରୀ ସହ ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ସହର । ଝାରସୁଗୁଡ଼ାର ତାପମାତ୍ରା ୪୨.୬ ଡିଗ୍ରୀ ଥିବା ବେଳେ ବାଲେଶ୍ୱରର ତାପମାତ୍ରା ୪୨.୦୨ ଡିଗ୍ରୀ ସେଲସିୟସ ରହିଛି । ସେହିପରି ସମ୍ୱଲପୁରରେ ପାରଦ ୪୧.୦୭ ଡିଗ୍ରୀ ଥିବା ବେଳେ ହୀରାକୁଦରେ ତାପମାତ୍ରା ୪୧.୦୪ ଡିଗ୍ରୀ ସେଲସିୟସ ରହିଛି । ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ନୂଆପଡ଼ା, ମୟୂରଭଞ୍ଜ, ଅନୁଗୁଳ, ନୟାଗଡ଼, ଖୋର୍ଦ୍ଧା ଓ କଟକ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ହିଟୱେଭ ସ୍ଥିତି ନେଇ ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି ୭ ଜିଲ୍ଲାକୁ ହିଟୱେଭ ସ୍ଥିତି ନେଇ ୟେଲୋ ୱାର୍ଣ୍ଣିଂ ଜାରି ମଧ୍ୟ ଜାରି କରାଯାଇଛି । ଗରମ ଏବଂ ହ୍ୟୁମିଡିଟି ସ୍ଥିତି ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଖରାର ପ୍ରକୋପ ପାଇଁ ସାରା ରାଜ୍ୟରେ ଅନୁଭୂତ ହେଉଛି ଅସମ୍ଭାଳ ତାତି । ଉପକୂଳରୁ ଉପାନ୍ତ ସବୁଠି ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ । ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା । ଦିନ ୧୦ଟା ପରେ ବାହାରକୁ ବାହାରିବା ମୁସ୍କିଲ । ୨୧ ତାରିଖ ଯାଏ ତାତିରୁ ନାହିଁ ନିସ୍ତାର । ଆଜି ଓ ଆସନ୍ତାକାଲି ରାଜ୍ୟର ଅଧିକାଂଶ ସ୍ଥାନରେ ଭୀଷଣ ଗ୍ରୀଷ୍ମ ଲହରୀ ଓ ୨୦ ଏବଂ ୨୧ତାରିଖରେ ଗ୍ରୀଷ୍ମଲହରୀ ପ୍ରବାହ ନେଇ ଚେତାବନୀ ଜାରି କରିଛି ଭାରତୀୟ ପାଣିପାଗ କେନ୍ଦ୍ର ।

ଦେଖନ୍ତୁ କେଉଁଠି କେତେ ଡିଗ୍ରୀ ତାପମାତ୍ରା…

temp

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.