ଫେସବୁକ, ଇନଷ୍ଟାଗ୍ରାମ ଓ ଟ୍ଵିଟର ହେଲା ଡାଉନ; ଅସୁବିଧା ଭୋଗିଲେ ହଜାର ହଜାର ୟୁଜର୍ସ
ସୋସିଆଲ ମିଡିଆ ସଂପୂର୍ଣ୍ଣ ଭାବେ ଠପ୍ ହୋଇଗଲା । କିଛି ସମୟ ପାଇଁ ଡାଉନ ହୋଇଗଲା ଫେସବୁକ, ଇନଷ୍ଟା ଏବଂ ଟ୍ଵିଟର। ହଜାର ହଜାର ୟୁଜର୍ସ ଅସୁବିଧାର ସାମ୍ନା କଲେ ।
ସୋସିଆଲ ମିଡିଆରେ ଆଜିକାଲି ସମସ୍ତଙ୍କର ଏତେ ଅଭ୍ୟସ୍ତ ହୋଇଗଲାଣି ଯେ ଟିକେ ମାତ୍ର ସର୍ଭିସ ଡାଉନ ହୋଇଯିବା ମାତ୍ରେ ଲୋକେ ଅନେକ ସମସ୍ୟା ଭୋଗୁଛନ୍ତି। ଫେସବୁକ, ଇନଷ୍ଟା କିମ୍ବା ଟ୍ଵିଟର ହେଉଛି ସମସ୍ତଙ୍କ ପ୍ରତିଦିନ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ କାମ ହୋଇଯାଇଛି । ତେବେ ଖବର ମୁତାବକ, ସମଗ୍ର ବିଶ୍ୱର ଅନେକ ଦେଶରେ ଟ୍ଵିଟର ଡାଉନ ହୋଇଯାଇଥିଲା । ବୈଷୟିକ ତ୍ରୁଟି ଯୋଗୁଁ ବୁଧବାର ଦିନ ଟ୍ଵିଟର୍ ଡାଉନ୍ ରହିବାରୁ ପୋଷ୍ଟ ଅପଡେଟ୍ କରିବା, ଆକାଉଣ୍ଟ୍ ଫଲୋ କରିବା କିମ୍ବା ଡାଇରେକଟ୍ ମେସେଜ୍ ଆକ୍ସେସ୍ କରିନଥିବା ୟୁଜର୍ସ ଅଭିଯୋଗ କରିଛନ୍ତି । ତେବେ କେବଳ ଟ୍ଵିଟର ନୁହେଁ, ଫେସବୁକ ଏବଂ ଇନଷ୍ଟାଗ୍ରାମ ମଧ୍ୟ ଡାଉନ ହୋଇଯାଇଥିଲା ।
ଟ୍ଵିଟର ସିଇଓ ଏଲନ ମସ୍କ ୟୁଜର୍ସଙ୍କୁ ୪ ହଜାର ଓ୍ଵାର୍ଡ ପର୍ଯ୍ୟନ୍ତ ଟ୍ଵିଟ୍ କରିବାର ସୁବିଧା ୟୁଏସରେ ଆରମ୍ଭ କରିଥିଲେ । ତା’ ପର ଠାରୁ ଏପରି ସମସ୍ୟା ଦେଖିବାକୁ ମିଳିଥିଲା । ଟ୍ଵିଟ୍ ପଠାଇବାକୁ ଉଦ୍ୟମ କରିବା ବେଳେ ‘ଟ୍ଵିଟ୍ ଲିମିଟ୍’ ବୋଲି ମେସେଜ୍ ଆସିବା ପରେ ୟୁଜର୍ସ ସମସ୍ୟା ବିଷୟରେ ଅବଗତ ହୋଇଥିଲେ।
ତା’ ଛଡା ଅନ୍ୟ ଜଣକୁ ଫଲୋ କରିବା ବେଳେ ଏବେ ଆପଣ ଅଧିକ ଲୋକଙ୍କୁ ଫଲୋ କରିପାରିବେ ନାହି ବୋଲି ମେସେଜ ଆଜିଥିଲା ।
ତେବେ ଏହାକୁ ନେଇ ଟ୍ଵିଟର ସପୋର୍ଟ ଟିମ୍ କହିଥିଲା, ଟ୍ଵିଟର ଏବେ କିଛି ସମୟ ପାଇଁ କାମ କରୁନାହିଁ। ତେଣୁ ଆପଣଙ୍କ ସମସ୍ୟା ପାଇଁ ଆମେ ଦୁଃଖତ । ଆମେ ସଚେତନ, ଖୁବଶୀଘ୍ର ଏହାକୁ ଠିକ୍ କରିବା ପାଇଁ ଚେଷ୍ଟା କରୁଛି । କିନ୍ତୁ ଟ୍ଵିଟର କ’ଣ ପାଇଁ ଡାଉନ ହୋଇଥିଲା ତା’ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ ।
କେବଳ ଟ୍ଵିଟର ନୁହେଁ ଫେସବୁକ୍, ଇନଷ୍ଟାଗ୍ରାମ ୟୁଜର୍ସ ମଧ୍ୟ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଥିଲେ । ୧୨୦୦୦ରୁ ଅଧିକ ଫେସବୁକ ଏବଂ ୭ ହଜାରରୁ ଅଧିକ ଇନଷ୍ଟା ୟୁଜର୍ସ ଏହି ସମସ୍ୟା ବିଷୟରେ ଅଭିଯୋଗ କରିଛନ୍ତି ।