ଅଫିସରୁ ଲମ୍ବା ଛୁଟି ନେବା ପାଇଁ ମହିଳା ଲଗାଇଲେ ନକଲି ବେବି ବମ୍ପ, ମିଛ ଧରାପଡିବାରୁ ଚାଲିଗଲା ଚାକିରି

ଚାକିରି ପାଇବା ପାଇଁ ଲୋକେ ଦିନରାତି କଠିନ ପରିଶ୍ରମ କରୁଛନ୍ତି। ଆଉ କର୍ମକ୍ଷେତ୍ରରେ ନିଜର କାର୍ଯ୍ୟଦକ୍ଷତା ଦେଖାଇବା ପାଇଁ ସମୟ ଠାରୁ ଅଧିକ ପରିଶ୍ରମ କରିଛନ୍ତି ଲୋକେ। ଏମିତି କର୍ମଚାରୀଙ୍କୁ କମ୍ପାନୀ ପ୍ରାଥମିକତା ଦେବା ସହିତ ଛୁଟି ମଧ୍ୟ ଦେଇଥାଏ। କେତେକ ସ୍ଥାନରେ ମହିଳାଙ୍କ ଗର୍ଭାବସ୍ଥା ପାଇଁ ମଧ୍ୟ ଛୁଟି ଦିଆଯାଉଛି। ଏହା ମଧ୍ୟରେ ଏମିତି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ମହିଳା ଜଣକ ଲମ୍ବା ଛୁଟି ନେବା ପାଇଁ ମିଛ ଗର୍ଭବତୀ ହେବାର ନାଟକ କରିଛନ୍ତି। ଆଉ ଯେତେବେଳେ ତାଙ୍କ ମିଛ ଧରାପଡିଛି, ଚାକିରି ଚାଲିଯାଇଛି।

ଏମିତି ଘଟଣା ଆମେରିକାର ଏକ ସହରରେ ଘଟିଛି। ରିପୋର୍ଟ ମୁତାବକ, ଏଠାରେ ଏକ ଅଫିସରେ କାମ କରୁଥିବା ମହିଳା ଜଣକ ଅଫିସରେ ଦରମା ବଢାଇବା ଏବଂ ଅଧିକ ଦିନ ଛୁଟି ନେବା ପାଇଁ ନିଜକୁ ଗର୍ଭବତୀ ବୋଲି କହିଥିଲେ। ଆଉ ନିଜକୁ ଗର୍ଭବତୀ ପ୍ରମାଣିତ କରିବା ପାଇଁ ବେବି ବମ୍ପ ମଧ୍ୟ ଲଗାଇଥିଲେ। ଏହା ପରେ ଅଫିସରେ ଛୁଟି ନେବା ପାଇଁ ଆବେଦନ କରିଥିଲେ।

ମହିଳା ଜଣକ ନକଲି ବେବି ବମ୍ପ ସହିତ କିଛିଦିନ ଅଫିସ ମଧ୍ୟ ଯାଇଥିଲେ। କେବଳ ଏତିକି ନୁହେଁ, ମହିଳା ଜଣକ ଆବେଦନ ପତ୍ରରେ ଜଣେ ପାଟର୍ନରଙ୍କ ବିଷୟରେ କହିଥିଲେ, ପରେ ସେ ପାଟର୍ନର ଜଣକ ମଧ୍ୟ ନକଲି ଥିଲେ ବୋଲି ଜଣାପଡିଥିଲା। ମହିଳା ଜଣକ ଅଫିସରେ ଆବେଦନ କରିବା ପରେ ଉପରସ୍ତ କର୍ମଚାରୀ ତାଙ୍କ ଛୁଟିକୁ ମଞ୍ଜୁର କରିଥିଲେ। ଆଉ ଅଧିକ ଛୁଟି ଦେଖି ମହିଳା ଜଣକ ଖୁସି ହୋଇଯାଇଥିଲେ। କିନ୍ତୁ ମହିଳାଙ୍କ ମିଛ ଅଧିକ ସମୟ ପର୍ଯ୍ୟନ୍ତ ଲୁଚି ରହିନଥିଲା।

ମହିଳାଙ୍କ ମିଛ ସେତେବେଳେ ଧରାପଡିଥିଲା, ଯେତେବେଳେ କିଛି ସହକର୍ମୀଙ୍କୁ ତାଙ୍କ ବିଷୟରେ ସନ୍ଦେହ ହୋଇଥିଲା। ମହିଳାଙ୍କ ବେବି ବମ୍ପ ଉପର ତଳ ହେଉଥିବା ଦେଖି କେତେକ ସହକର୍ମୀ ସନ୍ଦେହ କରିଥିଲେ। ସେମାନେ ତୁରନ୍ତ ଉପରସ୍ଥ ଅଧିକାରୀଙ୍କୁ ସୂଚନା ଦେବା ପରେ ସମସ୍ତଙ୍କ ସାମ୍ନାରେ ସତ ଧରାପଡିଥିଲା। ଏହା ପରେ ମହିଳାଙ୍କ ବିରୋଧରେ ଯାଞ୍ଚ ହେବାକୁ ଆଦେଶ ଦିଆଯାଇଥିଲା। ପରେ ତାଙ୍କୁ ଚାକିରିରୁ ବହିଷ୍କୃତ କରି ତାଙ୍କ ବିରୋଧରେ ମାମଲା ଦାଏର ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.