ଆପଣଙ୍କ Gmail ଆକାଉଣ୍ଟ ଆଉ କିଏ ବ୍ୟବହାର କରୁଛି କି ? ଜାଣିବା ପାଇଁ ଆପଣାନ୍ତୁ ଏହି ଉପାୟ
ଏପରି ଜାଣନ୍ତୁ ଆପଣଙ୍କ Gmail ଆକାଉଣ୍ଟ ଆଉ କିଏ ବ୍ୟବହାର କରୁଛି
ଜି-ମେଲ୍ ହେଉଛି ଦୁନିଆରେ ବହୁଳ ଭାବରେ ବ୍ୟବହାର କରାଯାଉଥିବା ଇ-ମେଲ୍ ସର୍ଭିସ୍ । ଆପଣ ମାନଙ୍କ ପାଖରେ ଜି-ମେଲ୍ ଆକାଉଣ୍ଟ ନିଶ୍ଚୟ ଥିବ । ଭାରତରେ ସାଇବର ସିକ୍ୟୁରିଟି ଓ ପ୍ରାଇଭେସୀକୁ ନେଇ ସଚେତନତା ଖୁବ୍ କମ୍। ବିଶେଷ କରି ଜିମେଲ ଆକାଉଣ୍ଟରୁ ଅନେକ ଗୁଡିଏ ଆକାଉଣ୍ଟ ଲିଙ୍କ ହୋଇଥାଏ। ଏଥିପାଇଁ କେତେ ସବୁ ପାସଓ୍ବାର୍ଡ ଆପଣ ଜିମେଲ ଆକାଉଣ୍ଟ ସହ ସିଙ୍କ କରିକି ରଖିଥାନ୍ତି। ଏଭଳି ସ୍ଥିତିରେ ଯଦି ଆପଣଙ୍କ ଜିମେଲ ଆକାଉଣ୍ଟ ହ୍ୟାକ୍ ହୋଇଯିବା କଥା କୁହନ୍ତି ତେବେ ଏହା ସମସ୍ୟାର ବିଷୟ ହୁଏ ।
ଅନେକ ସମୟରେ ଏପରି ବି ହୁଏ ଯେ, ଆପଣଙ୍କ ଜିମେଲ୍ ଆକାଉଣ୍ଟ୍ ରୁ ଅନ୍ୟ କେହି ଆକ୍ସେସ୍ କରୁଥିବ । ଏହା ଆପଣ ନିଜେ ବି ଜାଣିପାରୁନଥିବେ । ଏଥିପାଇଁ ଆପଣଙ୍କ ପାଖରେ ଅନେକ ସହଜ ଉପାୟ ରହିଛି । ଯାହା ଜରିଆରେ ଆପଣ ଜାଣିପାରିବେ ଯେ, କେଉଁ କେଉଁ ଡିଭାଇସ୍ ରୁ ଆପଣଙ୍କ ଜିମେଲ୍ ଆକାଉଣ୍ଟ୍ ବ୍ୟବହାର ହୋଇଛି ।
ଜିମେଲ୍ ଆକ୍ସେସ୍ କେଉଁ କେଉଁ ଡିଭାଇସ୍ ରୁ ହେଉଛି?
ପ୍ରଥମେ ନିଜର ଗୁଗୁଲ ଆକାଉଣ୍ଟକୁ ଯାଇ ରିଭ୍ୟୁ କରନ୍ତୁ, ଏପର୍ଯ୍ୟନ୍ତ କେତେ ଡିଭାଇସରୁ ଜିମେଲ୍ ଆକ୍ସେସ କରିଛନ୍ତି। ନିଜର ଗୁଗୁଲ ଆକାଉଣ୍ଟକୁ ଯାଇ ନାଭିଗେସନ୍ ପ୍ୟାନେଲରୁ ସିକ୍ୟୁରିଟି ପ୍ୟାନେଲକୁ ଯାଆନ୍ତୁ। ଏହାପରେ ସିକ୍ୟୁରିଟି ପ୍ୟାନେଲରେ ମ୍ୟାନେଜ ଡିଭାଇସ୍ର ଅପ୍ସନ ଥାଏ। ସେଠାରେ କ୍ଲିକ୍ କରି ଆପଣ ଦେଖିବେ ବର୍ତ୍ତମାନ ସମୟରେ କେତେ ଡିଭାଇସ୍ ଏକାଠି ଲଗଇନ୍ କରାଯାଇଛି। ଅଧିକ ଡିଟେଲ୍ସ ପାଇଁ ଲିଷ୍ଟର ଡିଭାଇସ୍କୁ ସିଲେକ୍ଟ କରିପାରିବେ।
ଆଉ ଏହି ଡିଭାଇସ୍ ଗୁଡ଼ିକ ମଧ୍ୟରୁ ଯଦି ଆପଣଙ୍କୁ ଲାଗେ ଯେ, ଉକ୍ତ ଡିଭାଇସ୍ ଆପଣ ଲଗ୍ ଇନ୍ କରିନାହାନ୍ତି ତାହେଲେ ଜାଣି ନିଅନ୍ତୁ ଯେ, ଆପଣଙ୍କ ଜିମେଲ୍ ଆକାଉଣ୍ଟ୍ ଅନ୍ୟ କେହି ବ୍ୟବହାର କରୁଛି । ତେବେ ଆଶ୍ୱସ୍ତିର କଥା ହେଉଛି ଆପଣ ଉକ୍ତ ଡିଭାଇସ୍ ରୁ ନିଜ ଫୋନ୍ ରେ ସାଇନ୍ ଆଉଟ୍ କରିପାରିବେ ।
ଶେଷ ଆକ୍ଟିଭିଟି ଆପଣଙ୍କ ପାଇଁ ଜରୁରୀ
ତଳେ ଡାହଣ ପଟେ Last account activity: XX Minutes ago ଦେଖିବାକୁ ମିଳିବ। ଏହାର ତଳେ ଡିଟେଲ୍ସ ଉପରେ କ୍ଲିକ୍ କରନ୍ତୁ ।
କ୍ଳିକ କରିବା ପରେ ଏକ ନୂଆ ଓ୍ବିଣ୍ଡୋ ଦେଖିବାକୁ ମିଳିବ। ସେଠାରେ ଆପଣଙ୍କ ଆକାଉଣ୍ଟ ଆକ୍ଟିଭେଟ୍ ପାଇଁ ଏକ ଲିଷ୍ଟ ଦେଖିବାକୁ ମିଳିବ।
ସବୁଠାରୁ ଉପରେ Concurrent Session Information ଦେଖିବାକୁ ମିଳିବ। ସେଠାରେ ବ୍ରାଉଜରର ନାଁ ଓ ଲୋକେଶନ୍ ଆଇପି ଆଡ୍ରେସ୍ ଦେଖି ପାରିବେ।
ଏହାର ଠିକ୍ ତଳେ ଏକ ଟେବଲ ଦେଖିବାକୁ ମିଳିବ। ସେଠାରେ ଆଇପି ଲୋକେସନ୍ ଓ ଲଗଇନ୍ ଡେଟ୍ ଓ ଟାଇମ୍ ରହିବ।
ଏବେ ଆପଣ ଧ୍ୟାନର ସହ ଦେଖନ୍ତୁ ଓ ମ୍ୟାଚ୍ କରନ୍ତୁ। ଯଦି ଆପଣଙ୍କୁ ଲାଗେ ଏଭଳି କୌଣସି ଲଗଇନ୍ ସେସନ୍ ଦେଖିବାକୁ ମିଳୁଛି ଯାହାକି ଓପନ ହେଉନି ତେବେ ଜାଣିନିଅନ୍ତୁ ଆପଣଙ୍କ ଜିମେଲ ଆକାଉଣ୍ଟ ଆକ୍ସେସ୍ କରାଯାଇଛି।
ସେଠାରୁ ଆପଣ ସାଇନ୍ ଆଉଟ୍ ମଧ୍ୟ କରିପାରିବେ। ଏହାଛଡା ଆଇପି ସାହାରାରେ ମଧ୍ୟ ଜାଣିପାରିବେ ଯେ, କେଉଁ ଲୋକେସନ୍ରୁ ଆକ୍ସେସ କରାଯାଇଛି। ହ୍ୟାକର୍ସ ଆଇପି ବାଉନ୍ସ କରିବା ପାଇଁ ଅଲଗା ଅଲଗା ଟୁଲ୍ସ ମଧ୍ୟ ବ୍ୟବହାର କରିଥାନ୍ତି। ତେଣୁ ଆଇପିରୁ ଠିକ୍ ଲୋକେସନ୍ ଜଣାପଡିବ ତାହା ବି ନୁହେଁ।