Below header

ଅଫିସରୁ କର୍ମଚାରୀ ହେଉଛନ୍ତି ଫେରାର୍, ବାୟୋମେଟ୍ରିକରେ ଉପସ୍ଥିତି ଦେଉଛି ନକଲି ’ଆଙ୍ଗୁଠି’

ଆଗରୁ ଚାଲିଥିଲା ନକଲି ଷ୍ଟାମ୍ପ୍ କାରବାର । ଏବେ ଠକଙ୍କ ପିଟରାରେ ସାମିଲ୍ ହୋଇଗଲା ନକଲି ଆଙ୍ଗୁଠି । ଜିଲ୍ଲା ପ୍ରଶାସନ ଏବଂ ପୋଲିସର ନାକ ତଳେ ନଗରରେ ଚାଲିଛି ରବରର ନକଲି ଆଙ୍ଗୁଠିର କାରବାର । ଆଉ ଏହି ସୁବର୍ଣ୍ଣସୁଯୋଗର ଧଡାଧଡ ଫାଇଦା ନେଉଛନ୍ତି ଆଉ ସରକାରୀ ଏବଂ ବେସରକାରୀ କର୍ମଚାରୀ । ବିଳମ୍ବରେ ଯାଉଥିବା କର୍ମଚାରୀ ବାୟୋମେଟ୍ରିକରେ ଏଣ୍ଟ୍ରି ସମୟକୁ ଠିକ୍ କରିବା ପାଇଁ ଏହି ନକଲି ଆଙ୍ଗୁଠିର କରୁଛନ୍ତି ବ୍ୟବହାର । ମାତ୍ର ୩୦୦ ରୁ ୫୦୦ ଟଙ୍କାରେ ବଜାରରେ ମିଳୁଛି ଏହି ନକଲି ଆଙ୍ଗୁଠି । ଘଟଣାଟି ହେଉଛି ଉତ୍ତରପ୍ରଦେଶର ଚନ୍ଦୌଲୀ ଅଂଚଳର । ଠକମାନେ ଏବେ ଅଫିସ୍ ବାୟୋମେଟ୍ରିକ ଉପସ୍ଥିତିର ବିକଳ୍ପ ମଧ୍ୟ ବାହାର କରିନେଲେ ।

ସୂଚନା ଅନୁସାରେ, ଖାସ୍ କରି ସରକାରୀ କର୍ମଚାରୀ ଏହାର ଲାଭ ଉଠାଉଛନ୍ତି । କାରଣ ଯେବେଠାରୁ କାର‌୍ୟ୍ୟାଳୟରେ ବାୟୋମଟ୍ରେିକ୍ ବ୍ୟବସ୍ଥା ଆରମ୍ଭ କରିଦେଲେ ସରକାର ସେବେଠାରୁ କାମଚୋର ଏବଂ ବେପରୱା କର୍ମଚାରୀ ଚିନ୍ତିତ ହୋଇଯାଇଥିଲେ । ଯାହା ଫଳରେ ସରକାରଙ୍କ ଏହି ପଦକ୍ଷେପର ବିକଳ୍ପ ବାହାର କରିନେଲେ । ଏବେ ଠକଙ୍କ ପିଟରାରେ ନକଲି ମୋହର ସହ ସାମିଲ୍ ହେଲା ନକଲି ଆଙ୍ଗୁଠି ।

କେମିତି ପ୍ରସ୍ତୁତ ହେଉଛି ନକଲି ଆଙ୍ଗୁଠି :

thumbପ୍ରଥମେ ସଧା କାଗଜରେ ବ୍ୟକ୍ତିଙ୍କ ଆଙ୍ଗୁଠି ଚିହ୍ନ ନିଆଯାଏ । ସ୍କାନରେ ଏହାକୁ ସ୍କାନ୍ କରାଯାଏ । ଏହା ପରେ ଫଟୋସପ୍ ମାଧ୍ୟମରେ ଚିହ୍ନକୁ ସଫା କରି ପଲିମର୍ ମୋହର ମେସିନ୍ ସାହାଯ୍ୟରେ ରବରରେ ନକଲି ତିଆରି କରାଯାଏ । ପ୍ରାୟ ସରକାରୀ ଏବଂ ବେସରକାରୀ ସଂସ୍ଥାର କର୍ମଚାରୀ ଏହାକୁ ବ୍ୟବହାର କରୁଛନ୍ତି ।

ଏବେ ଏହି ଘଟଣା ଜଣାପଡିବା ପରେ ତଦନ୍ତ ଜାରି ରହିଛି । ଉଭୟ ନକଲି ଆଙ୍ଗୁଠି ତିଆରି କରୁଥିବା ଏବଂ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର‌୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମୁଗଲସରାୟର ଏସଡିଏମ୍ ଆନନ୍ଦ ବର୍ଦ୍ଧନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.