ରାବଡି ଆବାସରେ ଫ୍ୟାମିଲି ଡ୍ରାମା: ବୋହୂ ଐଶ୍ୱର୍ଯ୍ୟା କହିଲେ, ‘ଶାଶୁ ମୋତେ ଧକ୍କା ମାରି ଘରୁ ବାହାର କରିଦେଇଛନ୍ତି’

ପାଟନା: ୧୦ ସର୍କୁଲାର ରୋଡ୍‌ସ୍ଥିତ ରାବଡି ଦେବୀଙ୍କ ଘରେ ପୁଣିଥରେ ଫ୍ୟାମିଲି ଡ୍ରାମା ଆରମ୍ଭ ହୋଇଯାଇଛି। ବୋହୂ ଐଶ୍ୱର୍ଯ୍ୟା ଶାଶୁ ରାବଡି ଦେବୀଙ୍କ ଉପରେ ମାରପିଟର ଅଭିଯୋଗ ଆଣିଛନ୍ତି। ଐଶ୍ୱଯ୍ୟର୍ା କହିଛନ୍ତି, ‘ରାବଡି ଦେବୀ ମୋ ଚୁଟିକୁ ଝିଙ୍କି ଏବଂ ମୋତେ ମାଡ଼ ମାରି ଘରୁ ବାହାର କରିଦେଇଛନ୍ତି। ମୋ ମୋବାଇଲ୍‌ ଫୋନ୍‌ ମଧ୍ୟ ଛଡ଼ାଇ ନେଇଛନ୍ତି, ଯେଉଁଥିରେ ଛାଡ଼ପତ୍ର ସମ୍ବନ୍ଧୀୟ କିଛି ପ୍ରମାଣ ରହିଛି। କୌଣସି ଗାର୍ଡ ମୋତେ ସାହାଯ୍ୟ କରି ନ ଥିଲେ’।

ସେ ଆହୁରି କହିଥିଲେ, ‘ତେଜ ପ୍ରତାପ ପାର୍ଟିର ପୋଷ୍ଟର ଛପାଇଛନ୍ତି, ଯେଉଁଥିରେ ମୋ ବାପାଙ୍କ ବିରୋଧରେ ଅଶ୍ଳୀଳ ଟିପ୍ପଣୀ ଲେଖାଯାଇଥିଲା। ମୁଁ ଏହାକୁ ବିରୋଧ କରିଥିଲି ଏବଂ କହିଥିଲି, ମୋ ସହିତ ଯାହା ବି ହେଉଛି, ତାହାକୁ ମୁଁ ବରଦାସ୍ତ କରିନେବି, କିନ୍ତୁ ମୋ ବାପାଙ୍କ ବିରୋଧରେ ଅଭଦ୍ର ଟିପ୍ପଣୀ କାହିଁକି? ଏହି କଥାକୁ ନେଇ ଶାଶୁ ରାବଡି ଦେବୀ ରାଗିଯାଇଥିଲେ ଏବଂ ମୋ ଚୁଟି ଝିଙ୍କି ମୋତେ ମାଡ଼ ମାରିଥିଲେ। ଯେଉଁ ସମୟରେ ମୋ ସହିତ ଏଭଳି ଘଟଣା ଘଟୁଥିଲା, ସେଠି ସିକ୍ୟୁରିଟି ଗାର୍ଡ ଉପସ୍ଥିତ ଥିଲେ’।

ra1

ଏବେ ଲାଲୁ ପରିବାର ବିରୋଧରେ କୋର୍ଟକୁ ଯିବି: ଐଶ୍ୱର୍ଯ୍ୟା

ଐଶ୍ୱଯ୍ୟର୍ା କହିଥିଲେ, ‘ରାବଡି ଦେବୀ ମୋତେ ଖାଇବାକୁ ବି ଦେଉ ନ ଥିଲେ। କହୁଥିଲେ, ବାପାଠାରୁ ପଇସା ନେଇ ଆସିଲେ ଖାଇବାକୁ ଦିଆଯିବ। ଏଥର ତ ସୀମା ଟପିଗଲା। ଏବେ ଲାଲୁ ପରିବାର ବିରୋଧରେ ମୁଁ କୋର୍ଟକୁ ଯିବି ଏବଂ କେସ୍‌ କରିବି। ଘର ଭିତରେ ଏମିତି ପରିସ୍ଥିତି, ତା’ହେଲେ ମୁଁ ବାହାରେ କେମିତି ରହିବି? ବାହାରେ ରହିବି ଯଦି ଲୋକେ ମୋ ଜୀବନ ନେଇଯିବେ। ତେଜସ୍ୱୀ ଏହି ମାମଲାରେ କିଛି ଦେଖେଇବାକୁ ଚାହୁଁନାହାନ୍ତି। ସେ ନିଜ ମା’ ଏବଂ ଭାଇଙ୍କ ମଝିରେ କିଛି ବି କହି ନ ଥାଆନ୍ତି। ଏମାନେ ନିଜକୁ ଆଇନ କାନୁନଠାରୁ ଊର୍ଦ୍ଧ୍ୱରେ ଭାବନ୍ତି’।

ra3

ତେଜସ୍ୱୀଙ୍କ ଦ୍ୱାରା କିଛି ହୋଇପାରିବ ନାହିଁ

‘ମୋ ଦାଦାଜୀ ଲାଲୁ ପ୍ରସାଦଙ୍କ ପାଇଁ ବହୁତ କିଛି କରିଛନ୍ତି। ଏମାନେ ସବୁବେଳେ ଯାଦବଙ୍କୁ ଊର୍ଦ୍ଧ୍ୱରେ ରଖି କଥାବାର୍ତ୍ତା କରନ୍ତି। ଆମେ ତ ଯାଦବ, ପୁଣି ମୋ ସହିତ ଏମିତି ବ୍ୟବହାର କାହିଁକି? ରାବଡି ଦେବୀ ଝିଅମାନଙ୍କୁ ଆଗକୁ ବଢ଼ିବା ପାଇଁ କଥା କହିଥାଆନ୍ତି, ତା’ହେଲେ ମୋ ସହିତ ଏମିତି କାହିଁକି? ଯେତେବେଳେ ସେ ମୋ ପାଇଁ କିଛି କରିପାରିବେ ନାହିଁ, ତା’ହେଲେ ଆଉ କିଏ କ’ଣ କରିବ? ତେଜସ୍ୱୀଙ୍କ ଦ୍ୱାରା କିଛି ବି ହେବାର ନାହିଁ’ ବୋଲି ଐଶ୍ୱଯ୍ୟର୍ା କହିଛନ୍ତି।

ra2

୨୮ ସେପ୍ଟେମ୍ବରରେ ବି ହୋଇଥିଲା ଡ୍ରାମା

୨୮ ସେପ୍ଟେମ୍ବରରେ ଐଶ୍ୱଯ୍ୟର୍ା ଶାଶୁଙ୍କ ବିରୋଧରେ ଅଭିଯୋଗ କରିଥିଲେ। ସେ ତାଙ୍କୁ ଧକ୍କା ମାରି ଘରୁ ବାହାର କରିଦେଇଥିଲେ ବୋଲି ଐଶ୍ୱଯ୍ୟର୍ା କହିଥିଲେ। ରାବଡି ଦେବୀଙ୍କ ଘର ବାହାରେ ପାଖାପାଖି ୪ ଘଣ୍ଟା ଧରି ଫ୍ୟାମିଲି ଡ୍ରାମା ଚାଲିଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ ପୋଲିସକୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା।

ଗତ ବର୍ଷ ମେ’ରେ ତେଜପ୍ରତାପ ଏବଂ ଐଶ୍ୱଯ୍ୟର୍ାଙ୍କ ବିବାହ ପାଟନାରେ ହୋଇଥିଲା। ବିବାହର ମାତ୍ର ୫ ମାସ ପରେ ତେଜପ୍ରତାପ କୋର୍ଟରେ ତଲାକ୍‌ ପାଇଁ ଆବେଦନ କରିଥିଲେ। ଏହାପରେ ଉଭୟଙ୍କ ପରିବାର ମଧ୍ୟରେ ଆପୋଷ ବୁଝାମଣା କରିବାକୁ ଚେଷ୍ଟା କରାଯାଇଥିଲା। କିନ୍ତୁ ସେତେବେଳେ ଉଭୟଙ୍କ ପକ୍ଷରୁ କୁହାଯାଇଥିଲା, ଘରେ ସବୁକିଛି ଠିକ୍‌ ଚାଲିଛି। ଆମେ ନିଜ ନିଜ ଭିତରେ ସମସ୍ୟାକୁ ସମାଧାନ କରିଦେବୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.