ଖାଇବା ନଥିଲା କି ପଇସା ନଥିଲା, ସାମାନ୍ୟ ଏକ ନୋଟିସ ବଦଳାଇ ଦେଲା ବୃଦ୍ଧଙ୍କ ଭାଗ୍ୟ

ଆପଣଙ୍କ ଭାଗ୍ୟ କେତେବେଳେ ପରିବର୍ତ୍ତନ ହୋଇଯିବ, ତାହା କାହାକୁ ବି ଜଣାନଥାଏ। ସମସ୍ତଙ୍କ ଜୀବନରେ ଏପରି ଅବସ୍ଥା ବେଳେ ବେଳେ ଆସିଥାଏ। ଯେତେବେଳେ ଭାଗ୍ୟ ଏବଂ ସମୟ ଖରାପ ପଡେ, ସେତେବେଳେ ପରିସ୍ଥିତି ହିଁ ବଦଳିଯାଏ। ଅନେକ ସମୟରେ ଲୋକଙ୍କୁ ଦିଓଳି ଖାଇବାକୁ ମଧ୍ୟ ମିଳିନଥାଏ। ଏମିତିରେ ଲୋକ ଅନ୍ୟର ସାହାଯ୍ୟ ଲୋଡିଥାଏ। ଏପରି ଏକ ଘଟଣା ନଟିଂଘମରେ ଦେଖିବାକୁ ମିଳିଛି। ଯେଉଁଠି ଜଣେ ୫୯ ବଷୀୟ ବୃଦ୍ଧଙ୍କୁ ନା ଦିମୁଠା ଖାଇବାକୁ ଥିଲା, ନା ପିନ୍ଧିବାକୁ କପଡା। ସେ ନିଜ ଜୀବନ ବହୁତ କଷ୍ଟରେ ଅତିବାହିତ କରୁଥିଲେ।

old man

ସୂଚନା ମୁତାବକ, ୫୯ ବର୍ଷୀୟ ଓ୍ଵିଲିୟମ ପ୍ରଥମେ ଏକ ବୁଟ ଫ୍ୟାକ୍ଟ୍ରିରେ କାମ କରୁଥିଲେ। ବୃଦ୍ଧ ହୋଇଯିବା ଯୋଗୁଁ ସେ ଆଉ କାମ କରିପାରିନଥିଲେ। କାମ କରିବା ବେଳେ ଦିମୁଠା ଖାଇବାକୁ ପାଉଥିବା ଓ୍ଵିଲିୟମ କାମ ଛାଡିବା ପରେ ଆଉ ଖାଇବାକୁ ପାଇଲେ ନାହିଁ। ସବୁବେଳେ ଏପରି ହଇରାଣର ସମ୍ମୁଖୀନ ହୋଇ ବୃଦ୍ଧ ତାଙ୍କ ଘର ବାହାରେ ଏକ ନୋଟିସ ଲଗାଇ ସାହାଯ୍ୟ ମାଗିଲେ। ଓ୍ଵିଲିୟମ ନିଜ ଘରର ଗେଟ୍‌ରେ ଏକ ନୋଟିସ ଲଗାଇ ଲୋକଙ୍କୁ ସାହାଯ୍ୟ ମାଗିଥିଲେ। ସେହି ନୋଟିସ୍‌ରେ ଓ୍ଵିଲିୟମ ଲେଖିଥିଲେ, ‘ମେ ପାଖରେ ଖାଇବାକୁ କିଛି ନାହିଁ, ମୋ ଘରେ ବିଜୁଳି ମଧ୍ୟ ନାହିଁ, ଯଦି କେହି ମୋତେ କିଛି ବି ସାହାଯ୍ୟ କରିବ ତେବେ ମୁଁ ତାଙ୍କ ପ୍ରତି କୃତଜ୍ଞ ରହିବି। ଓ୍ଵିଲିୟମଙ୍କ ଏହି ନୋଟିସ ତାଙ୍କ ପାଇଁ ଖାଦ୍ୟ ଯୋଗାଡ କରିଦେଇଥିଲା।

ଓ୍ଵିଲିୟମଙ୍କ ଏହି ନୋଟିସ ଦେଖି କ୍ରେଗ କ୍ରୋଫର୍ଡ ନାମକ ତାଙ୍କୁ ସାହାଯ୍ୟ କରିଥିବା ବେଳେ ଅନ୍ୟ ସମସ୍ତଙ୍କୁ ତାଙ୍କୁସାହାଯ୍ୟ କରିବା ପାଇଁ କହିଥିଲେ। କିଛି ଘଣ୍ଟା ମଧ୍ୟରେ ଓ୍ଵିଲିୟମଙ୍କୁ ଖାଦ୍ୟ ସମୟ କପଡା ମଧ୍ୟ ମିଳିଗଲା। ଓ୍ଵିଲିୟମଙ୍କ ନୋଟିସକୁ କ୍ରେଗ୍‌ ଫେସବୁକ୍‌ରେ ଫୋଷ୍ଟ କରିଥିଲେ। ଏହାହ ସାହାଯ୍ୟରେ ଓ୍ଵିଲିୟମଙ୍କୁ ୨.୩୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ସହାୟତା ଭାବେ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.