Below header

କନ୍ୟାର ମା’ଙ୍କୁ ନେଇ ଛୁ ମାରିଲା ବର ପିତା, ବିବାହ କରିବେ କି ଭାଇଭଉଣୀ ହେବେ ଭାବି ଦ୍ୱନ୍ଦ୍ୱରେ ବରକନ୍ୟା

ଗୁଜରାଟର ସୁରଟରେ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। ଫିଲ୍ମର ସିନ୍‌ ଭଳି ଏଠାରେ ବିବାହ ପ୍ରସ୍ତୁତି ଚାଲିଥିବା ବେଳେ ବରର ପିତା କନ୍ୟାର ମା’ଙ୍କୁ ନେଇ ଛୁ ମାରିଛନ୍ତି। ଏହି ଘଟଣା ପରେ ଉଭୟପକ୍ଷର ଲୋକଙ୍କ ମଧ୍ୟରେ ଝଗଡ଼ା ଉଗ୍ର ରୂପ ନେବାରୁ ବିବାହକୁ ଅଧାରୁ ରୋକିବାକୁ ପଡ଼ିଛି। ଏବେ ବିବାହ କରିବେ କି ଭାଇଭଉଣୀ ହେବେ ଭାବି ଦ୍ୱନ୍ଦ୍ୱରେ ଅଛନ୍ତି ଉଭୟ ବର ଓ କନ୍ୟା। ଶୁଣିବାକୁ ମିଳୁଛି ଯେ ବର ପିତା ଓ କନ୍ୟାର ମା’ ଯୌବନ ଅବସ୍ଥାରେ ପରସ୍ପରକୁ ପସନ୍ଦ କରୁଥିଲେ। ବିବାହ ଅବସରରେ ପୁଣି ଥରେ ଉଭୟଙ୍କ ପୁରୁଣା ପ୍ରେମ ଜାଗ୍ରତ ହୋଇଥିଲା ଓ ଦୁହେଁ ବିବାହ ଛାଡ଼ି ଚାଲିଯିବାକୁ ନିଷ୍ପତ୍ତି ନେଇଥିଲେ।

marriage

ରିପୋର୍ଟ ମୁତାବକ, ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହରେ ପୁଅ ଝିଅଙ୍କ ବିବାହ ହେବାର ଥିଲା, କିନ୍ତୁ ଗତ ୧୦ ଦିନ ହେବ ପୁଅର ୪୮ ବର୍ଷୀୟ ପିତା ଓ ଝିଅର ୪୬ ବର୍ଷୀୟ ମା ଗାୟବ ଅଛନ୍ତି। ଏହି କାରଣରୁ ବିବାହ କାମ ବନ୍ଦ ରହିଛି। ଯଦିଓ ଉଭୟେ ସତରେ ଏକାଠି ଯାଇଛନ୍ତି କି ନାହିଁ ସେ ବିଷୟରେ ସଠିକ୍‌ ତଥ୍ୟ ନାହିଁ ତଥାପି ପରିବାର ଲୋକ ଲୋକଲଜ୍ଜା ଭୟରେ ଘରୁ ବାହାରି ପାରୁନଥିବା ଜଣାଯାଇଛି।

ପୋଲିସରେ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ ହୋଇଛି। ସୂଚନାଯୋଗ୍ୟ ଯେ ବରର ପିତା ଟେକ୍ସଟାଇଲ୍‌ ବିଜନେସ୍‌ ସହ ପ୍ରପର୍ଟି ଡିଲ୍‌ ମଧ୍ୟ କରିଥାନ୍ତି। ସେ ଏକ ରାଜନୈତିକ ଦଳର ସକ୍ରିୟ ସଦସ୍ୟ ମଧ୍ୟ। ପିଲାବେଳେ ସେ ଓ କନ୍ୟାର ମା’ ପଡ଼ୋଶୀ ଥିଲେ ଓ ଉଭୟେ ପରସ୍ପରକୁ ଭଲ ପାଉଥିଲେ। କିନ୍ତୁ ସେମାନଙ୍କ ବିବାହ ହୋଇପାରିନଥିଲା। ଏଣୁ ପିଲାଙ୍କ ବିବାହର ସୁଯୋଗ ନେଇ ଉଭୟେ ଘର ଛାଡ଼ିଥିବା ଅନୁମାନ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.