କିଟ୍‌ କ୍ୟାମ୍ପସରେ ଚତୁର୍ଥ କଳିଙ୍ଗ ଗ୍ଲୋବାଲ ଫିଲ୍ମ ଫେଷ୍ଟିଭାଲର ଆଜି ଚତୁର୍ଥ ସଂଧ୍ୟା

କିଟ୍‌ କ୍ୟାମ୍ପସରେ ଚତୁର୍ଥ କଳିଙ୍ଗ ଗ୍ଲୋବାଲ ଫିଲ୍ମ ଫେଷ୍ଟିଭାଲର ଆଜି ଚତୁର୍ଥ ସଂଧ୍ୟା । ଆଜି ପ୍ରଦର୍ଶିତ ଚଳଚ୍ଚିତ୍ର ମଧ୍ୟରେ ରହିଛି ନିର୍ଦ୍ଦେଶକ ସତୀଶ ଓ ସନ୍ତୋଷ ବାବୁସେନନ୍‌ଙ୍କ ‘ସୁନେତ୍ରା’, ଜ୍ୟୋତି କପୁର ଦାସଙ୍କ ‘ପ୍ଲସ ମାଇନସ’, ଶିବୁ ପୃଷ୍ଟିଙ୍କ ଜଗନ୍ନାଥଙ୍କ ଉପରେ ଆଧାରିତ ‘ଦି ଲର୍ଡ ଅଫ ଦି ୟୁନିଭର୍ସ’, ଦକ୍ଷିଣ କୋରିଆର ମିୟୁଂ କୁ ହାନଙ୍କ ନିର୍ଦ୍ଦେଶିତ ‘ଦି ୱାର୍ଲଡ ୱିଥଦାଉଡ ମମ’ । ସେହିପରି ଆଜି ପୂର୍ବାହ୍‌ଣରେ ଜ୍ୟୋତିର୍ମୟୀ ଦେବଙ୍କ ‘ଆନ ଆଡଭୋକେଟ ଅଫ୍‌ ଦି ଓଏସିସ’, ଅନୁନୟ ବାର୍‌ଭୋୟାଙ୍କ ‘ୱେଟ ବ୍ଲୁ ତାରପୋଲିନ’ ଓ ଶାରଦୀୟ ବାନାର୍ଜୀଙ୍କ ନିର୍ଦ୍ଦେଶିତ ‘ଫିଲ୍ଲେ ଜୋୟେ’ ପ୍ରଦର୍ଶିତ ହୋଇଛି । ଆସନ୍ତାକାଲି କଳିଙ୍ଗ ଗ୍ଲୋବାଲ ଫିଲ୍ମ ଫେଷ୍ଟିଭାଲ ଉଦଯାପିତ ହେବ । ଏଥିର ବିଭିନ୍ନ ଦେଶରୁ ଆସିଥିବା ୫୦ରୁ ଅଧିକ କ୍ଷୁଦ୍ର ଚଳଚ୍ଚିତ୍ର ଓ ୧୫ଟି ଫିଲ୍ମ ପ୍ରଦର୍ଶନ କରାଯାଉଛି। ଏଥିରେ ପ୍ରଥମ ବେଷ୍ଟ ମୁଭିକୁ ପୁରସ୍କାର ବାବଦରେ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଦ୍ୱିତୀୟ ବେଷ୍ଟ ମୁଭିକୁ ପଚାଶ ହଜାର ଏବଂ ତୃତୀୟ ବେଷ୍ଟ ମୁଭିକୁ ତିରିଶ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ । ଚଳଚ୍ଚିତ୍ର ଦେଖିବା ପାଇଁ ବହୁ ସାହିତ୍ୟିକ ଓ ସିନେ ପ୍ରେମୀଙ୍କ ଭିଡ଼ ଜମୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.