କାହିଁ ଆପଣଙ୍କ ସାନିଟାଇଜର ନକଲି ନୁହେଁ ତ ! ମୁମ୍ବାଇ ଏଫଡିଏ ଜବତ କଲା ୧୯ ଲକ୍ଷ ଟଙ୍କାର ନକଲି ସାନିଟାଇଜର

ମୁମ୍ବାଇ : ମୁମ୍ବାଇରେ କରୋନାର ୩ୟ ଲହର ଆତଙ୍କ ସୃଷ୍ଟି କରିଛି । ଦୈନିକ ଲକ୍ଷ ଲକ୍ଷ ଲୋକ କରୋନାରେ ସଂକ୍ରମିତ ହେଉଛନ୍ତି । ଏପରି ଆତଙ୍କ ସମୟରେ ସାନିଟାଇଜର କରୋନା ସଂକ୍ରମଣରୁ ସୁରକ୍ଷା ଦେବାର ଏକ ମୁଖ୍ୟ ମାଧ୍ୟମ ସାଜିଛି । ଏପରି ସମୟରେ ଏଫଡିଏର ନଜର ରହିଛି ନକଲି ସାନିଟାଇଜର ପ୍ରସ୍ତୁତି କରୁଥିବା କମ୍ପାନି ଉପରେ ।

କାରଣ ନିକଟରେ ମୁମ୍ବାଇରେ ୧୯ ଲକ୍ଷ ଟଙ୍କାର ନକଲି ସାନିଟାଇଜର ଜବତ ହୋଇଛି । ନବି ମୁମ୍ବାଇ ଅଞ୍ଚଳରେ ଗତ ନଭେମ୍ବର ମାସରେ ଏଫଡିଏ ଯାଞ୍ଚ କରି ପ୍ରାୟ ୧୯ ଲକ୍ଷ ଟଙ୍କାର ହ୍ୟାଣ୍ଡ ସାନିଟାଇଜର ଜବତ କରିଛି । ଏହାର ନମୂନା ଯାଞ୍ଚ ପାଇଁ ଲାବୋରେଟୋରୀ ପଠାଇଥିଲା ଏଫ୍‌ଡିଏ । ରିପୋର୍ଟ ଏବେ ଯାହା ମିଳିଛି ତାହା ଚକିତ କଲା ଭଳି ।

ଏଫଡିଏ ର ଆସିଷ୍ଟାଣ୍ଟ କମିଶନର ଗଣେଶ ରୋକଡ କହିଛନ୍ତି ଯେ ସବୁ ସାନିଟାଇଜର ନକଲି । ଯାହାକୁ ବ୍ୟବହାର କରିବାର କୌଣସି ଅର୍ଥ ନାହିଁ । ସାନିଟାଇଜର ଅସଲି ବା ନକଲି ଏହାକୁ ଜାଣିବା ସାଧାରଣ ଜନତାଙ୍କ ପାଖରେ ଅସମ୍ଭବ । ମୁମ୍ବାଇରେ ପ୍ରତିଦିନ ଏବେ ୨୦ ହଜାରରୁ ଉର୍ଦ୍ଧ୍ୱ ମାମଲା ଆସୁଥିବା ବେଳେ ଏହି ନକଲି ସାନିଟାଇଜର ଲୋକଙ୍କୁ କେତେ ସୁରକ୍ଷା ଦେବ ସେ ନେଇ ଚିନ୍ତା ପ୍ରକଟ କରିଛନ୍ତି କମିଶନର ।

ସୂଚନା ଅନୁଯାୟୀ କୌଣସି ଭଲ ସାନିଟାଇଜରରେ ଆଇସୋପ୍ରୋପାଇଲ ଆଲକୋହଲ,ଏଥନଲ ଓ ହାଇଡ୍ରୋଜନ ପେରକସାଇଡ ଭଳି କେମିକାଲ ପର୍ଯ୍ୟାପ୍ତ ମାତ୍ରାରେ ଥିବା ଆବଶ୍ୟକ । ଏହା ବହୁତ ଦାମୀ କେମିକାଲ ହୋଇଥିବାରୁ ବ୍ୟବସାୟୀମାନେ ଏହା ବଦଳରେ ଶସ୍ତା ଇଣ୍ଡଷ୍ଟ୍ରିଆଲ ୟୁନିଟ ବ୍ୟବହାର କରୁଛନ୍ତି । ଯାହାକି ତାର ଅସଲ ଗୁଣ ଦେଇ ନଥାଏ । ଫଳରେ ଏହା ଉପେର ଭରଷା କରୁଥିବା ଲୋକେ ଅସୁବିଧାରେ ପଡ଼ିପାରନ୍ତି ।

ଏହାକୁ ବ୍ୟବହାର କରିବା ଦ୍ୱାରା ମଧ୍ୟ ହାତ ପୋଡିବା, ତ୍ୱଚ୍ଚା ସମ୍ପର୍କୀୟ ରୋଗ ହୋଇଥାଏ । ତେଣୁ କୌଣସି ସାନିଟାଜର ନେବା ପୂର୍ବରୁ ଏହା ଉପରେ ଥିବା ଲେଖା ଉପରେ ଧ୍ୟାନ ଦିଅନ୍ତୁ ବୋଲି କହିଛି ଏଫଡିଏ କମିଶନର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.