Below header

ରାଜସ୍ଥାନର ନନ୍ଦିନୀ ଗୁପ୍ତାଙ୍କ ମୁଣ୍ଡରେ ‘ମିସ୍‌ ଇଣ୍ଡିଆ ୨୦୨୩’ର ମୁକୁଟ, ଜାଣନ୍ତୁ କିଏ ଏହି ୧୯ ବର୍ଷୀୟା ବ୍ୟୁଟି କ୍ୱିନ୍‌

୫୯ତମ ଫେମିନା ମିସ୍ ଇଣ୍ଡିଆ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ବାଜି ମାରିନେଇଛନ୍ତି ନନ୍ଦିନୀ ଗୁପ୍ତା। ଗତକାଲି ରାତିରେ ରାଜସ୍ଥାନର ନନ୍ଦିନୀ ଗୁପ୍ତା ପିନ୍ଧିଛନ୍ତି ମିସ୍ ଇଣ୍ଡିଆ ୨୦୨୩ର ମୁକୁଟ।

୫୯ତମ ଫେମିନା ମିସ୍ ଇଣ୍ଡିଆ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ବାଜି ମାରିନେଇଛନ୍ତି ନନ୍ଦିନୀ ଗୁପ୍ତା। ଗତକାଲି ରାତିରେ ରାଜସ୍ଥାନର ନନ୍ଦିନୀ ଗୁପ୍ତା ପିନ୍ଧିଛନ୍ତି ମିସ୍ ଇଣ୍ଡିଆ ୨୦୨୩ର ମୁକୁଟ। ନନ୍ଦିନୀ ନିଜର ଆତ୍ମବିଶ୍ୱାସ ଏବଂ ସୌନ୍ଦର୍ଯ୍ୟ ଦ୍ୱାରା ମିସ୍ ଇଣ୍ଡିଆ ଟାଇଟଲ୍ ଜିତିବାରେ ସଫଳ ହୋଇଛନ୍ତି। ଏହି ପ୍ରତିଯୋଗିତାରେ ଶ୍ରେୟା ପୁଞ୍ଜା ଓ ଷ୍ଟ୍ରେଲ ଥୋନାଓଜମ୍‌ ଲୁୱାଙ୍ଗ ଯଥାକ୍ରମେ ପ୍ରଥମ ଏବଂ ଦ୍ୱିତୀୟ ରନର୍ ଅପ୍ ହୋଇଛନ୍ତି।

ବ୍ଲାକ୍‌ ଗାଉନରେ ର‍୍ୟାମ୍ପ୍‌ ଓ୍ଵାକ୍‌ କରିବା ସମୟରେ ନନ୍ଦିନୀ ବହୁତ ସୁନ୍ଦର ଦେଖାଯାଉଥିଲେ। ତାଙ୍କୁ ଗତ ବର୍ଷର ମିସ୍ ଇଣ୍ଡିଆ ସିନି ଶେଟ୍ଟୀ ମୁକୁଟ ପିନ୍ଧାଇଥିଲେ। ନନ୍ଦିନୀଙ୍କୁ ମାତ୍ର ୧୯ ବର୍ଷ ବୟସ। ମିସ୍ ଇଣ୍ଡିଆ ମୁକୁଟ ଜିତିବା ପରେ ନନ୍ଦିନୀ ବର୍ତ୍ତମାନ ମିସ୍ ୱାର୍ଲ୍ଡ ବ୍ୟୁଟି ପାଜେଣ୍ଟରେ ଭାରତର ପ୍ରତିନିଧିତ୍ୱ କରିବେ।

ନନ୍ଦିନୀ ଗୁପ୍ତା ରାଜସ୍ଥାନର କୋଟା ନିବାସୀ। ସେ ଏଠାରୁ ନିଜର ଅଧ୍ୟୟନ ପୂରା କରିଛନ୍ତି। ବିଜନେସ୍‌ ମ୍ୟାନେଜମେଣ୍ଟରେ ସେ ଅଧ୍ୟୟନ କରିଛନ୍ତି। ତେବେ ଏହା ପୂର୍ବରୁ ନନ୍ଦିନୀ ‘ଫେମିନା ମିସ୍ ଇଣ୍ଡିଆ ରାଜସ୍ଥାନ’ର ମଧ୍ୟ ବିଜେତା ହୋଇଥିଲେ। କହି ରଖୁଛୁ, ଚଳିତ ବର୍ଷ ମଣିପୁରରେ ‘ଫେମିନା ମିସ୍ ଇଣ୍ଡିଆ’ ଆୟୋଜିତ ହୋଇଥିଲା। ଏଥିରେ ବଲିଉଡର ଅନେକ ସେଲିବ୍ରିଟି ଯୋଗ ଦେଇଥିଲେ।

 

View this post on Instagram

 

A post shared by Femina Miss India (@missindiaorg)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.