ବରଗଡ଼ରେ ବୀଭତ୍ସ ହତ୍ୟା, ଗୁପ୍ତାଙ୍ଗ କାଟି ଯୁବକଙ୍କୁ ମାରି ଫିଙ୍ଗିଦେଲେ ଦୁର୍ବୃତ୍ତ

ଅର୍ଦ୍ଧ ନଗ୍ନ ଅବସ୍ଥାରେ ଯୁବକଙ୍କ ମୃତଦେହ ବିଲରୁ ଉଦ୍ଧାର ହୋଇଛି । କେହି ଦୁର୍ବୃତ୍ତ ତାଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିବା ସନ୍ଦେହ କରାଯାଉଛି ।ଶବ ନିକଟରେ ରକ୍ତର ଚିହ୍ନ ରହିଛି ଏବଂ ଚପଲ ପଡ଼ିରହିଛି। 

ବରଗଡ଼(କେନ୍ୟୁଜ୍): ବୀଭତ୍ସ ହତ୍ୟା । ଯୁବକଙ୍କ ମାରି ଫିଙ୍ଗିଦେଲେ। ଗୁପ୍ତାଙ୍ଗ କାଟି ହତ୍ୟା କଲେ ଦୁର୍ବୃତ୍ତ । ବରଗଡ଼ ଜିଲ୍ଲା ସୋହେଲା ଥାନା ବୁଡ଼ାମାଲ ଗାଁରେ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ । ଅର୍ଦ୍ଧ ନଗ୍ନ ଅବସ୍ଥାରେ ଯୁବକଙ୍କ ମୃତଦେହ ବିଲରୁ ଉଦ୍ଧାର ହୋଇଛି । କେହି ଦୁର୍ବୃତ୍ତ ତାଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ଶବ ନିକଟରେ ରକ୍ତର ଚିହ୍ନ ରହିଛି ଏବଂ ଚପଲ ପଡ଼ିରହିଛି।  ମୃତ ଯୁବକ ଜଣକ ବୁଡ଼ାମାଲ ଗ୍ରାମର ବୋଲି ସୂଚନା ମିଳିଛି । ତାଙ୍କର ଆନୁମାନିକ ବୟସ ୩୫ ବର୍ଷ ହୋଇଥିବା ସୂଚନା ମିଳିଛି ।  ତେବେ ଘଟଣା ସ୍ଥଳକୁ ସୋହେଲା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ କିଏ ଓ କାହିଁକି ଏହି ହତ୍ୟାକାଣ୍ଡ ଘଟାଇଛି ତାହାର କାରଣ ଏଯାଏଁ ଅସ୍ପଷ୍ଟ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.