‘ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ହେଉ ଅତିକ୍‌ ଓ ଅଶରଫ୍‌ ହତ୍ୟାକାଣ୍ଡର ତଦନ୍ତ’: ଅସଦୁଦ୍ଦିନ ଓବେସି

ସମାଜବାଦୀ ପାର୍ଟିର ପୂର୍ବତନ ସାଂସଦ ତଥା ମାଫିଆ ଅତିକ୍‌ ଅହମ୍ମଦ ଓ ତାଙ୍କ ଭାଇ ଅଶରଫଙ୍କୁ ଗତକାଲି ଗୁଳି କରି ହତ୍ୟା କରାଯାଇଛି। ଉଭୟଙ୍କୁ ପ୍ରୟାଗରାଜରେ ଡାକ୍ତରୀ ପରୀକ୍ଷା ପାଇଁ ନିଆଯାଉଥିବା ବେଳେ ୟୁପି ପୋଲିସ ସମ୍ମୁଖରେ ଏହି ହତ୍ୟାକାଣ୍ଡ ଘଟିଛି।

ସମାଜବାଦୀ ପାର୍ଟିର ପୂର୍ବତନ ସାଂସଦ ତଥା ମାଫିଆ ଅତିକ୍‌ ଅହମ୍ମଦ ଓ ତାଙ୍କ ଭାଇ ଅଶରଫଙ୍କୁ ଗତକାଲି ଗୁଳି କରି ହତ୍ୟା କରାଯାଇଛି। ଉଭୟଙ୍କୁ ପ୍ରୟାଗରାଜରେ ଡାକ୍ତରୀ ପରୀକ୍ଷା ପାଇଁ ନିଆଯାଉଥିବା ବେଳେ ୟୁପି ପୋଲିସ ସମ୍ମୁଖରେ ଏହି ହତ୍ୟାକାଣ୍ଡ ଘଟିଛି। ଅତିକ୍‌ ଓ ଅଶରଫ୍‌ ଡାକ୍ତରୀ ଚିକିତ୍ସା ପାଇଁ ଯାଉଥିବା ସମୟରେ ଗଣମାଧ୍ୟମ ଆଗରେ ନିଜର ବୟାନ ରଖୁଥିଲେ। ଏତିକି ବେଳେ ଦୁହିଁଙ୍କୁ ଗୁଳି କରାଯାଇଥିଲା। ଏହି ଘଟଣା କ୍ୟାମେରାରେ କଏଦ ହୋଇଛି।

ଅତିକ୍‌ ଅହମ୍ମଦ ଓ ତାଙ୍କ ଭାଇ ଅଶରଫ ଅହମ୍ମଦଙ୍କ ହତ୍ୟା ସମ୍ପର୍କରେ AIMIM ମୁଖ୍ୟ ଅସଦୁଦ୍ଦିନ ଓବେସି କହିଛନ୍ତି ଯେ ‘ଏଥିରେ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଏକ କମିଟି ଗଠନ ହେବା ଉଚିତ। ମୁଁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରୁଛି କି, କୋର୍ଟ ନିଜେ ଏହା ବିଷୟରେ ଜ୍ଞାନ ନିଅନ୍ତୁ ଏବଂ ଏକ ଧାର୍ଯ୍ୟ ସମୟସୀମା ମଧ୍ୟରେ ଏହାର ତଦନ୍ତ ହେଉ। ଏହି କମିଟିରେ ଉତ୍ତର ପ୍ରଦେଶର କୌଣସି ବି ଅଧିକାରୀ ରହିବା ଉଚିତ ନୁହେଁ, କାରଣ ସେମାନଙ୍କ ଉପସ୍ଥିତିରେ ହିଁ ଏହି ହତ୍ୟା ଘଟଣା ଘଟିଛି’।

ଓବେସି ଆହୁରି କହିଛନ୍ତି, ‘ମୁଁ ଆରମ୍ଭରୁ କହିଥିଲି ଯେ ଉତ୍ତର ପ୍ରଦେଶର ବିଜେପି ସରକାର ଆଇନ ଅନୁସାରେ ନୁହେଁ, ବରଂ ବନ୍ଧୁକର ଦମ୍‌ ଉପରେ ଚାଲିଛି। ଆମେ ଏହି କଥାକୁ ଦୋହରାଉଥିଲୁ, କିନ୍ତୁ ସମସ୍ତେ ଭାବୁଥିଲେ ଯେ ଆମେ ଅଯଥା କଥା କହୁଛୁ। ଏହାଦ୍ୱାରା ସମ୍ବିଧାନ ପ୍ରତି ଲୋକଙ୍କ ବିଶ୍ୱାସ ହ୍ରାସ ପାଇବ। ଏହି ଘଟଣାକୁ ନିନ୍ଦା କରିବା ପାଇଁ କୌଣସି ଶବ୍ଦ ନାହିଁ’।

ଓବେସି ଗତକାଲିର ଘଟଣାରେ ସିଏମ ଯୋଗୀଙ୍କୁ ଟାର୍ଗେଟ୍‌ କରି କହିଛନ୍ତି, ‘ଗତକାଲି ଯେଉଁ ହତ୍ୟାକାଣ୍ଡ ଘଟିଛି, ଏଥିପାଇଁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ହିଁ ଦାୟୀ। ଯଦି ତାଙ୍କ ଭିତରେ ସାମ୍ବିଧାନିକ ନୈତିକତା ବଞ୍ଚିଛି, ତା’ ହେଲେ ତାଙ୍କୁ ତାଙ୍କ ପଦ ଛାଡିବାକୁ ପଡ଼ିବ। ଉଭୟଙ୍କ ହତ୍ୟା ହେଉଛି ଯୋଗୀଙ୍କ ଆଇନ ଶୃଙ୍ଖଳାର ବିଫଳତା। ଏନକାଉଣ୍ଟରର ଉତ୍ସବ ପାଳନ କରୁଥିବା ବ୍ୟକ୍ତି ବି ଏଥିପାଇଁ ଦାୟୀ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.