Below header

ସାଂଘାଇ କୋପରେସନ୍‌ ଅର୍ଗାନାଇଜେସନ୍‌ ସମିଟ୍‌ରେ ମୋଦି ଉଠାଇଲେ ଆତଙ୍କବାଦ ପ୍ରସଙ୍ଗ, ସମସ୍ତଙ୍କୁ ଏକାଠି ହେବାକୁ ଦେଲେ ଆହ୍ଵାନ

ସାଂଘାଇ ସହଯୋଗ ସଂଗଠନ ଏସ୍‌ସିଓ ବିସକେକ୍‌ ସମ୍ମିଳନୀରେ ଉଠିଲା ଆତଙ୍କବାଦୀ ପ୍ରସଙ୍ଗ । ନିଜ ଅଭିଭାଷଣରରେ ଆତଙ୍କବାଦ ପ୍ରସଙ୍ଗ ଉଠାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଛନ୍ତି, ପ୍ରତ୍ୟେକ ଦିନ ନିରୀହ ଲୋକଙ୍କ ଜୀବନ ନେଉଥିବା ଆତଙ୍କୀଙ୍କୁ ମୂଳୋତ୍ପାଟନ କରିବାକୁ ହେବ। ଆତଙ୍କବାଦ ମୁକ୍ତ ସମାଜ ଆମର ଲକ୍ଷ୍ୟ। ଆତଙ୍କବାଦ ବିରୋଧୀ ଲଢ଼େଇରେ ସମସ୍ତେ ଏକାଠି ବଢ଼ିବାକୁ ପଡ଼ିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଆଫଗାନିସ୍ତାନରେ ଶାନ୍ତି ବଜାୟ ରଖିବାର ଆବଶ୍ୟକତା ରହିଛି। ସେହିପରି ମୋଦି ଆହୁରି କହିଥିଲେ ଯେ, ଜଳବାୟୁ ପରିବର୍ତ୍ତନ ନେଇ ଭାରତ ପ୍ରତିଶ୍ରୁତିବଦ୍ଧ। ଏହି ବୈଠକରେ ଉପସ୍ଥିତ ଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌। ମୋଦି ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ବିଦେଶ ନୀତି ଉପରେ କାମ ଆରମ୍ଭ କରିଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.