Below header

ହ୍ବାଟସଅପକୁ ଟକ୍କର ଦେବ Truecaller, ଶୀଘ୍ର ଲଞ୍ଚ ହେବ ଏହି ସର୍ଭିସ

ଟ୍ରୁକଲର ଏକ ଏମିତି ସର୍ଭିସ ଆଣୁଛି ଯାହାଦ୍ବାରା ୱାଟସଅପ୍ ଏବଂ ଗୁଗଲ ଡୁଓ ପାଇଁ ବହୁତ ସମସ୍ୟା କରିପାରେ। ଟେଲିକମ୍ ରିପୋର୍ଟ ଅନୁଯାୟୀ ଟ୍ରୁକଲର ଏକ ନୂଆ ସର୍ଭିସ ନେଇ ଆସୁଛି ଯାହାର ନାମ ‘ଟ୍ରୁକଲର ଭଏସ’। ଏହି ସର୍ଭିସ ଆରମ୍ଭ ହେବା ପରେ ଟ୍ରୁକଲର ୟୁଜର୍ସ ୱାଟସଅପ ଭଳି ଭଏସ କଲିଂ କରିପାରିବେ।

ଟ୍ରୁକଲରର ଏହି ସର୍ଭିସ ଆପର ପ୍ରିମିୟମ ୟୁଜର୍ସଙ୍କ ପାଇଁ ଉପଲବ୍ଧ ଅଟେ। ଏହାକୁ ଏବେ ଆଣ୍ଡ୍ରଏଡ୍ ପାଇଁ ମଧ୍ୟ ଉପଲବ୍ଧ କରାଯାଇଛି। ଦ୍ବିତୀୟ ଅପରେଟିଂ ସିଷ୍ଟମକୁ ଏହା କେବେ ଆସିବ ତାହା ଏବେ ପର୍ଯ୍ୟନ୍ତ ଜଣାପଡିନାହିଁ।

ଆପର ନୂଆ ଭର୍ସନକୁ ପ୍ରିମିୟମ ୟୁଜରର ଟ୍ରୁକଲରର ଏହି ସର୍ଭିସକୁ ଦେଖିପାରିବେ। ଆପକୁ ଓପନ କଲେ କଲରର ପ୍ରୋଫାଇଲରେ ଭଏସ କଲ ଅପସନ ଦିଆଯାଇଛି। ଏହି ଅପସନ ସାହାଯ୍ୟରେ ସେହି ୟୁଜର୍ସଙ୍କୁ ଭଏସ କଲ କରିପାରିବେ ଯେଉଁମାନଙ୍କୁ ଟ୍ରୁକଲରର ଏହି ଫିଚର ପହଁଚିଛି। ଫିଚରର ଟେଷ୍ଟିଂ ସମୟରେ ଏହା ଜଣାପଡିଛି ଯେ ଭଏସ କଲ କ୍ବାଲିଟୀ ବହୁତ ଭଲ ଅଟେ।

truecallerଜଣାଇବାକୁ ଚାହିଁବୁ ଟ୍ରୁକଲର ଏକ କଲର ଆଇଡି ଆପ୍ ଭାବରେ ନିଜ ପରିଚୟ ସ୍ରୁଷ୍ଟି କରିପାରିଛି। କିନ୍ତୁ କମ୍ପାନୀ କେବଳ ଏଥିରେ ସିମିତ ରହିବାକୁ ଚାହୁଁନାହିଁ। ଗତ ବର୍ଷ ଟ୍ରୁକଲର ପେ ସର୍ଭିସକୁ ଲଞ୍ଚ କରିଥିଲା। ଯାହାଦ୍ବାରା ୟୁଜର ୟୁପିଆଇ ମାଧ୍ୟମରେ ପେମେଣ୍ଟ କରିପାରିବେ।

ସର୍ଭିସକୁ ସୁନ୍ଦର କରିବା ପାଇଁ ଟ୍ରୁକଲର ନିଜ ଗ୍ରାହକଙ୍କ ପାଇଁ ନିଜର ପ୍ରିମିୟମ ସବସ୍କ୍ରିପସନ ଚାର୍ଜକୁ ୩୦ ଟଙ୍କାରୁ ବଢ଼ାଇ ୪୯ ଟଙ୍କା କରିଦେଇଛନ୍ତି। ଅବଶ୍ୟ ଏହାର ଆନୁଆଲ ମେମ୍ବରସିପ ୧୯ଟଙ୍କା ପ୍ରତିମାସ ଅଟେ ଯାହା ଏକ ବର୍ଷ ପାଇଁ ଟ୍ୟାକ୍ସ ସହିତ ୨୨୪.୫୦ ଟଙ୍କା ଅଟେ। ସେହିଭଳି ଟ୍ରୁକଲର ୟୁଜରଙ୍କୁ ଗୋଲ୍ଡ ସର୍ଭିସ ମଧ୍ୟ ଅପର କରୁଛି, ଯାହାର ଦାମ ଏକ ବର୍ଷ ପାଇଁ ୪,୯୯୯ ଟଙ୍କା ଅଟେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.