Below header

ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ପରୀକ୍ଷାଫଳ, ଚଳିତବର୍ଷ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ମହାରାଷ୍ଟ୍ରର ଛାତ୍ର କାର୍ତ୍ତିକେୟ ଗୁପ୍ତା

କେନ୍ୟୁଜ୍ : ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ପରୀକ୍ଷାଫଳ। କୋଟାର ଛାତ୍ର ମହାରାଷ୍ଟ୍ରର କାର୍ତ୍ତିକେୟ ଗୁପ୍ତା ଚଳିତବର୍ଷ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଛାତ୍ରଛାତ୍ରୀ jeeadv.ac.in କିମ୍ବା results.jeeadv.ac.in ରେ ଉପଲବ୍ଧ ହେଉଛି ପରୀକ୍ଷାଫଳ। ର‍୍ୟାଙ୍କ ପାଇଥିବା ଛାତ୍ରଛାତ୍ରୀ ଭୁବନେଶ୍ୱର ସମେତ ଦେଶରେ ଥିବା ୨୨ଟି ଆଇଆଇଟିରେ ନାମଲେଖାଇବେ। ୧୧ ହଜାର ୨୭୯ ସିଟରେ ନାମ ଲେଖାଇବେ ଛାତ୍ରଛାତ୍ରୀ। ଜେଇଇ ମେନ୍‌ ପରୀକ୍ଷାର ଶ୍ରେଷ୍ଠ ୨ ଲକ୍ଷ ୪୫ ହଜାର ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସ ଦେବାକୁ ଯୋଗ୍ୟ ବିବେଚିତ ହୋଇଥିଲେ। ସେମାନଙ୍କୁ ମଧ୍ୟରୁ ୧ ଲକ୍ଷ ୭୩ ହଜାର ପରୀକ୍ଷାର୍ଥୀ ଦେଇଥିଲେ ଜେଇଇ ଆଡଭାନ୍ସ। ଓଡ଼ିଶାରୁ ୫ ହଜାର ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ପରୀକ୍ଷା ଦେଇଥିଲେ ୩ ହଜାର ୨୬୧ ଛାତ୍ରଛାତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.