କଳାହାଣ୍ଡି: ସନ୍ଦେହ ଜନକ ଅବସ୍ଥାରେ ପ୍ରୋମୀ ଯୁଗଳଙ୍କ ମୃତଦେହ ଉଦ୍ଧାର

କଳାହାଣ୍ଡି(କେନ୍ୟୁଜ୍): ରାଜ୍ୟରେ ରଜ ଉତ୍ସବକୁ ନେଇ ଖୁସି ମହୋଲ ଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଆମପାଣି ଥାନା ଡୁଡୁକାଠେଙ୍ଗା ଗାଁରେ ସନ୍ଦେହ ଜନକ ଅବସ୍ଥାରେ ପ୍ରୋମୀ ଯୁଗଳଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଏକ ଗଛରୁ ଉଦ୍ଧାର କରାଯାଇଥିବା ବେଳେ ଯୁବତୀଙ୍କ ମୃତଦେହ ଏକ ବିଲରେ ପଡ଼ିଥିଲା। ମୃତ୍ୟୁର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି। ଅଭିଯୋଗ ହେଉଛି, ଉଭୟ ଅନ୍ୟ ଜାତିର ହୋଇଥିବାରୁ ହତ୍ୟା କରାଯାଇଥାଇପାରେ। ଆମପାଣି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.