Below header

କରୋନା ଆତଙ୍କରେ ଭାରତର ଶରଣ ପଶିଲା ପାକିସ୍ଥାନ, କହିଲା କରୋନା ସହ ସାଙ୍ଗ ହୋଇ ଲଢ଼ିବା

ସାରା ଦୁନିଆ ଏବେ କରୋନା କବ୍‌ଜାରେ । ଧନୀ,ଗରିବ,ସାନ ବଡ଼ ସମସ୍ତଙ୍କ ନିଦ ହଜେଇ ଦେଲାଣି । କରୋନା ଏବେ ଶହେରୁ ଅଧିକ ଦେଶରେ ତା’ର କାୟା ବିସ୍ତାର କରିସାରିଲାଣି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଏହାକୁ ଏବେ ମହାମାରୀ ଘୋଷଣା କରିଛି ।

ଭାରତରେ ଏପର୍ଯ୍ୟନ୍ତ ୭୩ ଜଣ କରୋନା ପ୍ରଭାବିତ ବ୍ୟକ୍ତିଙ୍କର ନାମ ନଜରକୁ ଆସିଛି । ସେହିପରି ପାକିସ୍ଥାନରେ ୨୦ଟି କରୋନା ମାମଲା ସାମ୍ନାକୁ ଆସିଛି ।  ପାକିସ୍ଥାନର ଆର୍ଥିକ ସ୍ଥିତି ଏବେ ଠିକ୍‌ ନଥିବାରୁ କରୋନାକୁ ନେଇ ଆତଙ୍କିତ ହୋଇ ପଡ଼ିଛି । ତେଣୁ ସେ ଭାରତ ସହ ସାଙ୍ଗ ହୋଇ ଏହାର ମୁକାବିଲା କରିବାକୁ ପ୍ରସ୍ତାବ ଦେଇଛି । ସାମ୍ବାଦିକଙ୍କ ଏକ ପ୍ରଶ୍ନର ଉତ୍ତରରେ ସେ ଏହା କହିଛନ୍ତି ।

pak. corona

ନିକଟରେ ପାକିସ୍ଥାନ ବୈଦେଶିକ କାର୍ଯ୍ୟାଳୟର ପ୍ରବକ୍ତା ଆୟଶା ଫାରୁକୀ,କରୋନା ମାମଲାରେ ଭାରତ ସହ ମିଶି କାମ କରିବାକୁ ଇଚ୍ଛା ପ୍ରକଟ କରିଛନ୍ତି । ଏଥିପାଇଁ ସବୁ ଦେଶ ମିଳିମିଶି କାମ କରିବାକୁ ହେବ ।
ପାକିସ୍ଥାନ କରୋନା ଉପରେ କଡ଼ା ନଜର ରଖିଛି ଏବଂ ଆମର ପଡ଼ୋଶୀ ରାଷ୍ଟ୍ର ଭାରତକୁ ମଧ୍ୟ କୌଣସି ସହାୟତା ପ୍ରଦାନ କରିବାକୁ ପସ୍ତୁତ ଅଛୁ ବୋଲି ସେ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.