Below header

ଚୀନ ପରେ ଭାରତରେ କାୟା ବିସ୍ତାର କରି ମାଡି ଆସୁଛି କରୋନା, ୮୧ ଛୁଇଁଲାଣି ଆକ୍ରାନ୍ତଙ୍କ ସଂଖ୍ୟା

କେନ୍ୟୁଜ୍(ବ୍ୟୁରୋ): କରୋନାକୁ ନେଇ ଦେଶରେ କୋକୁଆ ଭୟ । ହୁହୁ ହୋଇ ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ ୧୭ ବିଦେଶୀଙ୍କ ସମେତ ଏବେ ଆକ୍ରାନ୍ତ ସଂଖ୍ୟା ୭୮ ଟପିଛି । କର୍ଣ୍ଣାଟକରେ ଦେଶର ପ୍ରଥମ ମୁଣ୍ଡ ନେଇଛି କରୋନା । କେରଳରେ ସର୍ବାଧିକ ୧୭ ଆକ୍ରାନ୍ତ ଚିହ୍ନଟ । ମହରାଷ୍ଟ୍ର ଓ ହରିଆଣାରେ ୧୪, ଉତ୍ତରପ୍ରଦେଶରେ ୧୧ ସଂକ୍ରମିତ । ହରିଆଣା, ଦିଲ୍ଲୀ ଓ ୟୁପିରେ କରୋନାକୁ ମହାମାରୀ ଘୋଷିତ କରାଯାଇଥିବା ବେଳେ ଓଡ଼ିଶାରେ ଏହାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରାଯାଇଛି ।

corona number 2

ସେହିପରି ୫ ଟି ରାଜ୍ୟରେ ସ୍କୁଲ, କଲେଜ ଓ ସିମେନା ହଲ ଭଳି ସର୍ବଜନୀନ ସ୍ଥାନକୁ ବନ୍ଦ କରାଯାଇଛି । ଏପଟେ କରୋନା ନେଇ ବିତର୍କ ପାଇଁ ସାର୍କଦେଶର ନେତାଙ୍କୁ ଆହ୍ଵାନ ଦେଇଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନା ପ୍ରସଙ୍ଗରେ ସାର୍କ ଦେଶ ଏକଜୁଟ ହୋଇ ବିଶ୍ୱକୁ ନୂଆ ବାର୍ତ୍ତା ଦେଇପାରିବେ ବୋଲି ମୋଦି ଟ୍ଵିଟ କରିଛନ୍ତି । ଏହାକୁ ସାର୍କ ନେତା ଗ୍ରହଣ କରିଛନ୍ତି । ଏପଟେ କରୋନାକୁ ନଜରରେ ରଖି ୧୫ ତାରିଖ ଯାଏ ଆଇପିଏଲ ସ୍ଥଗିତ । ମାର୍ଚ୍ଚ ୨୯ରୁ ଆରମ୍ଭ ହେଉଥିଲା ଆଇପିଏଲ୍‌। କିନ୍ତୁ କରୋନ ଯୋଗୁଁ  ବିସିସିଆଇକୁ ଏହି ପ୍ରତିଯୋଗିତାକୁ ଏପ୍ରିଲ ୧୫କୁ ଘୁଞ୍ଚାଇ ଦିଆଯାଇଛି ।

ସେହିପରି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସ୍ବାସ୍ଥ୍ୟ  ମନ୍ତ୍ରଣାଳୟର  ଅଧିକାରୀ କହିଛନ୍ତି କରୋନାକୁ ନେଇ ଏତେ ଆତଙ୍କିତ ହେବା ଆବଶ୍ୟକ ନାହିଁ। ଅଧିକାରୀମାନେ  କହିଛନ୍ତି ଭାରତରେ ମାଳଦୀପ, ଆମେରିକା, ମୌଡାଗାସ୍କର ଓ ଚିନ ସମେତ ବିଭିନ୍ନ ଦେଶରୁ ୧.୦୩୧ ଲୋକଙ୍କୁ କଢାଯାଇଛି।  ଇରାନରେ  ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପ୍ରକ୍ରିୟା ଶନିବାର ଠାରୁ ଆରମ୍ଭ ହେବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅଧିକାରୀଙ୍କ ଠାରୁ ସୂଚନା ମିଳିଛି। ଏୟାର ଇଣ୍ଡିଆ ମଧ୍ୟ ଇଟାଲୀର ମିଲାନରେ  ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଶନିବାର ଦିନ ବିମାନ ପଠାଇବ ।

ବିଶ୍ୱରେ ଅଣାୟତ୍ତ ସ୍ଥିତିରେ ଅଛି କରୋନା । ଚୀନରୁ ଆରମ୍ଭ ହୋଇଥିବା ଏହି ଭାଇରସ ଏବେ ୧୨୭ରୁ ଅଧିକ ଦେଶରେ କାୟା ମେଲାଇଛି । ଏ ଯାଏ ୪୯୬୮ ଜଣ କରୋନାର ଶୀକାର ହୋଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଯାଇଛି ୩୫୧ ମୁଣ୍ଡ । ଚୀନ ପରେ ଇଟାଲୀ ଓ ଇରାନରେ ତାଣ୍ଡବ ମଚାଉଛି ମହାମାରୀ । ଇଟାଲୀରେ ମୃତ୍ୟୁ ସଖ୍ୟା ହଜାରେ ଟପିବା ପରେ କ୍ୟାଥଲିକ ଚର୍ଚ୍ଚରେ ପ୍ରାର୍ଥନାକୁ ବାରଣ କରାଯାଇଛି । କରୋନା ପରେ ହ୍ୟାଣ୍ଡସ୍ୟାକ ବଦଳରେ ନମସ୍ତେ କହୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଆୟର୍ଲାଣ୍ଡ ପିଏମ ଲିୟୋ ବରାଡଫର । ବିଭିନ୍ନ ରାଷ୍ଟ୍ରରେ ଏଭଳି ଚିତ୍ର ଦେଖିବାକୁ ମିଳିଛି ।କ ସେପଟେ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି  କାନାଡା ପିଏମ ଜଷ୍ଟିନ ଟ୍ରୁଡୋଙ୍କ ପତ୍ନୀ ଶୋଫିଆ କରୋନାରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି । ମାହାମାରୀକୁ ରୋକିବାକୁ ଔଷଧ କିମ୍ବା ଟୀକା ବାହାରିନଥିବରୁ ଦିନକୁ ଦିନ ଏହା ପ୍ରାଣଘାତୀ ସାଜିଛି

ଦୂନିଆଯାକରେ ପାଖାପାଖି ୧୨୦ ଦେଶରେ ଏହି ଭାଇରସ ଦ୍ବାରା ୫୦୦୦ରୁ ଅଧିକ ଲୋକଙ୍କ ଏଯାବତ ମୃତ୍ୟୁ ହୋଇସାରିଛି ଓ ୧୩୩,୯୭୦ ଲୋକ ଏଥିରେ ସଂକ୍ରମିତ ଅଛନ୍ତି। ଗୁରୁବାର ସନ୍ଧ୍ୟା ୫ ସୁଦ୍ଧା ଏହି ସଂକ୍ରମଣର ୨.୫୧୩ ନୂଆ ଘଟଣା ସାମ୍ନାକୁ ଆସିଛି ଓ ୩୫ ଲୋକଙ୍କର ମୃତ୍ୟୁ ହୋଇଛି ବୋଲି ଜଣା ପଡିଛି। ଚିନରେ ସୋମବାର ଦିନ କରୋନା ଭାଇରସରେ ମୃତ୍ୟୁ ଘଟିଥିବାର ନୂଆ ୭ ଟି ଘଟଣା ଆସିବା ପରେ ମୃତକ ସଂଖ୍ୟ ବଢି ୩,୧୭୬ ପହଞ୍ଚିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.