ଆଫଗାନିସ୍ତାନ ପଞ୍ଜଶିରରେ ଚାଲିଛି ଘମାଘୋଟ ଲଢ଼େଇ

କାବୁଲ :ପଞ୍ଜଶିରରେ ଘମାଘୋଟ ଲଢେଇ। ପଞ୍ଜଶିର ସେନା ଓ ତାଲିବାନ ମଧ୍ୟରେ ଚାଲିଛି ଲଢ଼େଇ । ତାଲିବାନ ଉପରେ ଆକ୍ରମଣ କରୁଛନ୍ତି ମୁଜାହିଦ୍ଦିନ ଯୋଦ୍ଧା । ପ୍ରତ୍ୟେକ ଜିଲ୍ଲାରେ ଚାଲିଛି ଯୁଦ୍ଧ। ତାଲିବାନକୁ ଚାରିପଟୁ ଆକ୍ରମଣ କରୁଛନ୍ତି ପଞ୍ଜଶିର ଯୋଦ୍ଧା। ଯୁଦ୍ଧ ଆରମ୍ଭ ହୋଇଥିବା ନେଇ ଟ୍ଵିଟ କରି ସୂଚନା ଦେଇଛି NRF। ବିଜୟ ଆମ ନିକଟତର ବୋଲି କହିଛି ମାସୁଦ ସେନା ।

ଗତକାଲି ତାଲିବାନ ପଞ୍ଜଶିରକୁ କବଜା କରିଛି ବୋଲି କହିଥିଲା । ହେଲେ ଅହମଦ ମାସୁଦ ଏହାକୁ ଖଣ୍ଡନ କରିଥିଲେ । ଆଜି ପୁଣି ଥରେ ଲଢ଼େଇ ଜୋରଦାର କରିଛି NRF ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.