ଢାଇ କିଲୋ ହାଥ୍‌’ଙ୍କୁ ହେଲା କରୋନା, କୁଲ୍ଲରେ କ୍ୱାରେଣ୍ଟାଇନ୍‌ରେ ରହୁଛନ୍ତି ଏହି ବଲିଉଡ୍‌ ଅଭିନେତା ତଥା ସାଂସଦ

ଫିଲ୍ମ ଅଭିନେତା ଏବଂ ଭାରତୀୟ ଜନତା ପାର୍ଟି (ବିଜେପି)ର ଗୁରଦାସପୁର ସାଂସଦ ସନି ଦେଓଲ କରୋନା ପଜିଟିଭି ହୋଇଛନ୍ତି। ହିମାଚଳ ପ୍ରଦେଶର ସ୍ବାସ୍ଥ୍ୟ ସଚିବ ମଙ୍ଗଳବାର ସନି ଦେଓଲ୍ କରୋନାରେ ସଂକ୍ରମିତ ହେବା କଥା ଜଣାଇଛନ୍ତି।

ହିମାଚଳ ପ୍ରଦେଶର ସ୍ବାସ୍ଥ୍ୟ ସଚିବ ଅମିତାଭ ଅଓ୍ବସ୍ଥି କହିଛନ୍ତି ଯେ, ଅଭିନେତାରୁ ନେତା ହୋଇଥିବା ସନି ଦେଓଲ ଗତ କିଛି ଦିନ ହେବ କୁଲ୍ଲୁରେ ରହୁଥିଲେ। କୁଲ୍ଲୁର ମୁଖ୍ୟ ଚିକିତ୍ସା ଅଧିକାରୀ ଦ୍ବାରା ଦିଆଯାଇଥିବା ସୂଚନା ଅନୁସାରେ, ସନି ଦେଓଲ ଏବଂ ତାଙ୍କ ବନ୍ଧୁ ମୁମ୍ବାଇ ବାହାରିବାକୁ ଯୋଜନା କରିଥିଲେ। କିନ୍ତୁ ମଙ୍ଗଳବାର ସେ କରୋନାରେ ସଂକ୍ରମିତ ହୋଇ ଯାଇଥିଲେ।

sunny

୬୪ ବର୍ଷୀୟ ବଲିଉଡ ଅଭିନେତା ସନି ଦେଓଲ କିଛି ଦିନ ତଳେ ମୁମ୍ବାଇରେ କାନ୍ଧର ସର୍ଜରୀ କରିଥିଲେ ଏବଂ ସେ କୁଲ୍ଲୁ ଜିଲ୍ଲାର ମନାଲି ପାଖରେ ଏକ ଫାର୍ମ ହାଉସରେ ଥିଲେ। ସୂଚନାଯୋଗ୍ଯ, ଗୁଜରାଟର ଆଉଜଣେ ବିଜେପି ସାସଂଦ ଅଭୟ ଭରଦ୍ବାଜଙ୍କ କରୋନା ସଂକ୍ରମଣ ଯୋଗୁଁ ପରଲୋକ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.