Below header

ଆତ୍ମନିର୍ଭର ଭାରତ ଚତୁର୍ଥ ଦିନରେ ଅର୍ଥମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା, ଭାରତରେ ତିଆରି ହେବ ପ୍ରତିରକ୍ଷା ସାମଗ୍ରୀ

କେନ୍ୟୁଜ୍ (ବ୍ୟୁରୋ): ୫୦୦ ଟି ଖଣି ନିଲାମ ହେବ। ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଘୋଷଣା କରିଛନ୍ତି। ମୁକ୍ତ ଓ ସ୍ୱଛ ନିଲାମ ପ୍ରକ୍ରିୟାରେ ଏହି ୫୦୦ଟି ଖଣି ଦିଆଯିବ। ସେହିପରି ବକ୍ସାଇଟ୍‌ ଓ କୋଇଲା ଖଣିର ଯୁଗ୍ମ ନିଲାମ ହେବ। କ୍ୟାପ୍‌ଟିଭ୍‌ ଓ ନନ୍‌ କ୍ୟାପଟିଭ୍‌ ମାଇନିଂ ମଧ୍ୟରେ ପ୍ରଭେଦ ହଟିବ। କୋଇଲା ଓ ଖଣି କ୍ଷେତ୍ରରେ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। କୋଇଲା କ୍ଷେତ୍ରରେ ସଂସ୍କାର ଆସିବ। ପୂର୍ବରୁ କେବଳ କ୍ୟାପଟିଭ ଉପଭୋକ୍ତା ଟେଣ୍ଡର ପ୍ରକ୍ରିୟାରେ ସାମିଲ ହୋଉଥିଲେ।

ଏବେ ଯେ କେହି ଟେଣ୍ଡର ପ୍ରକ୍ରିୟାରେ ସାମିଲ ହୋଇପାରିବେ। ଏହି କ୍ଷେତ୍ର ପାଇଁ ୫୦ ହଜାର କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରାଯାଇଛି। ଏହି ଅର୍ଥ ଭିତ୍ତିଭୂମି ବିକାଶରେ ଖର୍ଚ୍ଚ ହେବ। ଆତ୍ମନିର୍ଭର ଭାରତ ଯୋଜନାରେ ୨୦ ଲକ୍ଷ କୋଟି ପ୍ୟାକେଜ୍‌ର ଆଜି ଚତୁର୍ଥ ପର୍ଯ୍ୟାୟରେ ଏହି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ସେହିପରି ବେସାମରିକ ବିମାନ ଚଳାଚଳ ଏବଂ ପ୍ରତିରକ୍ଷା ସମେତ ୮ଟି କ୍ଷେତ୍ରକୁ ଆଜି ଫୋକସ୍‌ କରାଯାଇଛି। ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବାକୁ ପଲିସିରେ ସଂସ୍କାର ଆସିବ। ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଏଫଡିଆଇ ସୀମାକୁ ୪୯ ପ୍ରତିଶତରୁ ୭୪ ପ୍ରତିଶତକୁ ବୃଦ୍ଧି କରାଯିବ। ସେହିପରି ବେସାମରିକ ବିମାନ ଚଳାଚଳ କ୍ଷେତ୍ର ପାଇଁ ୧ ହଜାର କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରାଯାଇଛି। ପିପିପି ମେଡ୍‌ରେ ଅଧିକ ବିଶ୍ୱସ୍ତରୀୟ ଏୟାରପୋର୍ଟ ନିର୍ମାଣ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.