Below header

ଦିଲ୍ଲୀ : କଡକଡଡୁମାର DGHS ବିଲ୍ଡିଂରେ ଲାଗିଲା ନିଆଁ , ନିୟନ୍ତ୍ରଣ କାର୍ଯ୍ୟରେ ନିୟୋଜିତ ୨୨ଟି ଦମକଳ ଗାଡି

ନୂଆଦିଲ୍ଲୀ : ଦିଲ୍ଲୀର କଡକଡଡୁମା ଅଞ୍ଚଳରେ ଥିବା ଏକ ବିଲ୍ଡିଂରେ ଆଜି ଦ୍ବିପହର ସମୟରେ ଭୀଷଣ ନିଆଁ ଲାଗିଛି। ଅଗ୍ନି ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ ୨୨ଟି ଦମକଳ ବାହିନୀ ଗାଡି ନିୟୋଜିତ କରାଯାଇଛି। ଏଥିରୁ ନିଆଁର ଭୟବହତାର ଆକଳନ ଲଗାଯାଇପାରିବ। ତେବେ ଘଟଣାରେ କୌଣସି ବ୍ୟକ୍ତିଙ୍କ ଆହତ ହେବ ସୂଚନା ମିଳିନାହିଁ।

ତେବେ ଦିଲ୍ଲୀର ସ୍ବାସ୍ଥ୍ୟା ସେବାର ମହାନିର୍ଦ୍ଦେଶାଳୟ (ଡିଜିଏଚଏସ) ବିଲ୍ଡିଂରେ ଏହି ନିଆଁ ଲାଗିଥିବା ସୂଚନା ମିଳିଛି। ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ୨୦ଟି ଦମକଳ ବାହିନୀର ଗାଡି ଏବଂ ୬୦ଜଣ କର୍ମଚାରୀ ନିୟୋଜିତ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.