ବାରଣାସୀରେ ଥ୍ରୀ ଷ୍ଟାର ହୋଟେଲରେ ଭୀଷଣ ନିଆଁ, କୋଟି କୋଟି ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ

ଉତ୍ତରପ୍ରଦେଶ ବାରଣାସୀରେ ଥିବା ଏକ ହୋଟେଲରେ ଭୟଙ୍କର ନିଆଁ ଲାଗି କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି । ଏହି ଘଟଣାରେ କେହି ମୃତାହତ ହୋଇନଥିବା ଖବର ମିଳିଛି । ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବିଭାଗ ।

ଉତ୍ତରପ୍ରଦେଶର ବାରଣାସୀ ଜିଲ୍ଲାର ଶ୍ରୀନଗର କଲୋନୀରେ ଏକ ଥ୍ରୀଷ୍ଟାର ହୋଟେଲରେ ଭୟଙ୍କର ନିଆଁ ଲାଗିଛି । ହୋଟେଲରେ ଗତ ରାତିରେ ହଠାତ୍‌ ନିଆଁ ଲାଗିବା ଯୋଗୁଁ କୋଟି କୋଟି ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଯାଇଛି । ତେବେ ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିବା ବେଳେ କୌଣସି ହତାହତ ଖବର ମିଳିନାହିଁ ।

ଏକ ଥ୍ରୀ ଷ୍ଟାର ହୋଟେଲରେ ନିଆଁ ଲାଗିବା ସୂଚନା ମିଳିବା ପରେ ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚିଥିଲା । ନିଆଁ ଲାଗିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିଲା । ହୋଟେଲରେ କେମିତି ନିଆଁ ଲାଗିଲା ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ହୋଟେଲରେ ନିଆଁ ଲାଗିବାର ଭିଡିଓ ମଧ୍ୟ ଦେଖିବାକୁ ମିଳିଛି । ତେବେ ନିଆଁକୁ ଆୟତ୍ତ କରିବା ପାଇଁ ଦମକଳ ଗାଡିକୁ କେଇ ଘଣ୍ଟା ପର୍ଯ୍ୟନ୍ତ ପରିଶ୍ରମ କରିବାକୁ ପଡିଥିଲା । ଏହି ନିଆଁରେ କୋଟି କୋଟି ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଯାଇଛି ।

ତେବେ ପୋଲିସ ନିଆଁ ଲାଗିବାର କାରଣ ଖୋଜୁଛି । ତେବେ ଦମକଳ ଗାଡି ବିଳମ୍ବରେ ପହଞ୍ଚିବା ଯୋଗୁଁ ନିଆଁ ଚାରିଆଡେ ବ୍ୟାପି ଯାଇଥିଲା । ତେଣୁ ନିଆଁକୁ ଆୟତ୍ତ କରିବାକୁ ଅଧିକ ସମୟ ଲାଗିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.