Below header

ପୁନେର ଏକ ସାନିଟାଇଜର ଫ୍ୟାକ୍ଟ୍ରିରେ ଭୟାବହ ବିସ୍ଫୋରଣ, ୧୮ରୁ ଅଧିକଙ୍କ ମୃତ୍ୟୁ ସୂଚନା

କେନ୍ୟୁଜ୍(ବ୍ୟୁରୋ):  ମହାରାଷ୍ଟ୍ର ପୁନେର ଏକ କେମିକାଲ ଫାକ୍‌ଟ୍ରିରେ ଭୟାବହ ବିସ୍ପୋରଣ। ୧୮ରୁ ଅଧିକଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ସଂଖ୍ୟାରେ ନିଖୋଜ ଅଛନ୍ତି। ଘୋଟେୱାଡ଼ା ଫଟା ଶିଳ୍ପାଞ୍ଚଳର ଏକ ସାନିଟାଇଜର ଫାକ୍‌ଟ୍ରିରେ ହଠାତ ବିସ୍ଫୋରଣ ହୋଇଥିଲ। ଫାକ୍‌ଟ୍ରି ପରିସରରୁ ପ୍ରବଳ ଧୁଆଁ ଉଠିବା ସହ ଏହା ଚାରିଆଡକୁ ବ୍ୟାପୀ ଯାଇଥିଲା। ଖବର ପାଇ ଘଟଣା ସ୍ଥଳରେ ୬ଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ବିସ୍ଫୋରଣ ସମୟରେ ପ୍ରାୟ ୫୦ରୁ ଅଧିକ ଶ୍ରମିକ କାମ କରୁଥିଲେ ବୋଲି ଅଗ୍ନିଶମ ଅଧିକାରୀ କହିଛନ୍ତି।

୧୮ଟି ମୃତଦେହ ଠାବ କରାଯାଇଛି। ୨୦ରୁ ଅଧିକ ଲୋକ ନିଖୋଜ ଥିବା ଜଣାପଡ଼ିଛି। ନିଆଁ ଆୟତ୍ତ ହୋଇଥିଲେ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସାନିଟାଇଜର ଫ୍ୟାକ୍ଟ୍ରିର ପ୍ଲାଷ୍ଟିକ ପ୍ୟାକିଂରୁ ପ୍ରଥମେ ବିସ୍ଫୋରଣ ହୋଇଥିଲା। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଓ ଗୁରୁତରଙ୍କୁ ୫୦ହଜାର ଟଙ୍କାର ଅନୁକଂପା ରାଶି ଘୋଷଣା କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.