୪୬ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଛି ଦେଶର ପ୍ରଥମ ଡିଟେନ୍‌ସନ୍‌ ସେଣ୍ଟର, ଥରକେ ରହି ପାରିବେ ୩ହଜାର ଶରଣାର୍ଥୀ

ଆସାମ: ଦେଶ ସାରା ନାଗରିକତା ସଂଶୋଧନ ଆଇନ୍ ଏବଂ ଏନଆରସିକୁ ନେଇ ଚର୍ଚ୍ଚା ଜୋର ଧରିଛି । କିଛି ଲୋକ ଏହାର ସପକ୍ଷରେ ଥିବା ବେଳେ ବହୁତ ଲୋକ ଏହାକୁ ବିରୋଧ କରୁଛନ୍ତି । ଦେଶର ବିଭିନ୍ନ ଭାଗରେ ଏହାକୁ ନେଇ ଖୁବ୍ ବିରୋଧ ପ୍ରଦର୍ଶନ କରାଯାଉଛି । ଏ ସବୁ ଭିତରେ ଆସାମରେ ଦେଶର ସବୁଠାରୁ ବଡ ଡିଟେନ୍‌ସନ୍‌ ସେଣ୍ଟର ନିର୍ମାଣ କରାଯାଉଛି ।

centerଗୋହ୍ବାଟୀଠାରୁ ପାଖାପାଖି ୧୫୦ କିଲୋମିଟର ଦୁରରେ ଥିବା ରାଜ୍ୟର ଗୋବାଲପାରା ଜିଲ୍ଲାରେ ନିର୍ମାଣ ହେଉଥିବା ଏହି ଡିଟେନ୍‌ସନ୍‌ କ୍ୟାମ୍ପରେ ଶରଣାର୍ଥୀମାନଙ୍କୁ ରଖାଯିବ । ବର୍ତ୍ତମାନ ଆସାମରେ ଛଅଟି ଡିଟେନ୍‌ସନ୍‌ ଜେଲରେ ଅସ୍ଥାୟୀ ରୂପେ ଡିଟେନ୍‌ସନ୍‌ ସେଣ୍ଟର ତିଆରି କରାଯାଇଛି । ଏହା ଜିଲ୍ଲାର ଡେବ୍ରୁଗଡ, ସିଲଚର,ତେଜପୁର, ଜୋରହାଟ,କୋକରାଝାର ଏବଂ ଗୋବାଲାପାରାରେ ଅବସ୍ଥିତ । ଏହି ଛଅ ଜିଲ୍ଲାରେ ପାଖାପାଖି ୮୦୦ ଶରଣାର୍ଥୀମାନଙ୍କୁ ରଖାଯାଇଛି ।

ସୂଚନା ଥାଉକି, ଆସାମରେ ଏନଆରସି ପ୍ରସ୍ତୁତ ହୋଇସାରିଲାଣି । ଆସାମରେ ଯେଉଁ ଲୋକଙ୍କ ନାଁ ଏନଆରସିରେ ନାହିଁ ଏବଂ ସେମାନଙ୍କୁ ତୁରନ୍ତ ଯଦି ଟ୍ରିବ୍ୟୁନାଲରେ ମଧ୍ୟ ସ୍ଥାନ ମିଳୁନାହିଁ ତେବେ ତାଙ୍କୁ ଏହି ଡିଟେନ୍‌ସନ୍‌ ସେଣ୍ଟରରେ ରଖାଯିବ । ଏହା ବ୍ୟତୀତ ଭାରତରେ ଅବୈଧ ପ୍ରକ୍ରିୟାରେ ପଶୁଥିବା ଲୋକମାନଙ୍କୁ ମଧ୍ୟ ଏଠାରେ ରଖାଯିବ ।

detension୨.୫ ହେକ୍ଟରରେ ନିର୍ମାଣ କରାଯାଉଥିବା ଏହି ଡିଟେନ୍‌ସନ୍‌ ସେଣ୍ଟରରେ ଚାରି ମହଲା ବିଶିଷ୍ଟ ୧୫ଟି କୋଠା ନିର୍ମାଣ କରାଯାଉଛି । ଏହାର କାମ ଜୋରସୋରରେ ଚାଲୁଛି । ଏହି ୧୫ଟି କୋଠାରୁ ୧୩ଟି ପୁରୁଷଙ୍କ ପାଇଁ ଏବଂ ୧୨ଟି ମହିଳାମାନଙ୍କ ପାଇଁ ନିର୍ମାଣ କରାଯାଉଛି । ଏହାର କାମ ଗତବର୍ଷ ଡିସେମ୍ବରରେ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ଅର୍ଥାତ୍ ଏକ ବର୍ଷ ଭିତରେ ପାଖାପାଖି ୬୫ ପ୍ରତିଶତ କାମ ପୂରଣ ହୋଇଛି । ୪୬ କୋଟି ଟଙ୍କାରେ ବ୍ୟୟରେ ନିର୍ମାଣ ହେଉଥିବା ଏହି ଡିଟେନ୍‌ସନ୍‌ ସେଣ୍ଟରରେ ଏହାଥରରେ ୩ହଜାର ଶରଣାର୍ଥୀ ରହିବାର ବ୍ୟବସ୍ଥା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.