Below header

ଭାଇରାଲ୍ ହେବାରେ ଲାଗିଛି ଦୁଇଟି ମୁହଁ ଥିବା ଏହି ମାଛର ଫଟୋ, ଧରିବା ପରେ ଏମିତି କଲେ ମହିଳା

ନ୍ୟୁୟର୍କ: ନ୍ୟୁୟର୍କରେ ଜଣେ ମହିଳା ମାଛ ଧରୁଥିବାବେଳେ ଏକ ବିରଳ ପ୍ରଜାତିର ମାଛ ଅଜାଣତରେ ତାଙ୍କ ହାବୁଡରେ ପଡିଯାଇଥିଲା। ଯେଉଁ ବିରଳ ମାଛର ଦୁଇଟି ମୁହଁ ଥିବା ଦେଖିବାକୁ ମିଳିଛି । ଏକ ରିପୋର୍ଟ ମୁତାବକ ଡେବି ଗେଡେସ୍ ନାମକ ମହିଳା ଜଣଙ୍କ ଶୁକ୍ରବାର ନିଜ ସ୍ବାମୀଙ୍କ ସହିତ ନଦୀରେ ମାଛ ଧରିବାବେଳେ ଏଭଳି ଏକ ମାଛକୁ ଧରିଥିଲେ । ଯେତେବେଳେ ଏହି ଦମ୍ପତି ଉକ୍ତ ମାଛଟିକୁ ଦେଖିଥିଲେ ସେମାନେ ସହଜରେ ବିଶ୍ବାସ କରିପାରିନଥିଲେ ।

ମାଛଟିର ଦୁଇଟି ମୁହଁ ଥିବା ସହିତ ସେ ଦେଖିବାକୁ ଖୁବ୍ ସତେଜ ଏବଂ ସୁନ୍ଦର ଥିବା ଡେବି କହିଛନ୍ତି । ଡେବି ଏହା ସହିତ କହିଛନ୍ତି କି, ଏହି ବିରଳ ମାଛଟିକୁ ଦେଖିବା ପରେ ସେ ତାର କିଛି ଫଟୋ ଉଠାଇଥିଲେ ।  ଏହାପରେ ମାଛଟିକୁ ପୁଣି ନଦୀରେ ଛାଡି ଦେଇଥିଲେ । ମାଛଟିର ଏକ ଫଟୋ ଫେସବୁକ୍ ରେ knotty boys fishing ଦ୍ବାରା ପୋଷ୍ଟ କରାଯାଇଥିଲା । ଯିଏ କି ଏକ ମାଛ ଧରୁଥିବା ଟିମ୍ । ଯାହାକୁ ସାରା ଦୁନିଆର ଲୋକେ ଦେଖିଥିଲେ ।

picପ୍ରଥମ ଥର ପାଇଁ ଏଭଳି ମାଛ ଦେଖିଥିବା ନେଇ କହିବା ସହ ସବୁ ଲୋକେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ଏହି ଫଟୋଟିକୁ ୬ହଜାରରୁ ଅଧିକ ସେୟାର ଏବଂ ୧ହଜାର ରୁ ଅଧିକ କମେଣ୍ଟ ମିଳିସାରିଲାଣି । କମେଣ୍ଟରେ ମାଛକୁ ନେଇ ବିଭିନ୍ନ ତଥ୍ୟ ସାମ୍ନାକୁ ଆସିଛି । କିଏ ଏହାକୁ ଏକ ବିକୃତ ସୃଷ୍ଟି ବୋଲି କହିଛି ତ, କିଏ ମାଛଟି ଜନ୍ମ ହେବାବେଳେ ଭୃଣର ଅସନ୍ତୁଳନ ଫଳରେ ଏପରି ହୋଇଥିବା କହିିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.