ଟିକଟକ୍ ରେ ଗର୍ଲ ଫ୍ରେଣ୍ଡ ସହ ଭିଡିଓ କରିବା ପଡ଼ିଲା ମହଙ୍ଗା, ଗଛରେ ବାନ୍ଧି ମାରିଲେ ଝିଅ ଘର ଲୋକ

ପୂର୍ବ କର୍ଣ୍ଣାଟକର ହାଇଦ୍ରାବାଦ ଅଞ୍ଚଳରେ ୟାଦଗିର ଜିଲ୍ଲାରେ ଜଣେ ଯୁବକ ନିଜ ଗର୍ଲ ଫ୍ରେଣ୍ଡ ସହ ଟିକଟକ୍ ରେ ଭିଡିଓ କରିବା ନେଇ ଲୋକମାନେ ଖୁବ୍ ମାଡ ମାରିଛନ୍ତି। ଯୁବକ ଜଣଙ୍କୁ ମାଡ ମରାଯାଉଥିବାର ଭିଡିଓ ମଧ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଯୁବକ ଜଣକ ନିଜ ଗର୍ଲ ଫ୍ରେଣ୍ଡ ସହ ଟିକଟକ୍ ରେ ଭିଡିଓ କରି ନିଜର ସୋସିଆଲ ମିଡିଆରେ ଅପଲୋଡ୍ କରିବା ପରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା। ଯାହା ଦ୍ବାରା ଝିଅର ସମ୍ପର୍କ ବିଷୟରେ ଘର ଲୋକଙ୍କୁ ଜଣାପଡ଼ିବା ପରେ ରାଗରେ ଝିଅ ଘର ଲୋକମାନେ ଆସି ପୁଅକୁ ଏକ ଗଛରେ ବାନ୍ଧି ଖୁବ୍ ମାଡ ମାରିବା ସହ ଏହାର ଭିଡିଓ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.